ଆମେରିକୀୟ କ୍ରିକେଟ ପ୍ରେମରେ ଭାରତୀୟ ଖେଳାଳି

The Sakala Picture
Published On

ଆମେରିକାରେ ଏବେ କ୍ରିକେଟ ଖେଳର ଅଭ୍ୟୁଦୟ ହେବାକୁ ଯାଉଛି। ଏହି ଦେଶର କୋଚ୍‍ ଭାବେ ଲାଲାଚାନ୍ଦ ରାଜପୁତ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତରୁ ଅନେକ ନାମି ଦାମି ଖେଳାଳି ଆମେରିକାରେ କ୍ରିକେଟ ଖେଳିବାକୁ ପସନ୍ଦ କରି ଭାରତରେ କ୍ରିକେଟ ଖେଳରୁ ଅବସର ନେଉଛନ୍ତି। ଗୁଜରାଟର ସ୍ମିତ୍‍ ପଟେଲ, ଦିଲ୍ଲୀର ଉନ୍ମୁକ୍ତ ଚାନ୍ଦଙ୍କ ପରେ ମିଲିନ୍ଦ କୁମାର ଆମେରିକା କ୍ରିକେଟ ପ୍ରେମରେ ପଡ଼ିଯାଇଛନ୍ତି। ଆମେରିକା ଟିମ୍‍ରେ ସ୍ଥାନ ପାଇବାକୁ ହେଲେ ସେଠାରେ ଆୟୋଜିତ ହେଉଥିବା ମାଇନର ଲିଗ୍‍ […]

ଆମେରିକାରେ ଏବେ କ୍ରିକେଟ ଖେଳର ଅଭ୍ୟୁଦୟ ହେବାକୁ ଯାଉଛି। ଏହି ଦେଶର କୋଚ୍‍ ଭାବେ ଲାଲାଚାନ୍ଦ ରାଜପୁତ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତରୁ ଅନେକ ନାମି ଦାମି ଖେଳାଳି ଆମେରିକାରେ କ୍ରିକେଟ ଖେଳିବାକୁ ପସନ୍ଦ କରି ଭାରତରେ କ୍ରିକେଟ ଖେଳରୁ ଅବସର ନେଉଛନ୍ତି। ଗୁଜରାଟର ସ୍ମିତ୍‍ ପଟେଲ, ଦିଲ୍ଲୀର ଉନ୍ମୁକ୍ତ ଚାନ୍ଦଙ୍କ ପରେ ମିଲିନ୍ଦ କୁମାର ଆମେରିକା କ୍ରିକେଟ ପ୍ରେମରେ ପଡ଼ିଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଆରସିବି ବୋଲରଙ୍କୁ ଧୂଳି ଚଟାଇଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୨୬ ବଲରେ ଖେଳିଲେ ୭୮ ରନର ବିସ୍ଫୋରକ ପାଳି

ଆମେରିକା ଟିମ୍‍ରେ ସ୍ଥାନ ପାଇବାକୁ ହେଲେ ସେଠାରେ ଆୟୋଜିତ ହେଉଥିବା ମାଇନର ଲିଗ୍‍ କ୍ରିକେଟ ଖେଳିବା ବାଧ୍ୟତାମୂଳକ। ଜଣେ ଭାରତୀୟ ଖେଳାଳି ଯଦି ଏହି ଲିଗ୍‍ରେ ଖେଳିବାକୁ ଚାହିଁବେ ତେବେ ତାଙ୍କୁ ଭାରତୀୟ କ୍ରିକେଟରୁ ଅବସର ନେବାକୁ ହେବ। ଏହା ପରେ ଯାଇ ତାଙ୍କୁ ବିଦେଶରେ କ୍ରିକେଟ ଖେଳିବାକୁ ଅନୁମତି ମିଳିବ। ଏହି ନିୟମ ଯୋଗୁ ଦିଲ୍ଲୀର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ୍‍ ମିଲିନ୍ଦ କୁମାର ଭାରତରେ ସମସ୍ତ ପ୍ରକାର କ୍ରିକେଟ ଖେଳରୁ ଅବସର ନେଇ ଆମେରିକାର ଫିଲାଡେଲଫିଆ ଟିମ୍‍ ପକ୍ଷରୁ ମାଇନର ଲିଗ୍‍ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ସେ ବିରାଟ କୋହଲି, ଈଶାନ୍ତ ଶର୍ମା ଓ ଶିଖର ଧାୱନଙ୍କ ସହ ରଣଜୀ ଟ୍ରଫି ଖେଳିବା ସତ୍ତ୍ବେ ଏତେଟା ସଫଳତା ମିଳିନାହିଁ। ସେ ମଧ୍ୟ ତ୍ରିପୁରା ଓ ସିକ୍କିମ୍‍ ପକ୍ଷରୁ ରଣଜୀ ଟ୍ରଫି ଖେଳିଛନ୍ତି। ୨୦୧୯ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ୨୦୧୩ରେ ତତ୍‍କାଳୀନ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଆଇପିଏଲ ଖେଳିଥିଲେ ମଧ୍ୟ ଏତେଟା ସଫଳତା ପାଇପାରି ନାହାନ୍ତି। ୨୦୧୩ରେ ସେ ଦିଲ୍ଲୀର ଉପଅଧିନାୟକ ଥିଲାବେଳେ ଇଂଲଣ୍ଡକୁ ହରାଇଥିଲେ। ୨୦୧୭ରେ ବୋର୍ଡ ପ୍ରେସିଡେଣ୍ଟ ଇଲେଭେନ୍‍ ପକ୍ଷରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ଏଠାରେ ବିଶେଷ ସଫଳ ନହେବାରୁ ମିଲିନ୍ଦ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସିକ୍କିମ୍‍ ପକ୍ଷରୁ ରଣଜୀ ଟ୍ରଫି ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଏଠାରେ ସେ ପ୍ଲେଟ୍‍ ଲିଗ୍‍ରେ ୧୨୧ ହାରରେ ୧୩୩୧ ରନ୍‍ କରି ଗୋଟିଏ ସିଜନରେ ସର୍ବାଧିକ ରନ୍‍ କରିବାରେ ଶ୍ରେୟସ ଆୟରଙ୍କ ନାମରେ ଥିବା ରେକର୍ଡକୁ ଭାଙ୍ଗିଦେଇଥିଲେ। ସେ ମୋଟରେ ୪୬ଟି ପ୍ରଥମଶ୍ରେଣୀ ମ୍ୟାଚ୍‍ରୁ ୪୬.୬୮ ହାରରେ ୨,୯୮୮ ରନ୍‍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୯ଟି ଶତକ ରହିଥିଲାବେଳେ ୨୬୧ ହେଉଛି ସର୍ବାଧିକ ସ୍କୋର। ସେ ମଧ୍ୟ ୬୫ଟି ଲିଷ୍ଟ-ଏ’ ମ୍ୟାଚ୍‍ ଖେଳି ୪୩.୦୪ ହାରରେ ୨୦୨୩ ରନ୍‍, ୫୮ଟି ଟି-୨୦ ମ୍ୟାଚ୍‍ ଖେଳି ୨୯.୪୦ ହାରରେ ୧୧୭୬ ରନ୍‍ ସଂଗ୍ରହ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚେନ୍ନାଇ ସୁପର କିଙ୍ଗସ୍ (CSK) ପାଇଁ ସଞ୍ଜୁ ସାମସନଙ୍କ ଧମାକାଦାର ଶତକ: ଟିମ୍ ଇଣ୍ଡିଆ ଭଳି ସିଏସକେକୁ ମଧ୍ୟ କରିବେ କି ଚାମ୍ପିଅନ୍?

23 Aug 2021 By The Sakala

ଆମେରିକୀୟ କ୍ରିକେଟ ପ୍ରେମରେ ଭାରତୀୟ ଖେଳାଳି

ଆମେରିକାରେ ଏବେ କ୍ରିକେଟ ଖେଳର ଅଭ୍ୟୁଦୟ ହେବାକୁ ଯାଉଛି। ଏହି ଦେଶର କୋଚ୍‍ ଭାବେ ଲାଲାଚାନ୍ଦ ରାଜପୁତ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତରୁ ଅନେକ ନାମି ଦାମି ଖେଳାଳି ଆମେରିକାରେ କ୍ରିକେଟ ଖେଳିବାକୁ ପସନ୍ଦ କରି ଭାରତରେ କ୍ରିକେଟ ଖେଳରୁ ଅବସର ନେଉଛନ୍ତି। ଗୁଜରାଟର ସ୍ମିତ୍‍ ପଟେଲ, ଦିଲ୍ଲୀର ଉନ୍ମୁକ୍ତ ଚାନ୍ଦଙ୍କ ପରେ ମିଲିନ୍ଦ କୁମାର ଆମେରିକା କ୍ରିକେଟ ପ୍ରେମରେ ପଡ଼ିଯାଇଛନ୍ତି।

ଆମେରିକା ଟିମ୍‍ରେ ସ୍ଥାନ ପାଇବାକୁ ହେଲେ ସେଠାରେ ଆୟୋଜିତ ହେଉଥିବା ମାଇନର ଲିଗ୍‍ କ୍ରିକେଟ ଖେଳିବା ବାଧ୍ୟତାମୂଳକ। ଜଣେ ଭାରତୀୟ ଖେଳାଳି ଯଦି ଏହି ଲିଗ୍‍ରେ ଖେଳିବାକୁ ଚାହିଁବେ ତେବେ ତାଙ୍କୁ ଭାରତୀୟ କ୍ରିକେଟରୁ ଅବସର ନେବାକୁ ହେବ। ଏହା ପରେ ଯାଇ ତାଙ୍କୁ ବିଦେଶରେ କ୍ରିକେଟ ଖେଳିବାକୁ ଅନୁମତି ମିଳିବ। ଏହି ନିୟମ ଯୋଗୁ ଦିଲ୍ଲୀର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ୍‍ ମିଲିନ୍ଦ କୁମାର ଭାରତରେ ସମସ୍ତ ପ୍ରକାର କ୍ରିକେଟ ଖେଳରୁ ଅବସର ନେଇ ଆମେରିକାର ଫିଲାଡେଲଫିଆ ଟିମ୍‍ ପକ୍ଷରୁ ମାଇନର ଲିଗ୍‍ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ସେ ବିରାଟ କୋହଲି, ଈଶାନ୍ତ ଶର୍ମା ଓ ଶିଖର ଧାୱନଙ୍କ ସହ ରଣଜୀ ଟ୍ରଫି ଖେଳିବା ସତ୍ତ୍ବେ ଏତେଟା ସଫଳତା ମିଳିନାହିଁ। ସେ ମଧ୍ୟ ତ୍ରିପୁରା ଓ ସିକ୍କିମ୍‍ ପକ୍ଷରୁ ରଣଜୀ ଟ୍ରଫି ଖେଳିଛନ୍ତି। ୨୦୧୯ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ୨୦୧୩ରେ ତତ୍‍କାଳୀନ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଆଇପିଏଲ ଖେଳିଥିଲେ ମଧ୍ୟ ଏତେଟା ସଫଳତା ପାଇପାରି ନାହାନ୍ତି। ୨୦୧୩ରେ ସେ ଦିଲ୍ଲୀର ଉପଅଧିନାୟକ ଥିଲାବେଳେ ଇଂଲଣ୍ଡକୁ ହରାଇଥିଲେ। ୨୦୧୭ରେ ବୋର୍ଡ ପ୍ରେସିଡେଣ୍ଟ ଇଲେଭେନ୍‍ ପକ୍ଷରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ଏଠାରେ ବିଶେଷ ସଫଳ ନହେବାରୁ ମିଲିନ୍ଦ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସିକ୍କିମ୍‍ ପକ୍ଷରୁ ରଣଜୀ ଟ୍ରଫି ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଏଠାରେ ସେ ପ୍ଲେଟ୍‍ ଲିଗ୍‍ରେ ୧୨୧ ହାରରେ ୧୩୩୧ ରନ୍‍ କରି ଗୋଟିଏ ସିଜନରେ ସର୍ବାଧିକ ରନ୍‍ କରିବାରେ ଶ୍ରେୟସ ଆୟରଙ୍କ ନାମରେ ଥିବା ରେକର୍ଡକୁ ଭାଙ୍ଗିଦେଇଥିଲେ। ସେ ମୋଟରେ ୪୬ଟି ପ୍ରଥମଶ୍ରେଣୀ ମ୍ୟାଚ୍‍ରୁ ୪୬.୬୮ ହାରରେ ୨,୯୮୮ ରନ୍‍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୯ଟି ଶତକ ରହିଥିଲାବେଳେ ୨୬୧ ହେଉଛି ସର୍ବାଧିକ ସ୍କୋର। ସେ ମଧ୍ୟ ୬୫ଟି ଲିଷ୍ଟ-ଏ’ ମ୍ୟାଚ୍‍ ଖେଳି ୪୩.୦୪ ହାରରେ ୨୦୨୩ ରନ୍‍, ୫୮ଟି ଟି-୨୦ ମ୍ୟାଚ୍‍ ଖେଳି ୨୯.୪୦ ହାରରେ ୧୧୭୬ ରନ୍‍ ସଂଗ୍ରହ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp