ଆଜି ଭାରତ-ପାକ୍‌ ମୁକାବିଲା : ମ୍ୟାଚ୍ ବର୍ଜନ ପାଇଁ ଭାରତରେ ଅଭିଯାନ, ଦୁବାଇ ଯିବେନି ବିସିସିଆଇ କର୍ମକର୍ତ୍ତା

The Sakala Picture
Published On

ଦୁବାଇ : ଟି-୨୦ ବିଶ୍ୱ ଚାମ୍ପିଅନ ଓ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଏଠାରେ ଚାଲିଥିବା ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାରେ ଆଜି ମୁକାବିଲା ହେବ। ଏହି ପ୍ରତିଯୋଗିତା ଲାଗି ଉଭୟ ଦଳର ଖେଳାଳି, ସମର୍ଥକ ଓ କର୍ମକର୍ତ୍ତା ପ୍ରସ୍ତୁତ ଥିଲାବେଳେ ଟିକଟ ବିକ୍ରି ହୋଇ ନ ଥିବାରୁ ଏହି ମ୍ୟାଚ୍‌ ଆକର୍ଷଣ ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଜିରର ମୁକାବିଲା ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ଏହି ମ୍ୟାଚ୍‌ର ସିଧାପ୍ରସାରଣ ସୋନି […]

ଦୁବାଇ : ଟି-୨୦ ବିଶ୍ୱ ଚାମ୍ପିଅନ ଓ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଏଠାରେ ଚାଲିଥିବା ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାରେ ଆଜି ମୁକାବିଲା ହେବ। ଏହି ପ୍ରତିଯୋଗିତା ଲାଗି ଉଭୟ ଦଳର ଖେଳାଳି, ସମର୍ଥକ ଓ କର୍ମକର୍ତ୍ତା ପ୍ରସ୍ତୁତ ଥିଲାବେଳେ ଟିକଟ ବିକ୍ରି ହୋଇ ନ ଥିବାରୁ ଏହି ମ୍ୟାଚ୍‌ ଆକର୍ଷଣ ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଜିରର ମୁକାବିଲା ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ଏହି ମ୍ୟାଚ୍‌ର ସିଧାପ୍ରସାରଣ ସୋନି ଟିଭି ନେଟ୍‌ୱର୍କରେ ପ୍ରସାରିତ ହେବ।

ଆହୁରି ପଢ଼ନ୍ତୁ: ୨୦୦ କୋଟିର ଗଞ୍ଜେଇ ତେଲ ସହ ୧ ଟନ୍ ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ

ଅନ୍ୟପକ୍ଷରେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରିପ୍ରେକ୍ଷୀରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ବର୍ଜନ ଲାଗି ଦେଶ ଭିତରେ ବଡ଼ ଧରଣର ଅଭିଯାନ ଚାଲିଛି। ବିଶେଷ କରି ବିରୋଧୀ ଦଳ ଏହାର ନେତୃତ୍ବ ନେଉଛନ୍ତି। ଏଥିରେ କ୍ରିକେଟ ପ୍ରଶଂସକ ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ଯୁକ୍ତି କରିଛନ୍ତି ଯେ ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀ ଅକ୍ରମଣର ଶିକାର ହୋଇଥିବା ପରିବାର ଆଖିରୁ ଲୁହ ଶୁଖି ନଥିବା ବେଳେ ପାକିସ୍ତାନ ସହ ମ୍ୟାଚ୍ ସେମାନଙ୍କର ଭାବନା ପ୍ରତି ଅସମ୍ମାନ। କେବଳ ଏତିକି ନୁହେଁ; ଏହା ସମଗ୍ର ଦେଶବାସୀଙ୍କ ପ୍ରତି ମଧ୍ୟ ଅପମାନ ଏହାକୁ ବର୍ଜନ କରିବା ପାଇଁ ସେମାନେ ଆହ୍ବାନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

କଂଗ୍ରେସ, ଆପ୍ ଏବଂ ଶିବସେନା (ଉଦ୍ଧବ) ପକ୍ଷରୁ କୁହାଯାଇଛି ଯେ ସାମାଜିକ ଗଣମାଧ୍ୟମରେ ପାକିସ୍ତାନୀ ଖେଳାଳି ଭାରତୀୟଙ୍କ ପ୍ରତି ଅପମାନସୂଚକ ଶବ୍ଦ ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ସହିତ ଖେଳାଯିବା ଉଚିତ ନୁହେଁ। ପହଲଗାମ ଆକ୍ରମଣର ଶିକାର ପରିବାର ମଧ୍ୟ ଏହି ମ୍ୟାଚ୍‌କୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଯେଉଁ ୨୬ ଜଣ ପ୍ରାଣ ହରାଇଛନ୍ତି,ସେମାନଙ୍କ ପ୍ରତି ବିସିସିଆଇର ଟିକିଏ ହେଲେ ସମବେଦନା ନାହିଁ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଅନ୍ୟପକ୍ଷରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଆତଙ୍କବାଦକୁ ସମର୍ଥନ କରୁଥିବା ପର୍ଯ୍ୟନ୍ତ ପାକିସ୍ତାନ ସହିତ ଦ୍ବିପାକ୍ଷିକ ମ୍ୟାଚ୍ ନଖୋଳିବାକୁ ଭାରତ ନିଷ୍ପତ୍ତି ନେଇଛି। କିନ୍ତୁ ବହୁଦେଶୀୟ ଟୁର୍ଣ୍ଣାମେଣ୍ଟରେ ଏହା ସମ୍ଭବ ନୁହେଁ, କାରଣ ଭାରତୀୟ ଟିମ୍‌କୁ ଏହା କ୍ଷତି ପହଞ୍ଚାଇବ। ଦେଶ ଭିତରେ ଏହି ମ୍ୟାଚ୍‌କୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବିସିସିଆଇ ମୁହଁ ଖୋଲୁ ନାହିଁ। ତେବେ ଯାହା ଖବର ମିଳିଛି ଯେ ଏହାର ଅଧିକାରୀ ଆଜିର ମ୍ୟାଚ୍‌ରେ ଉପସ୍ଥିତ ରହିବେ ନାହିଁ। କେବଳ ଜଣେ ଅଧିକାରୀ ଉପସ୍ଥିତ ରହିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp