ମନୋରଞ୍ଜନ
ଓଡ଼ିଶା
ଆଇସିସି ବିଶ୍ବକପ ୨୦୨୩: ବାଂଲାଦେଶକୁ ୭ ୱିକେଟରେ ହରାଇଲା ପାକିସ୍ତାନ
କୋଲକାତା: ଆଇସିସି ବିଶ୍ବକପ ୨୦୨୩ । କୋଲକାତାର ଇଡେନ ଗାର୍ଡେନରେ ଆଜି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପାକିସ୍ତାନ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୪୫.୧ ଓଭରରେ ୨୦୪ ରନରେ ଅଲଆଉଟ୍ ହୋଇଥିଲା। ପାକିସ୍ତାନକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୦୫ ରନର ଆବଶ୍ୟକତା ରହିଥିଲା । ପାକିସ୍ତାନ ୩୨.୩ ଓଭରରେ ୩ ୱିକେଟ ହରାଇ ସହଜରେ ମ୍ୟାଚକୁ […]
କୋଲକାତା: ଆଇସିସି ବିଶ୍ବକପ ୨୦୨୩ । କୋଲକାତାର ଇଡେନ ଗାର୍ଡେନରେ ଆଜି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପାକିସ୍ତାନ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୪୫.୧ ଓଭରରେ ୨୦୪ ରନରେ ଅଲଆଉଟ୍ ହୋଇଥିଲା। ପାକିସ୍ତାନକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୦୫ ରନର ଆବଶ୍ୟକତା ରହିଥିଲା । ପାକିସ୍ତାନ ୩୨.୩ ଓଭରରେ ୩ ୱିକେଟ ହରାଇ ସହଜରେ ମ୍ୟାଚକୁ ଜିତି ନେଇଛି।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
ପାକିସ୍ତାନ ପକ୍ଷରୁ ଅବଦୁଲା ସାଫିକ ୬୯ ବଲରେ ୬୮ ରନ କରି ଆଉଟ ହୋଇଥିବା ବେଳେ ଫକର ଜମାନ ୭୪ ବଲରେ ୮୧ ରନ କରି ଆଉଟ ହୋଇଥିଲେ। ବାବାର ଆଜମ ୧୬ ବଲରେ ୯ରନ କରି ଆଉଟ ହୋଇଥିଲେ। ମହମ୍ମଦ ରିଜୱାନା ୨୧ ବଲରେ ୨୬ ରନ କରି ଅପରାଜିତ ଥିବା ବେଳେ ଇଫତିଖାର ଅହମ୍ମଦ ୧୫ ବଲରେ ୧୭ ରନ କରି ଅପରାଜିତ ରହିଥିଲେ।
ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ
ବାଂଲାଦେଶ ପକ୍ଷରୁ ସୋରିଫୁଲ ଇସଲାମ ଓ ମୁସ୍ତାଫିଜୁର ରେହେମାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।






