କୋହଲିଙ୍କ ଆଉ ଏକ ରେକର୍ଡ, ପ୍ରଥମ ଏସିଆନ ଭାବେ କଲେ ଏହି କୀର୍ତ୍ତିମାନ

The Sakala Picture
Published On

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବଢୁଛି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ କ୍ରେଜ । କ୍ରିକେଟର ସମସ୍ତ ଫର୍ମାଟରେ ଚତ୍ମକାର ପ୍ରଦର୍ଶନ କରିଥିବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜଲୱା ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳୁଛି । ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଏବେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ବି ଏକ ରେକର୍ଡ ଅର୍ଜନ କରିଛନ୍ତି ।ନିକଟରେ କୋହଲିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୧୫୦ ମିଲିୟନ ପାର୍ […]

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବଢୁଛି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ କ୍ରେଜ । କ୍ରିକେଟର ସମସ୍ତ ଫର୍ମାଟରେ ଚତ୍ମକାର ପ୍ରଦର୍ଶନ କରିଥିବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜଲୱା ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳୁଛି । ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଏବେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ବି ଏକ ରେକର୍ଡ ଅର୍ଜନ କରିଛନ୍ତି ।ନିକଟରେ କୋହଲିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୧୫୦ ମିଲିୟନ ପାର୍ କରିଛି । ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଭାରତୀୟ ଏବଂ ବିଶ୍ବର ପ୍ରଥମ କ୍ରିକେଟର ହେଉଛନ୍ତି ବିରାଟ ।

ଆହୁରି ପଢ଼ନ୍ତୁ: 'ଖରାପ ଲାଗେ': ଦିନିକିଆ ଦଳରୁ ବାଦ୍ ପଡ଼ିବା ନେଇ ମୁହଁ ଖୋଲିଲେ ରିଷଭ ପନ୍ତ, କହିଲେ 'ମତାମତ ଦେବା ସହଜ'

କେବଳ ପ୍ରଥମ କ୍ରିକେଟର ଭାବେ ନୁହେଁ, କୋହଲି ପ୍ରଥମ ଏସୀୟ ବ୍ୟକ୍ତି ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋୟର ସଂଖ୍ୟା ୧୫୦ ମିଲିୟନ୍ ପାର୍ କରିଛି । କ୍ରିକେଟ ଜଗତର ରନ ମେସିନ ଭାବରେ ପରିଚିତ ବିରାଟ କୋହଲି ବର୍ତ୍ତମାନ ଇଂଲଣ୍ଡ ଗସ୍ତରରେ ରହିଛନ୍ତି । ସେଠାରେ ସେ ଇଂଲଣ୍ଡ ସହ ସେ ୫ଟି ଟିକିଆ ଟେଷ୍ଟ ସିରିଜ ଖେଳୁଛନ୍ତି । ଗୋଟିଏ ପଟେ ସେ ଶତକ ହାସଲ କରି ପାରୁନଥିବାରୁ ଟ୍ରୋଲ ହେଉଥିବା ଗୋଟିଏ ପଟେ ଇନଷ୍ଟାଗ୍ରାମରେ ଫଲୋୟର୍ସ ସଂଖ୍ୟା ବଢ଼ି ୧୫୦ ମିଲିୟନ ଛୁଇଁଛି । ରିପୋର୍ଟ ମୁତାବକ ଏହି ଷ୍ଟାର କ୍ରିକେଟ ଇନଷ୍ଟାଗ୍ରାରେ ଗୋଟିଏ ସ୍ପନ୍ସର ପୋଷ୍ଟ କରିବା ପାଇଁ ୫ କୋଟି ଟଙ୍କା ନିଅନ୍ତି । ଏହା କୌଣସି ଭାରତୀୟ ସେଲିବ୍ରିଟିଙ୍କଠାରୁ ସର୍ବାଧିକ । ତାଙ୍କ ଉପରେ ବ୍ରାଜିଲିଆଲ ଫୁଟବଲ ଷ୍ଟାର ରହିଛନ୍ତି, ଯିଏ ଗୋଟିଏ ସ୍ପୋନ୍ସର ପୋଷ୍ଟ କରିବା ପାଇଁ ୬ କୋଟି ଟଙ୍କା ନିଅନ୍ତି ।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍‌ରେ ଭାରତର ଧମାକାଦାର ଅଭିଯାନ: ଓପନରରେ ଅଷ୍ଟ୍ରେଲିଆ, ୩ ଦିନ ପରେ ପାକିସ୍ତାନ ସହ ମୁକାବିଲା

କ୍ରୀଡ଼ାବିତଙ୍କ କଥା କହିଲେ ଇନଷ୍ଟାଗ୍ରାମରେ ଫୁଟବଲ ଷ୍ଟାର ରୋନାଲ୍ଡୋଙ୍କ ସର୍ବାଧିକ ଫଲୋୟର୍ସ ରହିଛନ୍ତି । ଏହି ସୋସିଆଲ ମିଡିଆ ସାଇଟରେ ରୋନାଲ୍ଡୋଙ୍କର ୩୩୭ ମିଲିୟନ ଫଲୋୟର୍ସ ରହିଛନ୍ତି । ତାଙ୍କ ପଛକୁ ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସୀ ରହିଛନ୍ତି । ତାଙ୍କର ୨୬୦ ମିଲିୟନ ଫଲୋୟର୍ସ ରହିଛନ୍ତି । ଏହାପରେ ନାମ ଆସିବ ବ୍ରାଜିଆଲନ ଫୁଟବଲ ଷ୍ଟାର ନେମାନଙ୍କ । ଇନଷ୍ଟାଗ୍ରାମରେ ତାଙ୍କର ୧୬୦ ମିଲିୟନ ଫଲୋୟର୍ସ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ ପୂରଣ କଲେ କେ.ଏଲ୍ ରାହୁଲ: ଏହି ଖାସ୍ ରେକର୍ଡରେ ଧୋନିଙ୍କ ସମକକ୍ଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର