ବ୍ରିସବେନରେ ହେବ ୨୦୩୨ ଅଲିମ୍ପିକ୍ସ

The Sakala Picture
Published On

ଟୋକିଓ: ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ବୁଧବାର ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର ବ୍ରିସବେନରେ ହେବ ବୋଲି ଘୋଷଣା କରିଛି । ବ୍ରିସବେନ ବିରୋଧରେ କେହି ଦାବୀଦାର ନ ଥିବାରୁ ସର୍ବସମ୍ମତିକ୍ରମେ ଆୟୋଜନ ଦାୟିତ୍ୱ ମିଳିଛି । ପୂର୍ବରୁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ (୧୯୫୬) ଓ ସିଡନୀ(୨୦୦୦)ରେ ଏହି ମହାକୁମ୍ଭ ସଫଳତାର ସହ ଆୟୋଜିତ ହୋଇଛି । ଏହାକୁ ମିଶାଇ ଅଷ୍ଟ୍ରେଲିଆକୁ ତିନିଥର ଅଲିମ୍ପିକ୍ସ ଆୟୋଜନର ସୌଭାଗ୍ୟ ମିଳିଛି। ଅଷ୍ଟ୍ରେଲିଆ ଦୁନିଆର ଦ୍ୱିତୀୟ ଦେଶ ଭାବେ ତିନୋଟି ସହରରେ ଅଲିମ୍ପିକ୍ସ ଆୟୋଜନ […]

ଟୋକିଓ: ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ବୁଧବାର ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର ବ୍ରିସବେନରେ ହେବ ବୋଲି ଘୋଷଣା କରିଛି । ବ୍ରିସବେନ ବିରୋଧରେ କେହି ଦାବୀଦାର ନ ଥିବାରୁ ସର୍ବସମ୍ମତିକ୍ରମେ ଆୟୋଜନ ଦାୟିତ୍ୱ ମିଳିଛି । ପୂର୍ବରୁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ (୧୯୫୬) ଓ ସିଡନୀ(୨୦୦୦)ରେ ଏହି ମହାକୁମ୍ଭ ସଫଳତାର ସହ ଆୟୋଜିତ ହୋଇଛି । ଏହାକୁ ମିଶାଇ ଅଷ୍ଟ୍ରେଲିଆକୁ ତିନିଥର ଅଲିମ୍ପିକ୍ସ ଆୟୋଜନର ସୌଭାଗ୍ୟ ମିଳିଛି। ଅଷ୍ଟ୍ରେଲିଆ ଦୁନିଆର ଦ୍ୱିତୀୟ ଦେଶ ଭାବେ ତିନୋଟି ସହରରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଅଧିକାର ପାଇଛି। ଏହା ପୂର୍ବରୁ ଆମେରିକାର ତିନୋଟି ସହରରେ ଅଲିମ୍ପିକ୍ସ ଆୟୋଜନ ପାଇଁ ସୁଯୋଗ ମିଳିଛି ।

ଆହୁରି ପଢ଼ନ୍ତୁ: ଆଜି ଦ୍ୱିତୀୟ ଟି୨୦: ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆହୁରି ପଢ଼ନ୍ତୁ: ଆଇସିସିର ସେପ୍ଟେମ୍ବର ମାସର ଶ୍ରେଷ୍ଠ କ୍ରିକେଟର ହେଲେ ଶୁଭମନ ଗିଲ୍ ଓ ଶେଫାଳୀ ବର୍ମା

୨୦୩୨ ପାଇଁ ହଙ୍ଗେରୀର ବୁଦାପେଷ୍ଟ, ଚୀନଳ କାତାରର ଦୋହା ଓ ଜର୍ମାନୀର ରୁହର ଆୟୋଜକ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଆଇଓସି ଆୟୋଜକ ହେବା ପାଇଁ କେତେକ ନୂତନ ନିୟମ ଲାଗୁ କରିଥିଲା । ଯାହା ଫଳରେ ବ୍ରିସବେନ ବ୍ୟତୀତ ଅନ୍ୟ ସମସ୍ତେ ଏହି ଦୌଡରୁ ଓହରି ଯାଇଥିଲେ । ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହା ଦେଶ ପାଇଁ ଏକ ଐତିହାସିକ କ୍ଷଣ ବୋଲି ବର୍ଣ୍ଣନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ବୁମରାହଙ୍କ ବିନା ଫେଲ୍ ଟିମ୍ ଇଣ୍ଡିଆ ବୋଲିଂ: ଜାଣନ୍ତୁ କାହିଁକି ଦୁର୍ବଳ ହୋଇପଡେ ଭାରତୀୟ ବୋଲିଂ ବିଭାଗ?

ବ୍ରିସବେନ ପୂର୍ବରୁ ୨୦୨୮ରେ ଲସ୍ ଆଞ୍ଜେଲିସ୍ ଓ ୨୦୨୪ରେ ପ୍ୟାରିସରେ ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ ହେବ। ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ କ୍ରୀଡ଼ାର ମାସକ ପୂର୍ବରୁ ହିଁ ଅଷ୍ଟ୍ରେଲିଆର ପୂର୍ବାଞ୍ଚଳରେ ଅବସ୍ଥିତ ଏହି ସହରକୁ ଅଲିମ୍ପିକ୍ସ ଆୟୋଜନ ପାଇଁ ରାସ୍ତା ସ୍ପଷ୍ଟ ହୋଇଥିଲା। ଆଇଓସି ଫେବୃଆରୀରେ ବ୍ରିସବେନକୁ ଆଲୋଚନା ପାଇଁ ବିଶେଷ ଅଧିକାର ଦେଇଥିଲା।

୨୦୩୨ ଅଲିମ୍ପିକ୍ସ ପାଇଁ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟ, ଚାଇନା, କାତାରର ଦୋହା ଏବଂ ଜର୍ମାନୀର ରୁହର୍ ଭ୍ୟାଲୀ ଆଗ୍ରହ ଦେଖାଇଥିଲେ। କିନ୍ତୁ ଆଇଓସିର ନୂଆ ପ୍ରକ୍ରିୟା ଆଧାରରେ ବ୍ରିସବେନକୁ ହିଁ ଏଥିପାଇଁ ଅଗ୍ରାଧୀକାର ଦିଆଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର