ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ : ନ୍ୟୁଜିଲାଣ୍ଡକୁ ୭ ୱିିକେଟରେ ହରାଇ ଫାଇନାଲରେ ପାକିସ୍ତାନ
ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ୭ ୱିିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଫାଇନାଲକୁ ପ୍ରବେଶ କରିବାକୁ ୧୫୩ ରନ୍ର ବିଜୟ ଲକ୍ଷ୍ୟନେଇ ପଡିଆକୁ ଓହ୍ଲାଇଥିବା ପାକିସ୍ତାନ ପ୍ରଥମରୁ ଜବରଦସ୍ତ […]
ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ୭ ୱିିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଫାଇନାଲକୁ ପ୍ରବେଶ କରିବାକୁ ୧୫୩ ରନ୍ର ବିଜୟ ଲକ୍ଷ୍ୟନେଇ ପଡିଆକୁ ଓହ୍ଲାଇଥିବା ପାକିସ୍ତାନ ପ୍ରଥମରୁ ଜବରଦସ୍ତ ଆରମ୍ଭ କରିଥିଲା। ଦୁଇ ଓପନର ବାବର ଆଜମ ଓ ରିଜୱାନ ଦମ୍ଦାର ଖେଳ ପଦର୍ଶନ କରିବା ସହ ପାକିସ୍ତାନର ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ।
ଆଜିର ମ୍ୟାଚ୍ରେ ପାକିସ୍ତାନର ଦୁଇ ଓପନର ବ୍ୟାଟ୍ସମ୍ୟାନ୍ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଦୁହେଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ମହମ୍ମଦ ରିଜୱାନ ସର୍ବାଧିକ ୫୭ ରନ୍ କରିଥିବା ବେଳେ ବାବର ଆଜମ ୫୩ ରନ୍ କରିଛନ୍ତି। ସେହିପରି ମହମ୍ମଦ ହାରିସ ୩୦ ରନରେ ଯୋଗଦାନ ଦେଇଛନ୍ତି। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଯିଏ ଜିତିବ ସିଏ ପାକିସ୍ତାନ ସହିତ ଫାଇନାଲ ଖେଳିବ।
ଆଜି ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଦଳ ଆରମ୍ଭରୁ ଫିନ ଆଲେନଙ୍କ ଓ୍ବିକେଟ୍ ହରାଇଥିଲେ ବି ଡେଭନ କନଓ୍ବେ ଓ ଅଧିନାୟକ କେନ ଓ୍ବିଲିୟମସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍ଥିତିକୁ ସୁଧାରିଥିଲେ । ଦଳ ପକ୍ଷରୁ ଡେରିଲ ମିଚେଲ ସର୍ବାଧିକ ୫୩ ରନ (ଅପରାଜିତ) କରିଥିବାବେଳେ କେନ ଓ୍ବିଲିୟମସନ ୪୬ ରନ ଓ ଡେଭନ କନଓ୍ବେ ୨୧ ରନ କରିଥିଲେ । ସେହିପରି ଜେମ୍ସ ନିସାମ ୧୬ରନ କରି ଅପରାଜିତ ଥିଲେ ।ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦି ୨ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ନଓ୍ବାଜ୍ ଗୋଟିଏ ଓ୍ବିକେଟ ନେଇଥିଲେ ।
ଫାଇନାଲକୁ ପ୍ରବେଶ କରିବାକୁ ୧୫୩ ରନ୍ର ବିଜୟ ଲକ୍ଷ୍ୟନେଇ ପଡିଆକୁ ଓହ୍ଲାଇଥିବା ପାକିସ୍ତାନ ଦଳ ପକ୍ଷରୁ ଓପନର ମହମ୍ମଦ ରିଜୱାନ ଓ ବାବର ଆଜମ ଦମ୍ଦାର ଇନିଂସ ଖେଳିଥିଲେ। ଦୁହେଁ ଶତକୀୟ ଭାଗିଦାରୀ କରିଥିଲେ। ଉଭୟ ଅର୍ଦ୍ଧଶତକ କରିଥିଲେ। ୧୨.୪ ଓଭରରେ ଅଧିନାୟକ ବାବର ଆଜମ ଆଉଟ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍ରେ ସେ ଡେରିଲ ମିଚେଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ପ୍ୟାଭିଲିୟନକୁ ଫେରିଲା ବେଳକୁ ସେ ୪୨ ବଲ୍ରେ ୭ଟି ଚୌକା ସହାୟତାରେ ୫୩ ରନ୍ କରିଥିଲେ।
ବାବର ଆଉଟ୍ ହୋଇଯିବା ପରେ ମହମ୍ମଦ ରିଜୱାନଙ୍କ ସହିତ ଯୋଡ଼ି ହୋଇଥିଲେ ମହମ୍ମଦ ହାରିସ୍। ତେବେ ୧୬.୬ ଓଭରରେ ରିଜୱାନ ଆଉଟ୍ ହୋଇଯାଇଥିଲେ। ସେ ୪୩ଟି ବଲ୍ରୁ ୫ଟି ଚୌକା ସହାୟତାରେ ୫୭ ରନ୍ କରିଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍ରେ ଗ୍ଲେନ୍ ଫିଲିପ୍ସଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ୧୮.୬ ଓଭରରେ ମହମ୍ମଦ ହାରିସ୍ ୨୬ଟି ବଲ୍ରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍ କରିଥିଲେ।