ଟି-୨୦ ବିଶ୍ୱକପ ଅଧାରୁ ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ନେବେ ସନ୍ଯାସ, ଜାଣନ୍ତୁ କାହିଁକି…..

The Sakala Picture
Published On

ଆବୁଧାବି: ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ରବିବାର ନାମିବିଆ ବିପକ୍ଷ ମ୍ୟାଚ ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ଦଳରେ ଯୁବା କ୍ରିକେଟରଙ୍କୁ ସୁଯୋଗ ଦେବାକୁ ଯାଇ ଅଜଗର କିଛି ଏପରି […]

ଆବୁଧାବି: ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ରବିବାର ନାମିବିଆ ବିପକ୍ଷ ମ୍ୟାଚ ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ଦଳରେ ଯୁବା କ୍ରିକେଟରଙ୍କୁ ସୁଯୋଗ ଦେବାକୁ ଯାଇ ଅଜଗର କିଛି ଏପରି ନିଷ୍ପତ୍ତି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଅଜଗର ୬ ବର୍ଷ ଧରି ତିନୋଟି ଫର୍ମାଟରେ ଆଫଗାନିସ୍ତାନ ଦଳର ନେତୃତ୍ୱ ନେଇଥିଲେ । ୨୦୧୯ ବିଶ୍ୱକପ ପୂର୍ବରୁ ତାଙ୍କୁ ଦଳର ଅଧିନାୟକତ୍ୱ ପଦରୁ ହଟାଯାଇଥିଲା । ତେବେ ପରେ ସେ ପୁଣିଥରେ ଅଧିନାୟକ ସାଜିଥିଲେ ହେଁ ଜିମ୍ବାୱେ ବିରୋଧରେ ଦଳର ଖରାପ ପ୍ରଦର୍ଶନ ପାଇଁ ଅଧିନାୟକ ଦୌଡରୁ ବାଦ୍ ପଡିଥିଲେ ।

୧୨ ବର୍ଷର କ୍ୟାରିଅର ଭିତରେ ଅଜଗର ୬ଟି ଟେଷ୍ଟ, ୧୧୪ଟି ଦିନିକିଆ ଓ ୭୪ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ମାତ୍ର ୪୪୦ ରନ୍ କରିଥିବା ଅଜଗର ଦିନିକିଆରେ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ସହ ସମୁଦାୟ ୨୪୨୪ ରନ ସଂଗ୍ରହ କରିଥିଲେ । ସେହିଭଳି ଚଳିତବର୍ଷ ବିଶ୍ୱକପରେ ପାକିସ୍ତାନ ବିରୋଧରେ ତାଙ୍କର ସର୍ବାଧିକ ସ୍କୋର ୧୦ ରହିଛି ।

31 Oct 2021 By The Sakala

ଟି-୨୦ ବିଶ୍ୱକପ ଅଧାରୁ ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ନେବେ ସନ୍ଯାସ, ଜାଣନ୍ତୁ କାହିଁକି…..

ଆବୁଧାବି: ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ରବିବାର ନାମିବିଆ ବିପକ୍ଷ ମ୍ୟାଚ ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ଦଳରେ ଯୁବା କ୍ରିକେଟରଙ୍କୁ ସୁଯୋଗ ଦେବାକୁ ଯାଇ ଅଜଗର କିଛି ଏପରି ନିଷ୍ପତ୍ତି ନେଇଛନ୍ତି ।

ଅଜଗର ୬ ବର୍ଷ ଧରି ତିନୋଟି ଫର୍ମାଟରେ ଆଫଗାନିସ୍ତାନ ଦଳର ନେତୃତ୍ୱ ନେଇଥିଲେ । ୨୦୧୯ ବିଶ୍ୱକପ ପୂର୍ବରୁ ତାଙ୍କୁ ଦଳର ଅଧିନାୟକତ୍ୱ ପଦରୁ ହଟାଯାଇଥିଲା । ତେବେ ପରେ ସେ ପୁଣିଥରେ ଅଧିନାୟକ ସାଜିଥିଲେ ହେଁ ଜିମ୍ବାୱେ ବିରୋଧରେ ଦଳର ଖରାପ ପ୍ରଦର୍ଶନ ପାଇଁ ଅଧିନାୟକ ଦୌଡରୁ ବାଦ୍ ପଡିଥିଲେ ।

୧୨ ବର୍ଷର କ୍ୟାରିଅର ଭିତରେ ଅଜଗର ୬ଟି ଟେଷ୍ଟ, ୧୧୪ଟି ଦିନିକିଆ ଓ ୭୪ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ମାତ୍ର ୪୪୦ ରନ୍ କରିଥିବା ଅଜଗର ଦିନିକିଆରେ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ସହ ସମୁଦାୟ ୨୪୨୪ ରନ ସଂଗ୍ରହ କରିଥିଲେ । ସେହିଭଳି ଚଳିତବର୍ଷ ବିଶ୍ୱକପରେ ପାକିସ୍ତାନ ବିରୋଧରେ ତାଙ୍କର ସର୍ବାଧିକ ସ୍କୋର ୧୦ ରହିଛି ।

https://www.thesakala.in/sports/t20-world-cup-asghar-afghan-to-retire-from-international-cricket-after-namibia-match/article-6493
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର