ଘୂର୍ଣ୍ଣିଝଡ଼ ‘ବାରିଲ’ରେ ଫସିଲା ବିଶ୍ବ ଚାମ୍ପିଅନ ଟିମ୍‌ ଇଣ୍ଡିଆ, ଆଣିବା ପାଇଁ ଯାଇପାରେ ସ୍ୱତନ୍ତ୍ର ବିମାନ

The Sakala Picture
Published On

ବାର୍ବାଡୋସ : ୱେଷ୍ଟ ଇଣ୍ଡିଜରେ ଫସିଛି ବିଶ୍ବ ଚାମ୍ପିଅନ ଟିମ୍‌ ଇଣ୍ଡିଆ। ଘୂର୍ଣ୍ଣିଝଡ଼ ଯୋଗୁଁ ବାର୍ବାଡସ୍‌ରେ ପ୍ରବଳ ବର୍ଷା ଓ ପବନ ଲାଗିରହିଛି। ଯେଉଁଥି ପାଇଁ ବିମାନ ସେବା ବନ୍ଦ ରହିଛି। ବାର୍ବାଡୋସରେ ତାଣ୍ଡବ ରଚୁଛି ହରିକେନ ବାରିଲ। ବାତ୍ୟା ଓ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏସବୁ ଭିତରେ ଘୂର୍ଣ୍ଣିଝଡ଼ରେ ଫସିରହିଛି ଟିମ୍‌ ଇଣ୍ଡିଆ । ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ବିମାନ ଉଡ଼ାଣ ପାଇଁ ପାଗ ଅନୁକୂଳ ନଥିବାରୁ ୱେଷ୍ଟ ଇଣ୍ଡିଜରୁ […]

ବାର୍ବାଡୋସ : ୱେଷ୍ଟ ଇଣ୍ଡିଜରେ ଫସିଛି ବିଶ୍ବ ଚାମ୍ପିଅନ ଟିମ୍‌ ଇଣ୍ଡିଆ। ଘୂର୍ଣ୍ଣିଝଡ଼ ଯୋଗୁଁ ବାର୍ବାଡସ୍‌ରେ ପ୍ରବଳ ବର୍ଷା ଓ ପବନ ଲାଗିରହିଛି। ଯେଉଁଥି ପାଇଁ ବିମାନ ସେବା ବନ୍ଦ ରହିଛି।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

ବାର୍ବାଡୋସରେ ତାଣ୍ଡବ ରଚୁଛି ହରିକେନ ବାରିଲ। ବାତ୍ୟା ଓ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏସବୁ ଭିତରେ ଘୂର୍ଣ୍ଣିଝଡ଼ରେ ଫସିରହିଛି ଟିମ୍‌ ଇଣ୍ଡିଆ । ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ବିମାନ ଉଡ଼ାଣ ପାଇଁ ପାଗ ଅନୁକୂଳ ନଥିବାରୁ ୱେଷ୍ଟ ଇଣ୍ଡିଜରୁ ଟିମ୍‌ ଇଣ୍ଡିଆ ଭାରତ ପ୍ରତ୍ୟାବର୍ତ୍ତନ କରିପାରନାହିଁ।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ଅନ୍ୟପଟେ ବିସିସିଆଇ ପକ୍ଷରୁ ଭାରତୀୟ ଖେଳାଳି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ଭାରତୀୟ ସମୟ ଅନୁସାରେ ଆଜି ରାତି ସାଢେ଼ ୮ଟା ବେଳେ ଭାରତ ଫେରିବା ନେଇ ଧାର୍ଯ୍ୟ କରାଯାଇଥିବାବେଳେ ଏବେ ଏହା ସମ୍ଭବ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ବାର୍ବାଡସରୁ ନ୍ୟୁୟର୍କ ଭାୟା ଦୁବାଇ ଦେଇ ଦିଲ୍ଲୀ ଫେରିଥାନ୍ତେ ସପୋର୍ଟ ଷ୍ଟାଫ ଓ ପରିବାର ସହ ପ୍ରାୟ ୭୦ ଜଣ। କିନ୍ତୁ ବର୍ତ୍ତମାନର ପାଣିପାଗ ସ୍ଥିତିରେ ଏହା ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି। ଜୁଲାଇ ୩ ତାରିଖ ସୁଦ୍ଧା ଭାରତୀୟ ଖେଳାଳି ସ୍ୱଦେଶ ଫେରିବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

ସୂଚନାଯୋଗ୍ୟ ଆଣ୍ଟଲାଣ୍ଟିକରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବର୍ତ୍ତମାନ ଇଷ୍ଟ- ସାଉଥ ଇଷ୍ଟ ବାର୍ବାଡୋସରୁ ପାଖାପାଖି ୫୭୦ କିଲୋମିଟର ଦୂରରେ ରହିଛି। ଏହା ବର୍ତ୍ତମାନ ୨୧୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି।
ବାର୍ବାଡୋସ୍‌ରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିଝଡ଼ ବାରିଲ ପ୍ରଭାବରେ ସମସ୍ତ ବିମାନ ଚଳାଚଳ ବନ୍ଦ ରହିଛି। ଚଳିତବର୍ଷ ୱେଷ୍ଟଇଣ୍ଡିଜରେ ଏହା ପ୍ରଥମ ବାତ୍ୟା । ଦକ୍ଷିଣ-ପୂର୍ବ କ୍ୟାରିବିଆନ୍‌ ଆଡକୁ ଆସୁଥିବା ‘ବାରିଲ’ ଏବେ ଶକ୍ତିଶାଳୀ କ୍ୟାଟେଗୋରି-୩ ବାତ୍ୟାରେ ପରିଣତ ହୋଇଛି । ବାର୍ବାଡୋସ୍‌, ସେଂଟଲୁସିଆ, ଗ୍ରେନାଡା ଏବଂ ସେଂଟ ଭିନସେଂଟ ଏବଂ ଗ୍ରେନେଡାଇନ୍‌ ସମେତ ଅନେକ ଦ୍ୱୀପରେ ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସତର୍କତା ଜାରି କରାଯାଇଛି।

01 Jul 2024 By The Sakala

ଘୂର୍ଣ୍ଣିଝଡ଼ ‘ବାରିଲ’ରେ ଫସିଲା ବିଶ୍ବ ଚାମ୍ପିଅନ ଟିମ୍‌ ଇଣ୍ଡିଆ, ଆଣିବା ପାଇଁ ଯାଇପାରେ ସ୍ୱତନ୍ତ୍ର ବିମାନ

ବାର୍ବାଡୋସ : ୱେଷ୍ଟ ଇଣ୍ଡିଜରେ ଫସିଛି ବିଶ୍ବ ଚାମ୍ପିଅନ ଟିମ୍‌ ଇଣ୍ଡିଆ। ଘୂର୍ଣ୍ଣିଝଡ଼ ଯୋଗୁଁ ବାର୍ବାଡସ୍‌ରେ ପ୍ରବଳ ବର୍ଷା ଓ ପବନ ଲାଗିରହିଛି। ଯେଉଁଥି ପାଇଁ ବିମାନ ସେବା ବନ୍ଦ ରହିଛି।

ବାର୍ବାଡୋସରେ ତାଣ୍ଡବ ରଚୁଛି ହରିକେନ ବାରିଲ। ବାତ୍ୟା ଓ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏସବୁ ଭିତରେ ଘୂର୍ଣ୍ଣିଝଡ଼ରେ ଫସିରହିଛି ଟିମ୍‌ ଇଣ୍ଡିଆ । ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ବିମାନ ଉଡ଼ାଣ ପାଇଁ ପାଗ ଅନୁକୂଳ ନଥିବାରୁ ୱେଷ୍ଟ ଇଣ୍ଡିଜରୁ ଟିମ୍‌ ଇଣ୍ଡିଆ ଭାରତ ପ୍ରତ୍ୟାବର୍ତ୍ତନ କରିପାରନାହିଁ।

ଅନ୍ୟପଟେ ବିସିସିଆଇ ପକ୍ଷରୁ ଭାରତୀୟ ଖେଳାଳି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ଭାରତୀୟ ସମୟ ଅନୁସାରେ ଆଜି ରାତି ସାଢେ଼ ୮ଟା ବେଳେ ଭାରତ ଫେରିବା ନେଇ ଧାର୍ଯ୍ୟ କରାଯାଇଥିବାବେଳେ ଏବେ ଏହା ସମ୍ଭବ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ବାର୍ବାଡସରୁ ନ୍ୟୁୟର୍କ ଭାୟା ଦୁବାଇ ଦେଇ ଦିଲ୍ଲୀ ଫେରିଥାନ୍ତେ ସପୋର୍ଟ ଷ୍ଟାଫ ଓ ପରିବାର ସହ ପ୍ରାୟ ୭୦ ଜଣ। କିନ୍ତୁ ବର୍ତ୍ତମାନର ପାଣିପାଗ ସ୍ଥିତିରେ ଏହା ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି। ଜୁଲାଇ ୩ ତାରିଖ ସୁଦ୍ଧା ଭାରତୀୟ ଖେଳାଳି ସ୍ୱଦେଶ ଫେରିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଆଣ୍ଟଲାଣ୍ଟିକରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବର୍ତ୍ତମାନ ଇଷ୍ଟ- ସାଉଥ ଇଷ୍ଟ ବାର୍ବାଡୋସରୁ ପାଖାପାଖି ୫୭୦ କିଲୋମିଟର ଦୂରରେ ରହିଛି। ଏହା ବର୍ତ୍ତମାନ ୨୧୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି।
ବାର୍ବାଡୋସ୍‌ରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିଝଡ଼ ବାରିଲ ପ୍ରଭାବରେ ସମସ୍ତ ବିମାନ ଚଳାଚଳ ବନ୍ଦ ରହିଛି। ଚଳିତବର୍ଷ ୱେଷ୍ଟଇଣ୍ଡିଜରେ ଏହା ପ୍ରଥମ ବାତ୍ୟା । ଦକ୍ଷିଣ-ପୂର୍ବ କ୍ୟାରିବିଆନ୍‌ ଆଡକୁ ଆସୁଥିବା ‘ବାରିଲ’ ଏବେ ଶକ୍ତିଶାଳୀ କ୍ୟାଟେଗୋରି-୩ ବାତ୍ୟାରେ ପରିଣତ ହୋଇଛି । ବାର୍ବାଡୋସ୍‌, ସେଂଟଲୁସିଆ, ଗ୍ରେନାଡା ଏବଂ ସେଂଟ ଭିନସେଂଟ ଏବଂ ଗ୍ରେନେଡାଇନ୍‌ ସମେତ ଅନେକ ଦ୍ୱୀପରେ ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସତର୍କତା ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର