ଆଜି ଆଇପିଏଲ କ୍ୱାଲିଫାୟର-୧ : ଫାଇନାଲ ଲକ୍ଷ୍ୟରେ କୋଲକାତା-ହାଇଦ୍ରାବାଦ୍‌

The Sakala Picture
Published On

ଅହମ୍ମଦାବାଦ୍‌ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ୧୭ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଟେବଲ ଟପ୍ପର କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌ର ବିଜୟୀ ଦଳ ସିଧାସଳଖ ଫାଇନାଲକୁ ଉଠିବ। କିନ୍ତୁ ପରାଜିତ ଦଳ ପାଇଁ ଆଉ ଗୋଟିଏ ସୁଯୋଗ ରହିଛି। ପରାଜିତ ଦଳ କ୍ୱାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସ ଓ […]

ଅହମ୍ମଦାବାଦ୍‌ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ୧୭ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଟେବଲ ଟପ୍ପର କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌ର ବିଜୟୀ ଦଳ ସିଧାସଳଖ ଫାଇନାଲକୁ ଉଠିବ। କିନ୍ତୁ ପରାଜିତ ଦଳ ପାଇଁ ଆଉ ଗୋଟିଏ ସୁଯୋଗ ରହିଛି। ପରାଜିତ ଦଳ କ୍ୱାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଖେଳାଯିବାକୁ ଥିବା ଏଲିମିନେଟର ବିଜୟୀ ଦଳକୁ ଭେଟିବ। ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିବ। ପାୱାର ହିଟିଂ ପାଇଁ ଉଭୟ ଦଳ ବେଶ୍‌ ଜଣାଶୁଣା।

ଆହୁରି ପଢ଼ନ୍ତୁ: ଆର୍ଜେଣ୍ଟିନାଠାରୁ ହାରିବା ପରେ ଫିଫା ଉପରେ ବର୍ଷିଲା ଇଜିପ୍ଟ: VAR ନିଷ୍ପତ୍ତିକୁ ନେଇ ସାଂଘାତିକ ଅଭିଯୋଗ

କୋଲକାତା ପ୍ରଥମ ଦଳ ଭାବେ ଏଥର ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା। ଗତ ୧୦ ଦିନ ମଧ୍ୟରେ ବର୍ଷା କାରଣରୁ କେତୋଟି ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି। ଫଳରେ ଉଭୟ ଦଳ ପର୍ଯ୍ୟାପ୍ତ ପରିମାଣର ବିଶ୍ରାମ ପାଇଛନ୍ତି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ କୋଲକାତା କ୍ରମାଗତ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲା ଓ ଏହାପରେ ବର୍ଷା କାରଣରୁ ତା’ର ଶେଷ ଦୁଇଟି ମ୍ୟାଚ୍‌ ବାତିଲ ହୋଇଥିଲା। ଚଳିତ ସଂସ୍କରଣରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋର କରିଥିବା କୋଲକାତା ବ୍ୟାଟର ଫିଲ ସଲ୍ଟ (୪୩୫ ରନ) ଆଗାମୀ ଟି-୨୦ ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ କୋଲକାତା ପାଇଁ ଏହା ଝଟ୍‌କା ସଦୃଶ ହୋଇଛି। କୋଲକାତାର ସୁନୀଲ ନାରିନ୍‌ ଏପର୍ଯ୍ୟନ୍ତ ୪୬୧ ରନ ସଂଗ୍ରହ କରି ଶୀର୍ଷରେ ରହିଛନ୍ତି। ଅବଶ୍ୟ ମଧ୍ୟକ୍ରମରେ ଆୟର (୨୮୭ ରନ) ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନାହାନ୍ତି। ମଧ୍ୟକ୍ରମରେ ନୀତୀଶ ରାଣା ସ୍ଥିରତା ଆଣିଛନ୍ତି। ସେହିପରି ଆନ୍ଦ୍ରେ ରସେଲ ଫିନିଶର ଭୂମିକାକୁ ଠିକ୍‌ ଭାବେ ତୁଲାଇବାରେ ସକ୍ଷମ ହୋଇଛନ୍ତି। କୋଲକାତାର ବୋଲିଂ ଲାଇନ୍‌ଅପ୍‌ ମଧ୍ୟ ଏପର୍ଯ୍ୟନ୍ତ ଦମ୍‌ଦାର ପ୍ରଦର୍ଶନ କରିଛି। ମିଚେଲ ଷ୍ଟାର୍କଙ୍କ ନେତୃତ୍ୱରେ ବୋଲିଂ ବିଭାଗରେ କେତେଜଣ ବିଶ୍ୱସ୍ତରୀୟ ସ୍ପିନର ରହିଛନ୍ତି। ନାରିନ୍‌, ବରୁଣ ଚକ୍ରବର୍ତ୍ତୀ, ରସେଲ ଓ ହର୍ଶିତ ରାଣା ପୁଣି ଥରେ ଉପଯୋଗୀ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ବିଦେଶ ମାଟିରେ ଇତିହାସ ରଚିଲେ ଓଡ଼ିଆ ଧାବକ ଅନିମେଶ କୁଜୁର, ୧୦୦ ମିଟରରେ କଲେ ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଅପରପକ୍ଷରେ କୋଲକାତା ତୁଳନାରେ ପ୍ୟାଟ କୁମିନ୍ସଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ମଧ୍ୟ କୌଣସି ବିଭାଗରେ ପଛରେ ପଡିନାହିଁ। ଦଳର ଦୁଇ ପ୍ରମୁଖ ବ୍ୟାଟର ଟ୍ରାଭିସ ହେଡ ଓ ଅଭିଷେକ ନାୟାରଙ୍କ ଷ୍ଟ୍ରାଇକ୍‌ରେଟ ୨୦୦ରୁ ଊର୍ଦ୍ଧ୍ୱ ରହିଛି। ହେଡ୍‌ ଏପର୍ଯ୍ୟନ୍ତ ୫୩୩ ରନ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସାମିଲ ରହିଛି। ହେଡ୍‌ଙ୍କ ନୀର୍ଭିକ ବ୍ୟାଟିଂ ଦଳର ବାକି ବ୍ୟାଟରଙ୍କୁ ମଧ୍ୟ ଉତ୍ସାହିତ କରିଛି। ପୁଣି ଥରେ ୩ ନଂରେ ରାହୁଲ ତ୍ରିପାଠୀ ଉପଯୋଗୀ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି। ଏଥିସହ ଟୁର୍ଣ୍ଣାମେଣ୍ଟ ମଝାମଝିରେ ହେନେରିଚ୍‌ କ୍ଲାସେନ ତାଙ୍କ ଫର୍ମ ଫେରିପାଇବା ଦଳ ପାଇଁ ବରଦାନ ସଦୃଶ ହୋଇଛି। ମୋଟାମୋଟି ଉପରେ ଦଳର ବ୍ୟାଟିଂ ଲାଇନ୍‌ ବେଶ୍‌ ମଜବୁତ ରହିଛି। ସେହିପରି ଅଭିଜ୍ଞ ପ୍ୟାଟ କୁମିନ୍ସଙ୍କ ନେତୃତ୍ୱରେ ଭୁବନେଶ୍ୱର କୁମାର, ୟର୍କର ସ୍ପୋଶାଲିଷ୍ଟ ଟି ନଟରାଜନ, ନୀତୀଶ ରେଡ୍ଡୀ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ସେହିପରି ସ୍ପିନର ଶାହାବାଜ ଅହମ୍ମଦ ବୋଲିଂ ବିଭାଗରେ ସନ୍ତୁଳନ ଆଣିବାରେ ସଫଳ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଲର୍ଡ୍ସରେ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଦଳ: ଇଂଲଣ୍ଡକୁ ୨୭୦ ରନରେ ଦେଲା ମାତ୍

ଅହମ୍ମଦାବାଦରେ ବିଶ୍ୱକପ୍‌ ଫାଇନାଲ ଖେଳାଯାଇଥିଲା

ଏଠାରେ ଗତବର୍ଷ ଦିନିକିଆ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ପଛରେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆୟୋଜକ ଭାରତକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ପଛରେ ବ୍ୟାଟିଂ କରିଥିବା ଦଳ ଅଧିକ ସଫଳ ରହିଛି। ଏଠାରେ ୬ଟି ମ୍ୟାଚ୍‌ରୁ ଚେଜ୍‌ କରିଥିବା ଦଳ ୪ଟିରେ ବିଜୟୀ ହୋଇଛି। ତେଣୁ ଟସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ମ୍ୟାଚ୍‌ ହାଇସ୍କୋରିଂ ହେବ ଏବଂ ଛକା ଓ ଚୌକାର ବର୍ଷା ହେବ। କିନ୍ତୁ ବୋଲରମାନେ ଏହି ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ନେବେ। ଗତ ମ୍ୟାଚ୍‌ରେ କୋଲକାତା ୪ ରନରେ ହାଇଦ୍ରାବାଦକୁ ହରାଇଥିଲା। ତେଣୁ ଏହି ମ୍ୟାଚ୍‌ରେ ଜବରଦସ୍ତ ରୋମାଞ୍ଚ ଓ ସଂଘର୍ଷ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ସମ୍ଭାବ୍ୟ ଦଳ

କୋଲକାତା : ସୁନୀଲ ନାରିନ, ରହମନୁଲ୍ଲା ଗୁରବାଜ, ଶ୍ରେୟସ ଆୟର (ଅଧିନାୟକ), ଭେଙ୍କଟେଶ ଆୟର, ନୀତୀଶ ରାଣା, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ରମନଦୀପ ସିଂ, ମିଚେଲ ଷ୍ଟାର୍କ, ଅନୁକୁଳ ରଏ/ ବୈଭବ ଆରୋରା, ହର୍ଶିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ।

ହାଇଦ୍ରାବାଦ: ଟ୍ରାଭିଡ ହେଡ୍‌, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ନୀତୀଶ କୁମାର ରେଡ୍ଡୀ, ହେନେରିଚ କ୍ଲାସେନ୍‌, ଶାହାବାଜ ଅହମ୍ମଦ, ଅବଦୁଲ ସମାଦ, ସନବୀର ସିଂ, ପ୍ୟାଟ କୁମିନ୍ସ (ଅଧିନାୟକ), ଭୁବନେଶ୍ୱର କୁମାର, ବିଜୟକାନ୍ତ ଭିୟାସକାନ୍ତ ଓ ଟି ନଟରାଜନ।

21 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର