ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ଭାରତୀୟ ଗୋଲକିପର ପିଆର୍ ଶ୍ରୀଜେଶ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ ସୋମବାର ଅବସର କେବେ ନେବେ ଘୋଷଣା କରିଛନ୍ତି । ଶ୍ରୀଜେଶ କହିଛନ୍ତି ପ୍ୟାରିସ ଅଲିମ୍ପିକ୍ସ ମୋର ଶେଷ ଅନ୍ତର୍ଜାତୀୟ ଗସ୍ତ ହେବ। ୩୬ ବର୍ଷୀୟ ଶ୍ରୀଜେଶ ୪ର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ରିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରି ୮ମ ସ୍ଥାନରେ ରହିଥିଲା । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର […]

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ ସୋମବାର ଅବସର କେବେ ନେବେ ଘୋଷଣା କରିଛନ୍ତି । ଶ୍ରୀଜେଶ କହିଛନ୍ତି ପ୍ୟାରିସ ଅଲିମ୍ପିକ୍ସ ମୋର ଶେଷ ଅନ୍ତର୍ଜାତୀୟ ଗସ୍ତ ହେବ। ୩୬ ବର୍ଷୀୟ ଶ୍ରୀଜେଶ ୪ର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ରିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରି ୮ମ ସ୍ଥାନରେ ରହିଥିଲା । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ୨୬ ଜୁଲାଇରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବ। ଶ୍ରୀଜେଶ ଭାରତ ପକ୍ଷରୁ ୩୨୮ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୨୦୧୦ ବିଶ୍ୱକପରେ ସେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

୨୦୧୪ ଏସିଆନ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଟିମ, ୨୦୧୮ ଏସିଆଡ ଗେମ୍ସ ବ୍ରୋଞ୍ଜ ପଦକ, ୨୦୧୮ ଏସୀୟ ଚାମ୍ପିୟନଶିପ ବିଜେତା ଓ ୨୦୨୩ ଏସୀୟ ଚାମ୍ପିୟନ ଟ୍ରଫିରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ୨୦୨୨ ଏସିଆନ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ ଜିତାଇବାରେ ସେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ୨୦୨୧ରେ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୨୦୨୧ରେ ସେ ସର୍ବଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

22 Jul 2024 By The Sakala

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ଭାରତୀୟ ଗୋଲକିପର ପିଆର୍ ଶ୍ରୀଜେଶ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ ସୋମବାର ଅବସର କେବେ ନେବେ ଘୋଷଣା କରିଛନ୍ତି । ଶ୍ରୀଜେଶ କହିଛନ୍ତି ପ୍ୟାରିସ ଅଲିମ୍ପିକ୍ସ ମୋର ଶେଷ ଅନ୍ତର୍ଜାତୀୟ ଗସ୍ତ ହେବ। ୩୬ ବର୍ଷୀୟ ଶ୍ରୀଜେଶ ୪ର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ରିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରି ୮ମ ସ୍ଥାନରେ ରହିଥିଲା । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ୨୬ ଜୁଲାଇରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବ। ଶ୍ରୀଜେଶ ଭାରତ ପକ୍ଷରୁ ୩୨୮ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୨୦୧୦ ବିଶ୍ୱକପରେ ସେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି ।

୨୦୧୪ ଏସିଆନ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଟିମ, ୨୦୧୮ ଏସିଆଡ ଗେମ୍ସ ବ୍ରୋଞ୍ଜ ପଦକ, ୨୦୧୮ ଏସୀୟ ଚାମ୍ପିୟନଶିପ ବିଜେତା ଓ ୨୦୨୩ ଏସୀୟ ଚାମ୍ପିୟନ ଟ୍ରଫିରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ୨୦୨୨ ଏସିଆନ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ ଜିତାଇବାରେ ସେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ୨୦୨୧ରେ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୨୦୨୧ରେ ସେ ସର୍ବଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର