ରାଜକୋଟରେ ଟିମ୍ ଇଣ୍ଡିଆର ରାଜ୍ : ୮୨ ରନରେ ହାରିଲା ଦକ୍ଷିଣ ଆଫ୍ରିକା
ରାଜକୋଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଚତୁର୍ଥ ମୁକାବିଲାରେ ଭାରତ ଦମଦାର ବିଜୟ ସହ ସିରିଜକୁ ୨-୨କୁ ବାରବର ସ୍ଥିତିକୁ ଆଣିଛି। ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି ଟିମ ଇଣ୍ଡିଆ।ଭାରତ ଦ୍ବାରା ରଖାଯାଇଥିବା ୧୭୦ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮୭ ରନରେ ଅଲଆଉଟ ହୋଇଯାଇଥିଲା । ଦଳର କୌଣସି […]
ରାଜକୋଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଚତୁର୍ଥ ମୁକାବିଲାରେ ଭାରତ ଦମଦାର ବିଜୟ ସହ ସିରିଜକୁ ୨-୨କୁ ବାରବର ସ୍ଥିତିକୁ ଆଣିଛି। ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି ଟିମ ଇଣ୍ଡିଆ।ଭାରତ ଦ୍ବାରା ରଖାଯାଇଥିବା ୧୭୦ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮୭ ରନରେ ଅଲଆଉଟ ହୋଇଯାଇଥିଲା । ଦଳର କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ । ଭାରତ ପକ୍ଷରୁ ଅଭେସ ଖାଁ ୪ଟି ଓ ଯୁଜବେନ୍ଦ୍ର ଚହଲ ୨ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିଲା ଭାରତ ଦକ୍ଷିଣ ଅଫ୍ରିକା ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ ।ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ। ୩ଟି ଓ୍ବିକେଟ ହରାଇ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଋତୁରାଜ ଗାଇକ୍ବାଡ ୫ ରନରେ ଆଉଟ ହେବା ପରେ ଶ୍ରେୟସ ଆୟର ୪ ରନରେ ଆଉଟ ହୋଇଥିଲେ । ଇଶାନ କିଷନ ୨୭ ରନ କରିଥିବାବେଳେ ଋଷଭ ପନ୍ତ ମଧ୍ୟ ୧୭ ରନ କରି ଆଉଟ ହୋଇଥିଲେ ।ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ପାର୍ଟନରସିପ ବଳରେ ଭାରତ ଏକ ଲଢୁଆ ସ୍କୋର ଛିଡ଼ା କରିପାରିଥିଲା । ପାଣ୍ଡ୍ୟା ୪୬ ରନ କରିଥିଲେ । ଏହି ମ୍ୟାଚରେ ଦିନେଶ କାର୍ତ୍ତିକ ନିଜର ପୁରୁଣା ଫର୍ମ ଦେଖାଇବା ସହ ମାତ୍ର ୨୭ଟି ବଲ ଖେଳି ୫୫ରନର ଏକ ବିସ୍ଫୋରକ ଇଂନିସ ବଳରେ ଭାରତୀୟ ଦଳର ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଭାରତର ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୯ ରନ କରିଥିଲା ।
ଭାରତ ଦ୍ବାରା ବିଜୟ ପାଇଁ ଦିଆଯାଇଥିବା ୧୭୦ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୬.୫ ଓଭରରେ ମାତ୍ର ୮୭ ରନରେ ଅଲଆଉଟ୍ ହୋଇଛି। ଦଳର ତିନି ଜଣ ବ୍ୟାଟମସ୍ୟାନ ଦୁଇ ଅଙ୍କ ଛୁଇଁ ପାରିଛନ୍ତି। ଭାନଡର ଡସେନ ସର୍ବାଧିକ ୨୦ ରନ କରିଛନ୍ତି। ଅଭେଶ ଖାନ ୧୮ ରନରେ ୪ ଓ୍ଵିକେଟ୍ ନେଇ ଦଳର ବିଜୟକୁ ସହଜ କରିଛନ୍ତି। ଆଜିର ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ଜୁନ ୧୯ରେ ବେଙ୍ଗାଲୁରୁରେ ଦୁଇ ଦଳ ମଧ୍ୟରେ ନିର୍ଣ୍ଣାୟକ ମୁକାବିଲା ଖେଳାଯିବ।