ଆଇପିଏଲ୍‌ ୨୦୨୩: ସନରାଇଜର୍ସ ହାଇଦ୍ରାବାଦକୁ ୧୪୪ ରନର ଟାର୍ଗେଟ ଦେଲା ପଞ୍ଜାବ କିଙ୍ଗସ୍

The Sakala Picture
Published On

ମୁମ୍ବାଇ: ଆଇପିଏଲ୍‌ ଚଳିତ ସଂସ୍କରଣରେ ରବିବାର ଦ୍ବିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହାଁ ହୋଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ପଞ୍ଜାବ କିଙ୍ଗସ୍ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ସନରାଇଜର୍ସକୁ ୧୪୪ ରନର ଆବଶ୍ୟକତା ରହିଛି। ପଞ୍ଜାବ କିଙ୍ଗ ପକ୍ଷରୁ ସାମ କୁରାନ ଓ ଶିଖର […]

ମୁମ୍ବାଇ: ଆଇପିଏଲ୍‌ ଚଳିତ ସଂସ୍କରଣରେ ରବିବାର ଦ୍ବିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହାଁ ହୋଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ପଞ୍ଜାବ କିଙ୍ଗସ୍ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ସନରାଇଜର୍ସକୁ ୧୪୪ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ପଞ୍ଜାବ କିଙ୍ଗ ପକ୍ଷରୁ ସାମ କୁରାନ ଓ ଶିଖର ଧାୱାନଙ୍କୁ ଛାଡିଦେଲେ କୌଣିସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ସାମ କୁରାନ  ୧୫ ବଲରେ ୨୨ ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାୱାନ ଶେଷ ପର୍ଯ୍ଯନ୍ତ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ। ଶିଖର ଧାୱାନ ୬୬ ବଲରେ ୯୯ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ସନରାଇଜର୍ସ ପକ୍ଷରୁ ମୟଙ୍କ ମାର୍କଣ୍ଡେ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଉମ୍ରାନ ମଲ୍ଲିକ ଓ ମାର୍କୋ ଜାନସେନ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ଭୁବନେଶ୍ବର କୁମାର ଗୋଟିଏ ୱିକେଟ ନେବାକୁ ସକ୍ଷମ ହୋଇଥିଲେ।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର