ଶସ୍ତାରେ ଆଇଫୋନ କିଣିବାର ଅଫର ଦେଇ ୨୯ ଲକ୍ଷ ଟଙ୍କାର ଚୂନ ଲଗାଇଲେ ସାଇବର ଠକ

The Sakala Picture
Published On

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମାଧ୍ୟମରେ ସପିଂ କରିବା ସମୟରେ ଆପଣଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି। ଇନଷ୍ଟାଗ୍ରାମରେ ଅନଲାଇନ୍ ସପିଂ ବେଳେ ଏକ ବଡ ଠକେଇ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀର ଜଣେ ବ୍ୟକ୍ତି ଶସ୍ତା ଆଇଫୋନ୍ ନାମରେ ଇନଷ୍ଟାଗ୍ରାମ ସ୍କାମର ଶିକାର ହୋଇଛନ୍ତି । ତାଙ୍କୁ ୨୯ଲକ୍ଷ ଟଙ୍କା ହରାଇବାକୁ ପଡିଲା। ଅଭିଯୋଗକାରୀ ପୁଲିସକୁ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ଏକ ଇନଷ୍ଟାଗ୍ରାମ ପେଜକୁ ଯାଇଥିଲେ। ଯେଉଁଠାରେ ଆଇଫୋନ୍ କିଣିବା ଉପରେ ବଡ଼ […]

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମାଧ୍ୟମରେ ସପିଂ କରିବା ସମୟରେ ଆପଣଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି। ଇନଷ୍ଟାଗ୍ରାମରେ ଅନଲାଇନ୍ ସପିଂ ବେଳେ ଏକ ବଡ ଠକେଇ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀର ଜଣେ ବ୍ୟକ୍ତି ଶସ୍ତା ଆଇଫୋନ୍ ନାମରେ ଇନଷ୍ଟାଗ୍ରାମ ସ୍କାମର ଶିକାର ହୋଇଛନ୍ତି । ତାଙ୍କୁ ୨୯ଲକ୍ଷ ଟଙ୍କା ହରାଇବାକୁ ପଡିଲା। ଅଭିଯୋଗକାରୀ ପୁଲିସକୁ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ଏକ ଇନଷ୍ଟାଗ୍ରାମ ପେଜକୁ ଯାଇଥିଲେ। ଯେଉଁଠାରେ ଆଇଫୋନ୍ କିଣିବା ଉପରେ ବଡ଼ ଅଫର ରହିଥିଲା। ଅଫରେ ଦେଖି ସେ ଆଇଫୋନ୍ କିଣିବାକୁ ପ୍ରଲୋଭିତ ହୋଇଥିଲେ। ପରେ ସେ ଲକ୍ଷ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିଲେ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ବିକାଶ କାଟିୟାରଙ୍କ ସହ ଏହି ଠକେଇ ଘଟିଛି। ବିକାଶ ପୁଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ଇନଷ୍ଟାଗ୍ରାମରେ ଏକ ପେଜ ଦେଖିଥିଲେ । ଯେଉଁଥିରେ ଆଇଫୋନର ବିକ୍ରୟ ଅତ୍ୟନ୍ତ କମ୍ ମୂଲ୍ୟ ଏବଂ ଅଫର ସହିତ ଦେଖାଯାଇଥିଲା। ସେ ଏହି ଅଫରର ଲାଭ ପାଇବାକୁ ଚିନ୍ତା କରିଥିଲେ। ସେ ଏହି ଆଇଫୋନ୍ କିଣିବା ପାଇଁ ଉକ୍ତ ଇନଷ୍ଟାଗ୍ରାମ ପେଜ୍ ସହିତି ଯୋଗାଯୋଗ କରିିଥିଲେ। ତେବେ  ଉକ୍ତ ପେଜର  ସତ୍ୟତା ଯାଞ୍ଚ କରିବାକୁ ବିକାଶ ଅନ୍ୟ କ୍ରେତାମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରିଥିଲେ । ଯେଉଁଠାରେ ଅନ୍ୟ କ୍ରେତାମାନେ କଥାବାର୍ତ୍ତା ସମୟରେ ଉକ୍ତ ପେଜକୁ ଓରିଜିନାଲ ବୋଲି କହିଥିଲେ। ଏହା ପରେ ବିକାଶ ଅଫରରେ ଶସ୍ତା ଆଇଫୋନ୍ କିଣିବାକୁ ଆକର୍ଷିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

ସେ ପ୍ରଥମେ ଆଇଫୋନ୍ କିଣିବା ପାଇଁ ୨୮ ହଜାର ଟଙ୍କା ଅଗ୍ରୀମ ଦେୟ ପ୍ରଦାନ କରିଥିଲେ। ଏହି ପେମେଣ୍ଟ ପରେ ବିକାଶଙ୍କୁ ଅନ୍ୟ ନମ୍ବରରୁ କଲ ପାଇବା ଆରମ୍ଭ କରିଥିଲେ। ତାଙ୍କୁ ଟ୍ୟାକ୍ସ, କଷ୍ଟମ ହୋଲଡିଂ ଇତ୍ୟାଦି ନାମରେ ଅଧିକ ଦେୟ ଦେବାକୁ କହିଥିଲେ। ଅଭିଯୋଗକାରୀ କହିଛନ୍ତି ଯେ, ସେ ଆଇଫୋନ୍ ପାଇବେ ବୋଲି ଆଶା କରି ପ୍ରାୟ ୨୮,୬୯,୮୫୦ ଟଙ୍କା  ଟ୍ରାନ୍ସଫର କରିଛନ୍ତି। ପରେ ଉକ୍ତ ବ୍ୟକ୍ତ ଜଣଙ୍କ ଆଉ  କଲ୍ ଗ୍ରହଣ କରିନଥିଲେ। ଠକେଇର ସନ୍ଦେହ ହେବା ମାତ୍ରେ ବିକାଶ ବିକାଶ ଦିଲ୍ଲୀ ପୁଲିସର ସାଇବର କ୍ରାଇମ ୟୁନିଟରେ ଏକ ରିପୋର୍ଟ ଦାଖଲ କରିଛନନ୍ତି। ଉକ୍ତ ଘଣଟାର ଅନୁସନ୍ଧାନ କରୁଛି ଦିଲ୍ଲୀ ପୁଲିସର ସାଇବର କ୍ରାଇମ।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ଅନଲାଇନ୍ ସପିଂ କରିବା ସମୟରେ ସତର୍କ ରୁହନ୍ତୁ :
ସାସିଆଲ ମଡିଆରୁ ସାଇବର ଠକେଇର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଲୋକ ଲୋଭନୀୟ ଅଫର ମାଧ୍ଯମରେ ଠକାମୀର ଶିକାର ହୋଇଥାନ୍ତି। ବର୍ତ୍ତମାନ ଅନଲାଇନ୍ ସପିଂ ଗ୍ରାହକଙ୍କ ସହିତ ବାରମ୍ବାର ଠକେଇ ମାମଲା ଆସୁଛି। ଏପରି ପରିସ୍ଥିତିରେ ସତର୍କ ହେବାର ଆବଶ୍ୟକତା ରହିଛି। କୌଣସି ସାଇବର ଜାଲିଆତିରୁ ରକ୍ଷା ପାଇବା ପାଇଁ ସହଜ ଉପାୟ ହେଉଛି ଅଜ୍ଞାତ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ।

ଆପଣଙ୍କର ବ୍ୟାଙ୍କିଙ୍ଗ୍ ବିବରଣୀ, OTP ଏବଂ ATM ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ମାଗଣା ଉପହାର କିମ୍ବା ରିହାତି ନାମରେ କାହାକୁ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସୂଚନା ଏବଂ OTP ଦିଅନ୍ତୁ ନାହିଁ । କୌଣସି ଦେୟ ଦେବା ପୂର୍ବରୁ ବିକ୍ରେତାଙ୍କ ବୈଧତା, ସମୀକ୍ଷା ଏବଂ ମୂଲ୍ୟାୟନ ଯାଞ୍ଚ କରନ୍ତୁ।

05 Mar 2023 By The Sakala

ଶସ୍ତାରେ ଆଇଫୋନ କିଣିବାର ଅଫର ଦେଇ ୨୯ ଲକ୍ଷ ଟଙ୍କାର ଚୂନ ଲଗାଇଲେ ସାଇବର ଠକ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମାଧ୍ୟମରେ ସପିଂ କରିବା ସମୟରେ ଆପଣଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି। ଇନଷ୍ଟାଗ୍ରାମରେ ଅନଲାଇନ୍ ସପିଂ ବେଳେ ଏକ ବଡ ଠକେଇ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀର ଜଣେ ବ୍ୟକ୍ତି ଶସ୍ତା ଆଇଫୋନ୍ ନାମରେ ଇନଷ୍ଟାଗ୍ରାମ ସ୍କାମର ଶିକାର ହୋଇଛନ୍ତି । ତାଙ୍କୁ ୨୯ଲକ୍ଷ ଟଙ୍କା ହରାଇବାକୁ ପଡିଲା। ଅଭିଯୋଗକାରୀ ପୁଲିସକୁ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ଏକ ଇନଷ୍ଟାଗ୍ରାମ ପେଜକୁ ଯାଇଥିଲେ। ଯେଉଁଠାରେ ଆଇଫୋନ୍ କିଣିବା ଉପରେ ବଡ଼ ଅଫର ରହିଥିଲା। ଅଫରେ ଦେଖି ସେ ଆଇଫୋନ୍ କିଣିବାକୁ ପ୍ରଲୋଭିତ ହୋଇଥିଲେ। ପରେ ସେ ଲକ୍ଷ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ବିକାଶ କାଟିୟାରଙ୍କ ସହ ଏହି ଠକେଇ ଘଟିଛି। ବିକାଶ ପୁଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ଇନଷ୍ଟାଗ୍ରାମରେ ଏକ ପେଜ ଦେଖିଥିଲେ । ଯେଉଁଥିରେ ଆଇଫୋନର ବିକ୍ରୟ ଅତ୍ୟନ୍ତ କମ୍ ମୂଲ୍ୟ ଏବଂ ଅଫର ସହିତ ଦେଖାଯାଇଥିଲା। ସେ ଏହି ଅଫରର ଲାଭ ପାଇବାକୁ ଚିନ୍ତା କରିଥିଲେ। ସେ ଏହି ଆଇଫୋନ୍ କିଣିବା ପାଇଁ ଉକ୍ତ ଇନଷ୍ଟାଗ୍ରାମ ପେଜ୍ ସହିତି ଯୋଗାଯୋଗ କରିିଥିଲେ। ତେବେ  ଉକ୍ତ ପେଜର  ସତ୍ୟତା ଯାଞ୍ଚ କରିବାକୁ ବିକାଶ ଅନ୍ୟ କ୍ରେତାମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରିଥିଲେ । ଯେଉଁଠାରେ ଅନ୍ୟ କ୍ରେତାମାନେ କଥାବାର୍ତ୍ତା ସମୟରେ ଉକ୍ତ ପେଜକୁ ଓରିଜିନାଲ ବୋଲି କହିଥିଲେ। ଏହା ପରେ ବିକାଶ ଅଫରରେ ଶସ୍ତା ଆଇଫୋନ୍ କିଣିବାକୁ ଆକର୍ଷିତ ହୋଇଥିଲେ ।

ସେ ପ୍ରଥମେ ଆଇଫୋନ୍ କିଣିବା ପାଇଁ ୨୮ ହଜାର ଟଙ୍କା ଅଗ୍ରୀମ ଦେୟ ପ୍ରଦାନ କରିଥିଲେ। ଏହି ପେମେଣ୍ଟ ପରେ ବିକାଶଙ୍କୁ ଅନ୍ୟ ନମ୍ବରରୁ କଲ ପାଇବା ଆରମ୍ଭ କରିଥିଲେ। ତାଙ୍କୁ ଟ୍ୟାକ୍ସ, କଷ୍ଟମ ହୋଲଡିଂ ଇତ୍ୟାଦି ନାମରେ ଅଧିକ ଦେୟ ଦେବାକୁ କହିଥିଲେ। ଅଭିଯୋଗକାରୀ କହିଛନ୍ତି ଯେ, ସେ ଆଇଫୋନ୍ ପାଇବେ ବୋଲି ଆଶା କରି ପ୍ରାୟ ୨୮,୬୯,୮୫୦ ଟଙ୍କା  ଟ୍ରାନ୍ସଫର କରିଛନ୍ତି। ପରେ ଉକ୍ତ ବ୍ୟକ୍ତ ଜଣଙ୍କ ଆଉ  କଲ୍ ଗ୍ରହଣ କରିନଥିଲେ। ଠକେଇର ସନ୍ଦେହ ହେବା ମାତ୍ରେ ବିକାଶ ବିକାଶ ଦିଲ୍ଲୀ ପୁଲିସର ସାଇବର କ୍ରାଇମ ୟୁନିଟରେ ଏକ ରିପୋର୍ଟ ଦାଖଲ କରିଛନନ୍ତି। ଉକ୍ତ ଘଣଟାର ଅନୁସନ୍ଧାନ କରୁଛି ଦିଲ୍ଲୀ ପୁଲିସର ସାଇବର କ୍ରାଇମ।

ଅନଲାଇନ୍ ସପିଂ କରିବା ସମୟରେ ସତର୍କ ରୁହନ୍ତୁ :
ସାସିଆଲ ମଡିଆରୁ ସାଇବର ଠକେଇର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଲୋକ ଲୋଭନୀୟ ଅଫର ମାଧ୍ଯମରେ ଠକାମୀର ଶିକାର ହୋଇଥାନ୍ତି। ବର୍ତ୍ତମାନ ଅନଲାଇନ୍ ସପିଂ ଗ୍ରାହକଙ୍କ ସହିତ ବାରମ୍ବାର ଠକେଇ ମାମଲା ଆସୁଛି। ଏପରି ପରିସ୍ଥିତିରେ ସତର୍କ ହେବାର ଆବଶ୍ୟକତା ରହିଛି। କୌଣସି ସାଇବର ଜାଲିଆତିରୁ ରକ୍ଷା ପାଇବା ପାଇଁ ସହଜ ଉପାୟ ହେଉଛି ଅଜ୍ଞାତ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ।

ଆପଣଙ୍କର ବ୍ୟାଙ୍କିଙ୍ଗ୍ ବିବରଣୀ, OTP ଏବଂ ATM ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ମାଗଣା ଉପହାର କିମ୍ବା ରିହାତି ନାମରେ କାହାକୁ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସୂଚନା ଏବଂ OTP ଦିଅନ୍ତୁ ନାହିଁ । କୌଣସି ଦେୟ ଦେବା ପୂର୍ବରୁ ବିକ୍ରେତାଙ୍କ ବୈଧତା, ସମୀକ୍ଷା ଏବଂ ମୂଲ୍ୟାୟନ ଯାଞ୍ଚ କରନ୍ତୁ।

https://www.thesakala.in/technology/delhi-man-lost-rs-29-lakh-due-to-cheap-iphone-on-instagram-online-fraud/article-19562
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର