ଟି-୨୦ ବିଶ୍ୱକପ୍‌: ଆଜି ପ୍ରଥମ ସେମିଫାଇନାଲ, ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ- ପାକିସ୍ତାନ

The Sakala Picture
Published On

ସିଡନୀ: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ୨୦୨୨ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲା ଏଠାରେ ଆଜି ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଭଲ ପ୍ରସ୍ତୁତି କରିନେଇଛନ୍ତି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌କୁ ଶକ୍ତିଶାଳୀ ମନେକରାଯାଉଥିଲେ ମଧ୍ୟ ପାକିସ୍ତାନର ମନୋବଳ ସୁଦୃଢ଼ ରହିଛି। ଉଭୟ ଦଳ ନିକଟରେ ଏହି ମ୍ୟାଚ୍‌ ଜିତିବାର ଦକ୍ଷତା ଓ କ୍ଷମତା ରହିଛି। କିନ୍ତୁ ପୂର୍ବ ରେକର୍ଡ ଓ ଉତ୍ସାହକୁ ଦେଖିଲେ ପାକିସ୍ତାନକୁ ଏହି ମୁକାବିଲାରେ ସାମାନ୍ୟ ଫେବରିଟ୍‌ ମନେକରାଯାଉଛି। […]

ସିଡନୀ: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ୨୦୨୨ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲା ଏଠାରେ ଆଜି ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଭଲ ପ୍ରସ୍ତୁତି କରିନେଇଛନ୍ତି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌କୁ ଶକ୍ତିଶାଳୀ ମନେକରାଯାଉଥିଲେ ମଧ୍ୟ ପାକିସ୍ତାନର ମନୋବଳ ସୁଦୃଢ଼ ରହିଛି। ଉଭୟ ଦଳ ନିକଟରେ ଏହି ମ୍ୟାଚ୍‌ ଜିତିବାର ଦକ୍ଷତା ଓ କ୍ଷମତା ରହିଛି। କିନ୍ତୁ ପୂର୍ବ ରେକର୍ଡ ଓ ଉତ୍ସାହକୁ ଦେଖିଲେ ପାକିସ୍ତାନକୁ ଏହି ମୁକାବିଲାରେ ସାମାନ୍ୟ ଫେବରିଟ୍‌ ମନେକରାଯାଉଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ସେମିଫାଇନାଲ ପୂର୍ବରୁ ପ୍ରଦର୍ଶନ: ଆୟୋଜକ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଆୟର୍ଲାଣ୍ଡକୁ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ସୁପର-୧୨ ଗ୍ରୁପ୍‌-୧’ରେ ଶୀର୍ଷସ୍ଥାନ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଇଂଲଣ୍ଡ ନିକଟରୁ ହାରିଥିଲାବେଳେ ଆଫଗାନିସ୍ତାନ ବିପକ୍ଷ ମୁକାବିଲା ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଓ ଜିମ୍ବାୱେଠାରୁ ହାରିଯିବା ପରେ ସ୍ୱଦେଶ ଫେରିବା ଆଶଙ୍କାରେ ଥିଲ। କିନ୍ତୁ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍‌ସ ହରାଇ ପାକିସ୍ତାନକୁ ସେମିଫାଇନାଲକୁ ଯିବାର ସୁଯୋଗ ଦେଇଥିଲା। ଏହା ପରେ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନ ଲାଗି ବାଂଲାଦେଶକୁ ହରାଇବା ଆବଶ୍ୟକ ହେଉଥିଲା। ପାକିସ୍ତାନ ସହଜରେ ଏହି ମ୍ୟାଚ୍‌ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା। ୧୯୯୨ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ୍‌ରେ ପାକିସ୍ତାନର ସମାନ ଅବସ୍ଥା ରହିଥିଲା। ଏହି ଦଳ ସେମିରେ ଶୀର୍ଷସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ହରାଇବା ସହ ଚାମ୍ପିଅନ୍‌ ମଧ୍ୟ ହୋଇଥିଲା।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଆଇସିସି ନକ୍‌ଆଉଟରେ ପାକିସ୍ତାନ ଅପରାଜେୟ: ଦୁଇ ଦେଶ ମଧ୍ୟରେ ୨୮ଟି ଟି-୨୦ ମୁକାବିଲା ଅନୁଷ୍ଠିତ ହୋଇଛି। ଏହା ମଧ୍ୟରୁ ପାକିସ୍ତାନ ୧୭ଟି ଓ ନ୍ୟୁଜିଲାଣ୍ଡ ୧୧ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ବିଶ୍ୱକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ଟି-୨୦ କ୍ରିକେଟ ଫାଇନାଲରେ ମଧ୍ୟ ପାକିସ୍ତାନ ଚାମ୍ପିଅନ୍‌ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଆଇସିସି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟ (ଦିନିକିଆ ଓ ଟି-୨୦ ବିଶ୍ୱକପ୍‌) ନକ୍‌ଆଉଟରେ ନ୍ୟୁଜିଲାଣ୍ଡଠାରୁ ପାକିସ୍ତାନ ଆଦୌ ହାରିନାହିଁ। ୧୯୯୨ ଓ ୧୯୯୯ରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ପାକିସ୍ତାନ ନିକଟରୁ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲା। ୨୦୦୭ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ବିଜୟୀ ହୋଇଥିଲା।

ନକ୍‌ଆଉଟରେ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଜିତି ନପାରିବାର ଅନେକ ରେକର୍ଡ ରହିଛି। ଗତ ୭ ବର୍ଷ ମଧ୍ୟରେ ଏହି ଦଳ ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ଫାଇନାଲ ଓ ୨୦୨୧ରେ ଟି-୨୦ ବିଶ୍ୱକପ୍‌ ଫାଇନାଲରେ ପରାଜିତ ହୋଇଛି।
ଉଭୟ ଦଳର ଶକ୍ତି ବୋଲିଂ: ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ବ୍ୟାଟର ଭଲ ପ୍ରଦର୍ଶନ କରିନାହାନ୍ତି। ବିଶେଷ କରି ଦୁଇ ଓପନର ମହମ୍ମଦ୍‌ ରିଜୱାନ୍‌ ଓ ଅଧିନାୟକ ବାବର ଆଜମ ଫର୍ମରେ ନାହାନ୍ତି। ଏମାନଙ୍କ ବିଫଳତା ନ୍ୟୁଜିଲାଣ୍ଡକୁ ସୁହାଇପାରେ। ସେମିଫାଇନାଲ ଖେଳାଯିବାକୁ ଥିବା ପିଚ୍‌ ନ୍ୟୁଜିଲାଣ୍ଡ ବୋଲରଙ୍କୁ ସୁହାଇଛି। ଏଠାରେ ଦଳର ଦୁଇ ଫାଷ୍ଟ ବୋଲର ଟିମ୍‌ ସୌଦୀ ଓ ଟ୍ରେଣ୍ଟ ବୋଲ୍ଟ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାର ଟପ୍‌ ଅର୍ଡର ବ୍ୟାଟିଂକୁ ଧ୍ୱସ୍ତ କରିଦେଇଥିଲେ। ପାକିସ୍ତାନର ନୂଆ ଖେଳାଳି ମହମ୍ମଦ୍‌ ହ୍ୟାରିସ୍‌ ଓ ସାଦାବ ଖାନ୍‌ଙ୍କ ଉପରେ ବ୍ୟାଟିଂ ନିର୍ଭର କରୁଛି। ପାକିସ୍ତାନର ବୋଲିଂ ସାହିନ ଆଫ୍ରିଦୀ ଓ ହ୍ୟାରିସ୍‌ ରୌଫଙ୍କ ସଫଳତା ଉପରେ ନିର୍ଭର କରୁଛି। ଯୁବ ଫାଷ୍ଟ ବୋଲର ନସୀମ ଶାହ ମଧ୍ୟ ଭଲ ଫର୍ମରେ ଅଛନ୍ତି। କିନ୍ତୁ ଦଳରେ ଥିବା ଦୁଇ ସ୍ପିନର ସାଦାବ ଓ ବାମହାତୀ ମହମ୍ମଦ୍‌ ନୱାଜଙ୍କୁ ମୁକାବିଲା କରିବା କିୱି ବ୍ୟାଟରଙ୍କ ପକ୍ଷେ କଷ୍ଟକର।

ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍‌ ୱିଲିୟମସନ ବିଳମ୍ବରେ ହେଉ ମଧ୍ୟ ଫର୍ମକୁ ଫେରିଛନ୍ତି। ଗ୍ଲେନ୍‌ ଫିଲିପ୍ସ ଗତ ଦୁଇଟି ମ୍ୟାଚ୍‌ରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ଡାରିଲ ମିଚେଲ ଓ ୱିକେଟ କିପର ଫିନ୍‌ ଆଲେନ୍‌ ଚମକ୍ରାର ଲୟରେ ବ୍ୟାଟିଂ କରୁଛନ୍ତି। ଡେଭନ କନୱେଙ୍କ ଦକ୍ଷତାକୁ ମଧ୍ୟ ଅଣଦେଖା କରାଯାଇ ନପାରେ। ଏମାନେ ଯଦି ମିଳିତଭାବେ କ୍ଲିକ୍‌ କରନ୍ତି, ତେବେ ନ୍ୟୁଜିଲାଣ୍ଡର ପାକିସ୍ତାନ ବିପକ୍ଷ ଆଇସିସି ବିଶ୍ୱକପ୍‌ ନକ୍‌ଆଉଟ ପରାଜୟ ଏଡ଼ାଇପାରିବ।

ଖେଳାଳି ଦଳ
ନ୍ୟୁଜିଲାଣ୍ଡ: କେନ୍‌ ୱିଲିୟମସନ (ଅଧିନାୟକ), ମାର୍ଟିନ ଗପ୍ଟିଲ, ଫିନ୍‌ ଆଲେନ୍‌ (ୱିକେଟକିପର), ଡେଭନ କନୱେ, ଡାରିଲ ମିଚେଲ, ଗ୍ଲେନ୍‌ ଫିଲିପ୍ସ, ମାର୍କ ଚାପମ୍ୟାନ୍‌, ମାଇକେଲ ବ୍ରେସ୍‌ୱେଲ, ମିଚେଲ ସାଣ୍ଟନର, ଇଶ୍‌ ସୋଧି, ଲକି ଫର୍ଗୁସନ, ଟିମ୍‌ ସୌଦୀ, ଜେମ୍ସ ନୀଶାମ, ଆଦାମ ମିଲ୍‌ନେ ଓ ଟ୍ରେଣ୍ଟ ବୋଲ୍ଟ।

ପାକିସ୍ତାନ: ବାବର ଆଜମ (ଅଧିନାୟକ), ମହମ୍ମଦ୍‌ ରିଜୱାନ୍‌ (ୱିକେଟକିପର), ଆସିଫ୍‌ ଅଲ୍ଲୀ, ହାଇଦର ଅଲ୍ଲୀ, ଖୁସ୍‌ଦିଲ ଶାହ, ସାନ ମାସୁଦ୍‌, ମହମ୍ମଦ୍‌ ହାରିସ୍‌, ଇଫତିକର ଅହମ୍ମଦ୍‌, ସାଦାବ ଖାନ୍‌, ମହମ୍ମଦ୍‌ ନୱାଜ, ମହମ୍ମଦ୍‌ ୱାସିମ ଜୁନିୟର, ହାରିସ୍‌ ରୌଫ୍‌, ମହମ୍ମଦ୍‌ ହାସନେନ୍‌, ନସୀମ ଶାହ ଓ ସାହିନ ଆଫ୍ରିଦୀ।

09 Nov 2022 By The Sakala

https://www.thesakala.in/sports/t20-world-cup-today-new-zealand-pakistan-will-face-each-other-in-the-first-semi-final-match/article-16406
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର