ବିଶ୍ବକପ ଫାଇନାଲରେ ଭାରତ: ନ୍ୟୁଜିଲ୍ୟାଣ୍ଡକୁ ହରାଇ ନେଲା ୨୦୧୯ର ବଦଲା

The Sakala Picture
Published On

ମୁମ୍ବାଇ: ବିଶ୍ୱକପ୍‌ ୨୦୨୩ । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ୍‌ ମୁକାବିଲା ଖେଳାଯାଇଥିଲା। ପ୍ରଥମ ସେମିରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍‌ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୯୮ରନର ଆବଶ୍ୟକତା ରହିଥିଲା। ହେଲେ ନ୍ୟୁଜିଲାଣ୍ଡ ୪୮.୫ ଓଭରରେ ସମସ୍ତ  ୱିକେଟ ହରାଇ ୩୨୭ ରନ କରିବାକୁ […]

ମୁମ୍ବାଇ: ବିଶ୍ୱକପ୍‌ ୨୦୨୩ । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ୍‌ ମୁକାବିଲା ଖେଳାଯାଇଥିଲା। ପ୍ରଥମ ସେମିରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍‌ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୯୮ରନର ଆବଶ୍ୟକତା ରହିଥିଲା। ହେଲେ ନ୍ୟୁଜିଲାଣ୍ଡ ୪୮.୫ ଓଭରରେ ସମସ୍ତ  ୱିକେଟ ହରାଇ ୩୨୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭରାତ ୭୦ ରନରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଆଜିର ମ୍ୟାଚ ଜିତିବା ସହ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି। ଏଥିସହ ୨୦୧୯ର  ବଦଲା ନେଇଛି ଭାରତ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡିଭନ୍ କନୱେ ୧୫ ବଲରେ ୧୩ରନ କରି ଆଉଟ ହୋଇଥିଲେ।ରାଚିନ୍ ରବିନ୍ଦ୍ର ୨୨ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ  କେନ୍ ୱିଲିୟମ୍ସନ୍ ଓ ଡାରିଲ୍ ମିଚେଲ ସମ୍ଭାଳିଥିଲେ। କେନ୍ ୱିଲିୟମ୍ସ ୭୩ ବଲରେ ୬୯ ରନ କରି ଆଉଟ ହୋଇଥିଲେ। ଟମ୍ ଲାଥାମ୍ କୌଣସି ରନ ନ କରି ଆଉଟ ହୋଇଥିଲେ। ଗ୍ଲେନ୍ ଫିଲିପ୍ସ ୩୩ ବଲରେ ୪୧ ରନ କରି ଆଉଟ ହୋଇଥିଲା। ମାର୍କ ଚାପମାନ ୫ ବଲରେ ୨ ରନରେ ଆଉଟ ହୋଇଥିଲେ। ପାରିକୁ ସମ୍ଭାଳି ରଖିଥିବା  ଡାରିଲ୍ ମିଚେଲ ୧୧୯ ବଲରେ ୧୩୪ ରନ କରି ଆଉଟ ହୋଇଥିଲେ। ମିଚେଲ ସାଣ୍ଟନର୍ ୧୦ ବଲରେ ୯ରନ କରି ଆଉଟ ହୋଇଥିଲେ। ଟିମ୍ ସାଉଥୀ ୧୦ ବଲରେ ୯ରନ କରି ଆଉଟ ହୋଇଥିଲେ। ଲକି ଫର୍ଗୁସନ୍ ୩ ବଲରେ ୬ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ଶାମି ସର୍ବାଧିକ ୭ଟି ୱିକେଟ ନେଇଥିଲେ। କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଜସପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଭାରତ ପକ୍ଷରୁ ବ୍ୟାଟିଂରେ, ୨୯ ବଲରେ ୪୭ କରି ରୋହିତ ଶର୍ମା ଆଉଟ ହୋଇଥିଲେ। ଶୁଭମାନ ଗିଲ ୬୫ ବଲରେ ୭୯ ରନ କରି ରିଟାର୍ଡ ହର୍ଟ ହୋଇଥିଲେ। ଏହାପରେ ବିରାଟଙ୍କ ସାଥ ଦେବା ପାଇଁ ଶ୍ରେୟସ ଆୟର ଆସିଥିଲେ। ବିରାଟ ଆଜି ଏକ ଶତକୀୟ ପାରି ଖେଳିଥିଲେ। ଏହି ଶତକୀୟ ପାରି ସହ ଦିନିକିଆରେ ୫୦ ତମ ଶତକ ହାସଲ କରିବାରେ ବିରାଟ ରେକର୍ଡ କରିଛନ୍ତି। ବାରିଟ ୧୧୩ ବଲରେ ୧୧୭ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଆୟରଙ୍କ ସାଥ ଦେବା ପାଇଁ କେ.ଏଲ୍ ରାହୁଲ  ଆସିଥିଲେ। ଶ୍ରେୟସ ଆୟର ମଧ୍ୟ ଏକ ବିସ୍ଫୋରକ ଶତକୀୟ ଇଂନିସ ଖେଳିଥିଲେ। ଶ୍ରେୟସ ଆୟର ୭୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। କେ.ଏଲ୍ ରାହୁଲଙ୍କ ସାଥ ଦେବା ପାଇଁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ । ସୂର୍ଯ୍ୟକୁମାର ବଡ ଶଟ ଖେଳିବାକୁ ଯାଇ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ରିଟାର୍ଡ ହଟ ହୋଇଥିବା ଶୁଭମାନ ଗିଲ ଆସିଥିଲେ। କେ.ଏଲ୍ ରାହୁଲ ୨୦ବଲରେ  ୪୦ରନ କରି ଅପରାଜିତ ରହିଥିବା ବେଳେ ଶୁଭମାନ ଗିଲ ୬୬ ବଲରେ ୮୦ ରନ କରି ଅପରାଜିତ ରହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର