ଇଣ୍ଡିଆ- ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟର ପରିବାର ସହ ସମୟ କାଟୁଥିବାର ଚିତ୍ର

The Sakala Picture
Published On

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ୍ ଉପରେ ଧ୍ୟାନ ଦେବ। ଏହି ସିରିଜ୍ ଅଗଷ୍ଟ ୪ ରୁ ଆରମ୍ଭ ହେବ। ଏହି ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟରଙ୍କୁ କିଛିଦିନର ବ୍ରେକ ଦିଆଯାଇଛି। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆର ଅନେକ ଖେଳାଳି ଗ୍ରେଟ୍ ବ୍ରିଟେନରେ ନିଜ ପରିବାର ସହିତ ସମୟ କାଟୁଥିବାର ଦେଖିବାକୁ ମିଳିଛି। ସୋମବାର ଦିନ ଅନେକ […]

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ୍ ଉପରେ ଧ୍ୟାନ ଦେବ। ଏହି ସିରିଜ୍ ଅଗଷ୍ଟ ୪ ରୁ ଆରମ୍ଭ ହେବ। ଏହି ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟରଙ୍କୁ କିଛିଦିନର ବ୍ରେକ ଦିଆଯାଇଛି। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆର ଅନେକ ଖେଳାଳି ଗ୍ରେଟ୍ ବ୍ରିଟେନରେ ନିଜ ପରିବାର ସହିତ ସମୟ କାଟୁଥିବାର ଦେଖିବାକୁ ମିଳିଛି। ସୋମବାର ଦିନ ଅନେକ ଭାରତୀୟ କ୍ରିକେଟର ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଏ ସେୟାର କରିଛନ୍ତି। ଏହି ଚିତ୍ରଗୁଡ଼ିକରେ କ୍ରିକେଟର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ନଜର ଆସିଛନ୍ତି ।

ଆହୁରି ପଢ଼ନ୍ତୁ: ୨୦୨୭ ବିଶ୍ୱକପ୍‌ ପାଇଁ ସାମିଙ୍କୁ ଦଳରେ ସାମିଲ କରିବା ଅର୍ଥହୀନ: ଦିନେଶ କାର୍ତ୍ତିକ

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ସେ ସୋସିଆଲ ମିଡିଆରେ ଛାଡିଥିବା ଫଟୋରେ ଜଳଖିଆ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେଲେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି

ଏହି ସମୟରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଇଶାନ୍ତ ଶର୍ମା ଏବଂ ଓପନର୍ ମୟଙ୍କ ଅଗ୍ରୱାଲ ନିଜି ନିଜ ପତ୍ନୀଙ୍କ ସହ ପ୍ରସିଦ୍ଧ ସ୍ମାରକୀ ଷ୍ଟୋନହେଞ୍ଜ ଦେଖିବାକୁ ଯାଇଥିଲେ। ଏହା ପରେ ସେ ଇନଷ୍ଟାଗ୍ରାମରେ କ୍ୟାପସନରେ ଲେଖିଛନ୍ତି, ଇଞ୍ଜିନିୟରିଂର ଉତ୍କୃଷ୍ଟ ନମୁନା ।


ସେହିପରି ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେ ମଧ୍ୟ ନିଜ ପରିବାର ସହିତ ବୁଲିବାକୁ ଯାଇଥିଲେ। ଚିତ୍ରଗୁଡ଼ିକରେ ରୋହିତ ଏବଂ ରାହାଣେ ନିଜ ଝିଅଙ୍କ ସହିତ ନଜର ଆସିଛନ୍ତି। କ୍ୟାପସନରେ ରାହାଣେ ଲେଖିଛନ୍ତି, ଦୀର୍ଘ ଦିନ ପରେ ବାହାରେ ପିଲାଙ୍କ ସହିତ ଦିନଟି ଅତିବାହିତ ହୋଇଥିଲା।

ଏଥି ସହିତ ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ଆର ଅଶ୍ୱିନ୍ ପତ୍ନୀ ପ୍ରୀତି ନାରାୟଣଙ୍କ ସହ ସମୁଦ୍ରକୂଳ ଭିଡିଓ ପୋଷ୍ଟ କରିଛନ୍ତି।

ଟିମ୍ ଇଣ୍ଡିଆକୁ ଦିଆଯାଇଥିବା ବ୍ରେକ ଶେଷ ହେବା ପରେ ଜୁଲାଇ ୧୪ରେ ଭାରତୀୟ ଖେଳାଳିମାନେ ଏକାଠି ହେବେ। ଏହା ପରେ ସେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେବେ। ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ଡରହମରେ ଅଭ୍ୟାସ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର