ଟି-୨୦ ବିଶ୍ବକପ୍‌ : ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ବିଶ୍ବକପ୍‌କୁ ନେଇ ଚିନ୍ତାରେ ପାକିସ୍ତାନ

The Sakala Picture
Published On

ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପର ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି। ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୧୩୩ ରନ୍‌ କରିବାରେ ସଫଳ ହୋଇଥିଲା। ଯାହା ଫଳରେ ଆଜିର ମ୍ୟାଚ ଜିତିବାକୁ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। […]

ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପର ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି। ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୧୩୩ ରନ୍‌ କରିବାରେ ସଫଳ ହୋଇଥିଲା। ଯାହା ଫଳରେ ଆଜିର ମ୍ୟାଚ ଜିତିବାକୁ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ଦକ୍ଷିଣ ଆଫ୍ରିକା ୧୯ ଓଭର ୪ଟି ବଲ୍‌ରେ ୧୩୭ ରନ୍‌ କରି ବିଜୟ ହାସଲ କରିଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଆଜିର ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦମଦାର ଫର୍ମରେ ଥିବା ଟିମ୍‌ ଇଣ୍ଡିଆ ବ୍ୟାଟର ଦକ୍ଷିଣ ଆଫ୍ରିକା ଦ୍ରୁତବୋଲରଙ୍କ ଆଗରେ ହାର ମାନିବା ସହ ୫୦ ରନ୍‌ ମଧ୍ୟରେ ଅଧା ଭାରତୀୟ ବ୍ୟାଟର ପ୍ୟାଭିଲିୟନକୁ ଫେରିଥିଲେ। ରୋହିତ ଶର୍ମା(୧୫), ଲୋକେଶ ରାହୁଲ(୯) ରନ୍‌ରେ ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି ୧୨ ରନ କରି ଆଉଟ ହେବା ପରେ ଭାରତକୁ ସବୁଠୁ ବଡ଼ ଝଟକା ଲାଗିଥିଲା। ଏହାପରେ ଦୀପକ ହୁଡ୍ଡା ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୨)ରେ ଲୁଙ୍ଗି ନିଙ୍ଗିଡିଙ୍କ ଆଉ ଏକ ଶିକାର ହୋଇଥିଲେ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଏହାପରେ ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ସଙ୍କଟମୋଚକ ସାଜି ଭାରତୀୟ ଦଳକୁ ଏକ ମଜଭୁତ ସ୍ଥିତିକୁ ନେଇଥିଲେ। ସେ ୬୮ ରନ୍(୪୦ ବଲ୍, ୬ ଚୌକା, ୩ ଛକା) କରିଥିଲେ। ସୂର୍ଯ୍ୟକୁମାର ଦିନେଶ କାର୍ତ୍ତିକଙ୍କ ସହ କ୍ରିଜରେ ଜମି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ବି ସୂର୍ଯ୍ୟକୁମାର ନିଜର ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ଏବଂ କାର୍ତ୍ତିକ ଷଷ୍ଠ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ତେବେ ଦିନେଶ କାର୍ତ୍ତିକ(୬) ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା। ଅନ୍ୟପଟେ ସୂର୍ଯ୍ୟକୁମାର ଚଳିତ ବିଶ୍ଵ କପ୍‌ରେ ଲଗାତାର ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶେଷ ଆଡକୁ ଭାରତ ପୁଣି ଥରେ ଶୀଘ୍ର ଓ୍ଵିକେଟ୍ ହରାଇଥିଲା। ଅଶ୍ଵିନ ୭ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଫଳରେ ଭାରତର ସ୍କୋର ୧୪୦ ରନ ଛୁଇଁ ପାରିନଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଛି। ସୂର୍ଯ୍ୟକୁମାର ୪୦ ବଲ୍‌ରୁ ୬ ଚୌକା ଏବଂ ୩ ଛକା ବଳରେ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱେନ ପାର୍ଣ୍ଣେଲ୍‌ ୩ଟି ଓ ଏନ୍‌ରିଚ୍ ନରତେଜ୍ ଗୋଟିଏ ୱିକେଟ ନେଇଥିଲେ।

ଏହାପରେ ୧୩୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖିନ ହେବା ସତ୍ତ୍ବେ ମାକର୍ମ ଓ ଡେଭିଡ୍‌ ମିଲରଙ୍କ ଦମଦାର ଇନିଂସ ବଳରେ ୧୯ ଓଭର ୪ଟି ବଲ୍‌ରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକା ପାଇଁ ଡେଭିଡ୍‌ ମିଲର ସର୍ବାଧିକ ୫୯ ରନ୍‌ କରିଛନ୍ତି। ସେ ୪୬ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୫୯ ରନ୍‌ ସଂଗ୍ରହ କରି ନଟ୍‌ଆଉଟ ରହିଛନ୍ତି। ଏହା ସହ  ଐଦେନ ମାରକମ୍‌ ଦଳ ପାଇଁ ୪୧ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୫୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଭାରତ ଆରମ୍ଭରୁ ଭଲ ବୋଲିଂ କରିଥିଲା। ଦକ୍ଷିଣ ଆଫ୍ରିକା ୨୪ ରନ୍‌ ସଂଗ୍ରହ କରିଥିଲା ବେଳେ କ୍ବିଣ୍ଟନ୍‌ ଡି’ କକ୍‌ (୧), ରିଲି ରୋସୋୟୁ (ଶୂନ୍ୟ) ଓ ଅଧିନାୟକ ତେମ୍ବା ବାଭୁମା ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ଚତୁର୍ଥ ୱିକେଟ୍‌ରେ ମାରକମ୍‌ ଓ ମିଲରଙ୍କ ଯୋଡ଼ି ୭୬ ରନ୍‌ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଅନ୍ୟପଟରେ ଭାରତୀୟ ଖେଳାଳିମାନେ ଖରାପ ଫିଲ୍ଡି କରିଥିଲେ।

ଭାରତ ହାରିବା ପରେ କ’ଣ ପାଇଁ ଚିନ୍ତାରେ ପାକିସ୍ତାନ

ଜିମ୍ବାୱେ ପାଖରୁ ହାରିବା ପରେ ଏବେ ପାକିସ୍ତାନର ସେମିଫାଇନାଲ ରାସ୍ତା କଠିନ ହୋଇଯାଇଛି । ତେଣୁ ଆଜି ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବା କଷ୍ଟକର ହୋଇଯାଇଛି। ତେଣୁ ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରୁ ବୋଲି ପାକିସ୍ତାନୀ କ୍ରିକେଟ୍ ପ୍ରେମୀ ଆଶା ରଖିଥିଲେ।

30 Oct 2022 By The Sakala

https://www.thesakala.in/sports/icc-t-20-world-cup-south-africa-defeated-india-by-5-wickets/article-16160
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର