ଜାଣନ୍ତୁ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍ (ଆଇପିଏଲ୍‍)ରେ କେଉଁ ଦଳ,କେତେ ଥର ଜିତିଛି ଟାଇଟଲ୍‍

The Sakala Picture
Published On

ବିଶ୍ୱର ସବୁଠାରୁ ବ୍ୟୟବହୁଳ ଓ ଲୋକପ୍ରିୟ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍ (ଆଇପିଏଲ୍‍) ଇତିମଧ୍ୟରେ ୧୪ଟି ସଂସ୍କରଣ ଅତିକ୍ରମ କରିସାରିଛି। ୨୦୦୮ରେ ବିଶ୍ୱର ବିତ୍ତଶାଳୀ କ୍ରିକେଟ୍‍ ବୋର୍ଡ ବିସିସିଆଇ ଆନୁକୂଲ୍ୟରେ ଏହି ହାଇପ୍ରୋଫାଇଲ୍‍ କ୍ରିକେଟ୍‍ ଲିଗ୍‍ ସର୍ବପ୍ରଥମେ ଆରମ୍ଭ ହୋଇଥିଲା। ଦିଗଂବତ ସେନ ୱର୍ଣ୍ଣଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‍ ପ୍ରଥମ ସଂସ୍କରଣର ଟାଇଟଲ୍‍ ବାଜିମାତ୍‍ କରିନେଇଥିଲା। କିନ୍ତୁ ସର୍ବାଧିକ ୫ଥର ଟ୍ରଫି ଜିତି ମୁମ୍ବଇ ଇଣ୍ଡିଆନ୍ସ ଆଇପିଏଲ୍‍ ଇତିହାସରେ ସବୁଠାରୁ ସଫଳ ଦଳ […]

ବିଶ୍ୱର ସବୁଠାରୁ ବ୍ୟୟବହୁଳ ଓ ଲୋକପ୍ରିୟ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍ (ଆଇପିଏଲ୍‍) ଇତିମଧ୍ୟରେ ୧୪ଟି ସଂସ୍କରଣ ଅତିକ୍ରମ କରିସାରିଛି। ୨୦୦୮ରେ ବିଶ୍ୱର ବିତ୍ତଶାଳୀ କ୍ରିକେଟ୍‍ ବୋର୍ଡ ବିସିସିଆଇ ଆନୁକୂଲ୍ୟରେ ଏହି ହାଇପ୍ରୋଫାଇଲ୍‍ କ୍ରିକେଟ୍‍ ଲିଗ୍‍ ସର୍ବପ୍ରଥମେ ଆରମ୍ଭ ହୋଇଥିଲା। ଦିଗଂବତ ସେନ ୱର୍ଣ୍ଣଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‍ ପ୍ରଥମ ସଂସ୍କରଣର ଟାଇଟଲ୍‍ ବାଜିମାତ୍‍ କରିନେଇଥିଲା। କିନ୍ତୁ ସର୍ବାଧିକ ୫ଥର ଟ୍ରଫି ଜିତି ମୁମ୍ବଇ ଇଣ୍ଡିଆନ୍ସ ଆଇପିଏଲ୍‍ ଇତିହାସରେ ସବୁଠାରୁ ସଫଳ ଦଳ ରହିଛି। ମାର୍ଚ୍ଚ ୨୬ରୁ ଆଇପିଏଲ୍‍-୧୫ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରତି ସଂସ୍କରଣ ବିଜେତା ଉପରେ ସଂକ୍ଷେପରେ ନଜର ପକାଇବା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ମୁମ୍ବଇକୁ ସର୍ବାଧିକ ଟାଇଟଲ୍‍

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଆଇପିଏଲ୍‍ ଇତିହାସ ଉପରେ ନଜର ପକାଇଲେ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ରହିଥିବା ମୁମ୍ବଇ ଇଣ୍ଡିଆନ୍ସ ଦଳ ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ଦଳ ରହିଛି। ମୋଟ୍‍ ୧୪ଟି ସଂସ୍କରଣ ମଧ୍ୟରୁ ମୁମ୍ବଇ ୫ଥର (୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦)ଚାମ୍ପିଅନ୍‍ ହୋଇ ସଫଳ ଦଳ ତାଲିକାର ସର୍ବାଗ୍ରେ ରହିଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ରୋହିତ୍‍ ଶର୍ମାଙ୍କ ନେତୃତ୍ୱରେ ମୁମ୍ବଇ ସମସ୍ତ ଟାଇଟଲ୍‍ ଜିତିଛି। ଯାହାକି ତାଙ୍କୁ ଆଇପିଏଲ୍‍ ଇତିହାସର ଅନ୍ୟତମ ଶ୍ରେଷ୍ଠ ଅଧିନାୟକର ମାନ୍ୟତା ଦେଇଛି। ୨୦୧୩ ସଂସ୍କରଣରେ ମୁମ୍ବଇ ପ୍ରଥମଥର ଚାମ୍ପିଅନ୍‍ ହେବାର ସୌଭାଗ୍ୟ ଲାଭ କରିଥିଲା। ଫାଇନାଲରେ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନଇ ସୁପର୍‍ କିଙ୍ଗ୍‍ସକୁ ୨୩ ରନରେ ପରାସ୍ତ କରି ମୁମ୍ବଇ ପ୍ରଥମଥର ଟାଇଟଲ ଜିତିଥିଲା। କାଇରନ ପୋଲାର୍ଡ ଫାଇନାଲର ଏବଂ ସେନ୍‍ ୱାଟସନ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଏହାପରେ ଆଇପିଏଲ୍‍ର ୮ମ (୨୦୧୫) ଓ ୧୦ମ (୨୦୧୭) ସଂସ୍କରଣରେ ମଧ୍ୟ ମୁମ୍ବଇ ଚାମ୍ପିଅନ୍‍ ହୋଇଥିଲା। ୨୦୧୫ ଫାଇନାଲରେ ଚେନ୍ନଇ ସୁପର୍‍ କିଙ୍ଗ୍‍ସକୁ ୪୧ ରନରେ ଏବଂ ୨୦୧୭ରେ ମାତ୍ର ୧ ରନରେ ରାଇଜିଂ ପୁଣେ ସୁପର୍‍ଜିଆଣ୍ଟସକୁ ହରାଇ ରୋହିତ୍‍ ଶର୍ମାଙ୍କ ଦଳ ଟ୍ରଫି ହାସଲ କରିଥିଲା। ମୁମ୍ବଇକୁ ୪ର୍ଥ ଓ ୫ମ ଟାଇଟଲ୍‍ କ୍ରମାଗତ ଭାବେ ୨୦୧୯ ଓ ୨୦୨୦ ସଂସ୍କରଣରେ ମିଳିଥିଲା। ଦ୍ୱାଦଶ ସଂସ୍କରଣ ଫାଇନାଲରେ ମାତ୍ର ୧ ରନରେ ଚେନ୍ନଇ ସୁପର କିଙ୍ଗ୍‍ସକୁ ଏବଂ ୧୩ତମ ସଂସ୍କରଣରେ ୫ ୱିକେଟ୍‍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବଇ ବିଜୟୀ ହୋଇଥିଲା। କୋଲକାତାର ଆନ୍ଦ୍ରେ ରସେଲ ଓ ରାଜସ୍ଥାନର ଜୋଫ୍ରା ଆର୍ଚର ଯଥାକ୍ରମେ ଏହି ଦୁଇ ସଂସ୍କରଣର ଶ୍ରେଷ୍ଠ ଖେଳାଳି ରହିଥିଲେ।

ରାଜସ୍ଥାନ ପ୍ରଥମ ବିଜେତା (୨୦୦୮)

ଆଇପିଏଲର ପ୍ରଥମ ସଂସ୍କରଣ ୨୦୦୮ ଏପ୍ରିଲ ୧୮ରୁ ଆରମ୍ଭ ହୋଇ ଜୁନ୍‍ ୧ରେ ସମାପ୍ତ ହୋଇଥିଲା। ୮ ଦଳକୁ ନେଇ ଅନୁଷ୍ଠିତ ପ୍ରଥମ ସଂସ୍କରଣ ଡବଲ୍‍ ରାଉଣ୍ଡ ରବିନ୍‍ ଭିତ୍ତିରେ ଖେଳାଯାଇଥିଲା। ଏଥିରେ ଦିଗଂବତ ସେନ ୱର୍ଣ୍ଣଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ୧୪ ମ୍ୟାଚରୁ ୧୧ ବିଜୟ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ୧୦୫ ରନରେ ପରାସ୍ତ କରି ରାଜସ୍ଥାନ ଫାଇନାଲରେ ପହଞ୍ଚିଥିଲା। ଅପରପକ୍ଷରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନଇ ସୁପର୍‍ କିଙ୍ଗ୍‍ସ ୯ ୱିକେଟ୍‍ରେ କିଙ୍ଗ୍‍ସ ଇଲେଭେନ ପଞ୍ଜାବକୁ ହରାଇ ଫାଇନାଲରେ ରାଜସ୍ଥାନ ସହ ମୁକାବିଲା କରିଥିଲା। ଏହାପରେ ଫାଇନାଲରେ ଚେନ୍ନଇକୁ ୩ ୱିକେଟ୍‍ରେ ମାତ୍‍ ଦେଇ ରାଜସ୍ଥାନ ଚାମ୍ପିଅନ୍‍ ହୋଇଥିଲା। ୟୁସୁଫ୍‍ ପଠାନ ଫାଇନାଲର ଶ୍ରେଷ୍ଠ ଏବଂ ସେନ୍‍ ୱାଟସନ ଟୁର୍ଣ୍ଣାମେଣ୍ଟ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଡେକାନ ଚାର୍ଜସ (୨୦୦୯)

ଆଣ୍ଡ୍ରିଉ ସାଇମଣ୍ଡ୍‍ସ, ହର୍ଶେଲ ଗିବ୍ସ, ଆଦାମ ଗ୍ରିଲ୍‍ଖ୍ରୀଷ୍ଟ, ରୋହିତ୍‍ ଶର୍ମାଙ୍କ ଭଳି ତାରକା ଖେଳାଳିଙ୍କୁ ନେଇ ଖଚିତ ଡେକାନ ଚାର୍ଜସ ୨୦୦୯ ସଂସ୍କରଣରେ ବାଜିମାତ୍‍ କରିନେଇଥିଲା। ନିର୍ବାଚନ ଲାଗି ଏହି ଦ୍ୱିତୀୟ ସଂସ୍କରଣକୁ ସମ୍ପୂର୍ଣ୍ଣରୂପେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ କରାଯାଇଥିଲା। ଗିଲ୍‍ଖ୍ରୀଷ୍ଟଙ୍କ ନେତୃ୍‍ତ୍ୱରେ ଡେକାନ ଦଳ ୬ ରନରେ ଅନିଲ କୁମ୍ବଲେଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ଚାମ୍ପିଅନ୍‍ ହୋଇଥିଲା। ୪୯୫ ରନ ସହ ଗିଲ୍‍ଖ୍ରୀଷ୍ଟ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

କୋଲକାତା ନାଇଟ୍‍ ରାଇଡର୍ସ (୨୦୧୨ ଓ ୨୦୧୪)

ବଲିଉଡ୍‍ ବାଦ୍‍ଶାହ ଶାହରୁଖ ଖାନଙ୍କ ମାଲିକାନାରେ ରହିଥିବା କୋଲକାତା ନାଇଟ୍‍ ରାଇଡର୍ସ ଫ୍ରାଞ୍ଚାଇଜ ଆଇପିଏଲ୍‍ ଇତିହାସରେ ୨ଥର ଚାମ୍ପିଅନ୍‍ ହେବାର ସୌଭାଗ୍ୟ ଲାଭ କରିଛି। ୨୦୧୨ରେ କୋଲକାତା ପ୍ରଥମଥର ଟ୍ରଫି ଜିତିଥିଲା। ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ଫାଇନାଲରେ ୫ ୱିକେଟ୍‍ରେ ଚେନ୍ନଇକୁ ଚକ୍‍ମା ଦେଖାଇ ଚାମ୍ପିଅନ୍‍ ହୋଇଥିଲା। ୧୯୧ ରନର ଲକ୍ଷ୍ୟକୁ କୋଲକାତା ୨ଟି ବଲ ଓ ୫ ୱିକେଟ୍‍ ବାକି ଥାଇ ହାସଲ କରିନେଇଥିଲା। ସୁନିଲ ନାରିନ ୨୪ ୱିକେଟ୍‍ ନେଇ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଗୋଟିଏ ସଂସ୍କରଣ ପରେ ଅର୍ଥାତ୍‍ ଆଇପିଏଲ୍‍-୭ରେ ମଧ୍ୟ କୋଲକାତା ପୁଣିଥରେ ବିଜେତା ହୋଇଥିଲା। ୨୦୧୪ରେ ଖେଳାଯାଇଥିବା ଏହି ସଂସ୍କରଣର ସମସ୍ତ ମ୍ୟାଚ୍‍ ୟୁଏଇରେ ଅନୁଷ୍ଠିତ ହୋଇଥିଲା। ପୁଣିଥରେ ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ସଫଳତାର ସ୍ୱାଦ ଚାଖିଥିଲା। ଫାଇନାଲରେ ପଞ୍ଜାବ ପକ୍ଷରୁ ୨୦୦ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ କୋଲକାତା ମନୀଷ ପାଣ୍ଡେଙ୍କ ୯୪ ରନ ସହାୟତାରେ ୩ ବଲ୍‍ ଓ ୩ ୱିକେଟ୍‍ ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା। ପଞ୍ଜାବର ଗ୍ଲେନ ମ୍ୟାକ୍ସୱେଲ୍‍ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ସନ୍‍ରାଇଜର୍ସ ହାଇଦରାବାଦ୍‍ (୨୦୧୬)

ଆଇପିଏଲ୍‍ର ଏହା ଥିଲା ୯ମ ସଂସ୍କରଣ। ୮ ଗୋଟି ଦଳକୁ ନେଇ ମୋଟ୍‍ ୬୦ ମ୍ୟାଚ୍‍ ଖେଳାଯାଇଥିଲା। ଯେଉଁଥିରେ ସନ୍‍ରାଇଜର୍ସ ହାଇଦରାବାଦ୍‍ ଟାଇଟଲ୍‍ ଜିତିନେଇଥିଲା। ଡେଭିଡ୍‍ ୱାର୍ଣ୍ଣରଙ୍କ ନେତୃତ୍ୱରେ ହାଇଦରାବାଦ୍‍ର ଏହି ସଫଳତା ପାଇଥିଲା। ଫାଇନାଲରେ ବିରାଟ କୋହଲିଙ୍କ ବାଙ୍ଗାଲୋର ଦଳକୁ ୮ ରନରେ ସନ୍‍ରାଇଜର୍ସ ପରାସ୍ତ କରିଥିଲା। ହାଇଦରାବାଦ୍‍ ଫ୍ରାଞ୍ଚାଇଜର ଏହା ୨ୟ ଟାଇଟଲ୍‍ ଥିଲା। ପୂର୍ବରୁ ଡେକାନ ଚାର୍ଜସ ନାମରେ ଏହି ଦଳ ବିଜେତା ହୋଇଥିଲା।

ଧୋନିଙ୍କ ନେତୃତ୍ୱରେ ୯ଥର ଫାଇନାଲ

ଆଇପିଏଲରେ ଯଦି ସବୁଠାରୁ ସଫଳ ଅଧିନାୟକଙ୍କ ନାମ ବିଚାରକୁ ନିଆଯାଏ ତେବେ ‘କ୍ୟାପଟେନ୍‍ କୁଲ୍‍’ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନି ସବୁଠାରୁ ସର୍ବାଗ୍ରେ ରହିବେ। ତାଙ୍କ ନେତୃତ୍ୱରେ ଚେନ୍ନଇ ସୁପର୍‍ କିଙ୍ଗ୍‍ସ (ସିଏସ୍‍କେ) ୧୪ଟି ସଂସ୍କରଣ ମଧ୍ୟରୁ ୯ଥର ଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଛି। ଯେଉଁଥିରେ ଚେନ୍ନଇ ୪ଥର ଚାମ୍ପିଅନ୍‍ ହୋଇଛି। ୨୦୧୦ରେ ଚେନ୍ନଇ ପ୍ରଥମଥର ଚାମ୍ପିଅନ୍‍ ହେବାର ସ୍ୱାଦ ଚାଖିଥିଲା। ଏହାପରବର୍ତ୍ତୀ ସଂସ୍କରଣରେ ମଧ୍ୟ ବିଜୟୀ ହୋଇ ସୁପର୍‍କିଙ୍ଗ୍‍ସ ଟାଇଟଲ୍‍ ବଜାୟ ରଖିଥିଲା। ୨୦୧୮ରେ ଚେନ୍ନଇକୁ ୩ୟଥର ଚାମ୍ପିଅନ୍‍ କରାଇଥିଲେ ଧୋନି। ଅନ୍ତିମ ତଥା ସର୍ବଶେଷ ଟାଇଟଲ୍‍ ଚେନ୍ନଇ ଗତ ସଂସ୍କରଣରେ ହାସଲ କରିଥିଲା। ୨୦୨୧ ଫାଇନାଲରେ କୋଲକାତା ନାଇଟ୍‍ ରାଇଡର୍ସକୁ ୨୭ ରନରେ ହରାଇଥିଲା ଚେନ୍ନଇ। ଯଦି ଆଗାମୀ ୧୫ତମ ସଂସ୍କରଣରେ ଚେନ୍ନଇ ବିଜୟୀ ହୁଏ ତେବେ ମୁମ୍ବଇ ଇଣ୍ଡିଆନ୍ସ ସହ ସମକକ୍ଷ ହେବ। ଅପରପକ୍ଷରେ ଚେନ୍ନଇ ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ମଧ୍ୟ ଫାଇନାଲ ଖେଳିବାର ସୌଭାଗ୍ୟ ଲାଭ କରିଥିଲା। କିନ୍ତୁ ଧୋନିଙ୍କ ଦଳକୁ ରନର୍ସଅପରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା।

23 Mar 2022 By The Sakala

https://www.thesakala.in/sports/know-which-team-has-won-the-title-in-the-indian-premier-league-how-many-times/article-10179
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର