ଅଶ୍ଵିନଙ୍କ ଦମଦାର ଶତକ, ଇଂଲଣ୍ଡକୁ ୪୮୨ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ଭାରତ

The Sakala Picture
Published On

ଚେନ୍ନାଇ : ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ(୬୨ ରନ) ବଳରେ ଏମଏ ଚିଦାମ୍ଵରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୪୮୨ ରନର ବିଶାଳ ଲକ୍ଷ୍ୟ ଦେଇଛି। ଦ୍ଵିତୀୟ ଇନିଂସରେ ଅଶ୍ଵିନଙ୍କ ୧୦୬ ରନ ବଳରେ ଭାରତ ୨୮୬ ରନ କରିଛି। ପ୍ରଥମ ଇନିଂସରେ ୧୯୫ ରନର ଅଗ୍ରଣୀ ଭିତ୍ତିରେ ଭାରତ ଇଂଲଣ୍ଡକୁ ୪୮୨ ରନର ବିଜୟ ଲକ୍ଷ୍ୟ ରଖିଛି। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ପକ୍ଷରୁ […]

ଚେନ୍ନାଇ : ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ଶତକ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ(୬୨ ରନ) ବଳରେ ଏମଏ ଚିଦାମ୍ଵରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୪୮୨ ରନର ବିଶାଳ ଲକ୍ଷ୍ୟ ଦେଇଛି। ଦ୍ଵିତୀୟ ଇନିଂସରେ ଅଶ୍ଵିନଙ୍କ ୧୦୬ ରନ ବଳରେ ଭାରତ ୨୮୬ ରନ କରିଛି। ପ୍ରଥମ ଇନିଂସରେ ୧୯୫ ରନର ଅଗ୍ରଣୀ ଭିତ୍ତିରେ ଭାରତ ଇଂଲଣ୍ଡକୁ ୪୮୨ ରନର ବିଜୟ ଲକ୍ଷ୍ୟ ରଖିଛି। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ ଲିଚ୍ ଓ ମୋଇନ ଅଲ୍ଲୀ ପ୍ରତ୍ୟେକ ଚାରୋଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଭାରତ ପ୍ରଥମ ଇନିଂସରେ ୩୨୯ ରନର ଜବାବରେ ଇଂଲଣ୍ଡ ୧୩୪ ରନ କରିଥିଲା। ପ୍ରଥମ ଇନିଂସରେ ଅଶ୍ଵିନ ୫ ଓ୍ଵିକେଟ୍ ନେଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ହେଲେ ଦ୍ଵିତୀୟ ଟେଷ୍ଟରେ ଭ୍ରମଣକାରୀ ଦଳ ମୁସ୍କିଲ ସ୍ଥିତିରେ ପଡିଛି। କାରଣ ଚେନ୍ନାଇର ଏହି ମୁସ୍କିଲ ପିଚ୍‌ରେ ଏତେ ବଡ ଲକ୍ଷ୍ୟ ହାସଲ କରିବା ପ୍ରାୟତଃ ଅସମ୍ଭବ ଲାଗୁଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଏହା ପୂର୍ବରୁ ଭାରତ ଦ୍ଵିତୀୟ ଦିନର ଅସମାପ୍ତ ଖେଳ ୧/୫୪ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରଥମ ସେସନରେ ଇଂଲଣ୍ଡ ବୋଲରଙ୍କ ପ୍ରାଧ୍ୟାନ୍ୟ ଦେଖିବାକୁ ମିଳିଥିଲା। ଭାରତ ୫ ଓ୍ଵିକେଟ୍ ହରାଇ ୧୦୨ ରନ ଯୋଡିଥିଲା। ତୃତୀୟ ଦିନର ଖେଳ ଆରମ୍ଭରୁ ଚେତେଶ୍ଵର ପୂଜାରା(୭ ରନ) ରନ ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଶର୍ମା(୨୬) ଜ୍ୟାକ୍ ଲିଚ୍‌ଙ୍କ ବଲରେ ଷ୍ଟମ୍ପ ଆଉଟ୍ ହୋଇଥିଲେ। ଏହା ପରେ ଫୋକ୍ସ ଷ୍ଟମ୍ପ ପଛରେ ଭଲ ପ୍ରଦର୍ଶନ କରି ଋଷଭ ପନ୍ତ(୮ ରନ)ଙ୍କୁ ଚମତ୍କାର ଷ୍ଟମ୍ପ ଆଉଟ୍ କରି ପାଭିଲିୟନ ପଠାଇଥିଲେ। ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ(୧୦ ରନ) ମୋଇନ ଅଲ୍ଲୀଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଏହା ପରେ ଅଶ୍ଵିନ ଓ ବିରାଟ କୋହଲି ଭାରତୀୟ ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସପ୍ତମ ଓ୍ଵିକେଟ୍ ପାଇଁ ୯୬ ରନ ଯୋଡିଥିଲେ। କୋହଲି କ୍ରିଜ୍‌ରେ ଜମି ରହି ୧୦୭ ବଲରୁ ଟେଷ୍ଟରେ ୨୫ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ଅନ୍ୟପଟେ ଦ୍ରୁତ ବ୍ୟାଟିଂ କରି ଅଶ୍ଵିନ ଓଲି ଷ୍ଟୋନଙ୍କ ବଲ୍‌ରେ ଚୌକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ।

ଏହା ପରେ କୁଲଦୀପ ଯାଦବ(୩ ରନ) ମୋଇନ ଅଲ୍ଲୀଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଇଶାନ୍ତ ଶର୍ମା(୭ ରନ) ଜ୍ୟାକ୍ ଲିଚ୍‌ଙ୍କ ଚତୁର୍ଥ ଶିକାର ହୋଇଥିଲେ। ଅନ୍ୟପଟେ ଅଶ୍ଵିନ ଦ୍ରୁତ ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରରେ ପଞ୍ଚମ ଶତକ ପୂରଣ କରିଥିଲେ। ଅଶ୍ଵିନ ୧୪୮ ବଲରୁ ୧୪ ଚୌକା ଓ ୧ଛକା ସହ ୧୦୬ ରନର ଚମତ୍କାର ଇନିଂସ ଖେଳି ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ସେ ମହମ୍ମଦ ସିରାଜଙ୍କ ସହ ଦଶମ ଓ୍ଵିକେଟ୍ ପାଇଁ ୪୯ ରନ ଯୋଡିଥିଲେ। ସିରାଜ ୨୧ ବଲରୁ ୨ ଛକା ସହ ୧୬ ରନରେ ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ୯୮ ରନ ଦେଇ ୪ ଏବଂ ଜ୍ୟାକ୍ ଲିଚ୍‌ ୧୦୦ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର