ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍: ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲ୍ଆଉଟ୍, ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬୩ ରନ୍‌ରେ ଭାରତ ଆଗୁଆ

The Sakala Picture
Published On

କାନପୁର: ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଇନିଂସ୍ ଅଗ୍ରଣୀ ହାସଲ କରିଛି | ଶନିବାର ତୃତୀୟ ଦିନରେ କିୱି ଦଳ ପ୍ରଥମ ଇନିଂସରେ ୨୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ ସମସ୍ତ ଓ୍ୱିକେଟ ହରାଇ ୨୯୬ ରନ୍ କରିଥିବା ବେଳେ ଭାରତୀୟ ଟିମ୍ ତା’ର ଦ୍ୱିତୀୟ ଇନିଂସରେ ଗୋଟିଏ ଓ୍ୱିକେଟ ହରାଇ ୧୪ ରନ୍ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ […]

କାନପୁର: ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଇନିଂସ୍ ଅଗ୍ରଣୀ ହାସଲ କରିଛି | ଶନିବାର ତୃତୀୟ ଦିନରେ କିୱି ଦଳ ପ୍ରଥମ ଇନିଂସରେ ୨୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ ସମସ୍ତ ଓ୍ୱିକେଟ ହରାଇ ୨୯୬ ରନ୍ କରିଥିବା ବେଳେ ଭାରତୀୟ ଟିମ୍ ତା’ର ଦ୍ୱିତୀୟ ଇନିଂସରେ ଗୋଟିଏ ଓ୍ୱିକେଟ ହରାଇ ୧୪ ରନ୍ କରିଛି ।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିବସରେ ଜବରଦସ୍ତ କମ ବ୍ୟାକ୍ କରିଛି ଭାରତୀୟ ଦଳ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ କୌଣସି ଓ୍ୱିକେଟ ହରାଇନଥିବା ବେଳେ ବିନା କୌଣସି ଓ୍ୱିକେଟ ହରାଇ ୧୨୯ ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ତୃତୀୟ ଦିନ ଖେଳ ଆରମ୍ଭ ପରେ ଅଶ୍ୱିନୀ ଆକ୍ସନକୁ ଫେରିଥିଲେ । ନ୍ୟୁଜିଲାଣ୍ଡ ଓପନର ଓ୍ୱିଲ୍ ୟଙ୍ଗଙ୍କୁ ୮୯ରନ୍ ବ୍ୟକ୍ତିଗତ ସ୍କୋରରେ ଆଉଟ କରିବା ପରେ ଭାରତୀୟ ଦଳ ମ୍ୟାଚ୍‌କୁ ଫେରିଥିଲା ।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ଦମଦାର ଆରମ୍ଭ କରିଥିଲା । ତଥାପି ୨୯୬ ରନ୍ କରି ଅଲଆଉଟ ହୋଇଯାଇଛି ଦଳ । ଫଳରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ୪୯ ରନର ଲିଡ୍ ମିଳିଥିଲା। ତେବେ ଭାରତ ପକ୍ଷରୁ ପ୍ରଥମ ଇନିଂସରେ ସ୍ପିନର ଅକ୍ଷର ପଟେଲ ସର୍ବାଧିକ ୫ଓ୍ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ ଓ ଜାଡେଜା, ଉମେଶ ଗୋଟିଏ ଲେକାଏଁ ଓ୍ୱିକେଟ ନେବାରେ ସଫଳ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ

27 Nov 2021 By The Sakala

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍: ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲ୍ଆଉଟ୍, ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬୩ ରନ୍‌ରେ ଭାରତ ଆଗୁଆ

କାନପୁର: ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଇନିଂସ୍ ଅଗ୍ରଣୀ ହାସଲ କରିଛି | ଶନିବାର ତୃତୀୟ ଦିନରେ କିୱି ଦଳ ପ୍ରଥମ ଇନିଂସରେ ୨୯୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ ସମସ୍ତ ଓ୍ୱିକେଟ ହରାଇ ୨୯୬ ରନ୍ କରିଥିବା ବେଳେ ଭାରତୀୟ ଟିମ୍ ତା’ର ଦ୍ୱିତୀୟ ଇନିଂସରେ ଗୋଟିଏ ଓ୍ୱିକେଟ ହରାଇ ୧୪ ରନ୍ କରିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିବସରେ ଜବରଦସ୍ତ କମ ବ୍ୟାକ୍ କରିଛି ଭାରତୀୟ ଦଳ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ କୌଣସି ଓ୍ୱିକେଟ ହରାଇନଥିବା ବେଳେ ବିନା କୌଣସି ଓ୍ୱିକେଟ ହରାଇ ୧୨୯ ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ତୃତୀୟ ଦିନ ଖେଳ ଆରମ୍ଭ ପରେ ଅଶ୍ୱିନୀ ଆକ୍ସନକୁ ଫେରିଥିଲେ । ନ୍ୟୁଜିଲାଣ୍ଡ ଓପନର ଓ୍ୱିଲ୍ ୟଙ୍ଗଙ୍କୁ ୮୯ରନ୍ ବ୍ୟକ୍ତିଗତ ସ୍କୋରରେ ଆଉଟ କରିବା ପରେ ଭାରତୀୟ ଦଳ ମ୍ୟାଚ୍‌କୁ ଫେରିଥିଲା ।

ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ଦମଦାର ଆରମ୍ଭ କରିଥିଲା । ତଥାପି ୨୯୬ ରନ୍ କରି ଅଲଆଉଟ ହୋଇଯାଇଛି ଦଳ । ଫଳରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ୪୯ ରନର ଲିଡ୍ ମିଳିଥିଲା। ତେବେ ଭାରତ ପକ୍ଷରୁ ପ୍ରଥମ ଇନିଂସରେ ସ୍ପିନର ଅକ୍ଷର ପଟେଲ ସର୍ବାଧିକ ୫ଓ୍ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ ଓ ଜାଡେଜା, ଉମେଶ ଗୋଟିଏ ଲେକାଏଁ ଓ୍ୱିକେଟ ନେବାରେ ସଫଳ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର