ଆଇସିସି ଟି-୨୦ ରାଙ୍କିଙ୍ଗ : ରିଜୱାନଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ହେଲେ ଏକ ନମ୍ବର ଟି-୨୦ ବ୍ୟାଟର

The Sakala Picture
Published On

ନୂଆଦିଲ୍ଲୀ : ଦମ୍‌ଦାର ଫର୍ମରେ ଥିବା ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ବିଶ୍ବର ଏକ ନମ୍ବର ଟି-୨୦ ବ୍ୟାଟର ହୋଇଛନ୍ତି। ଆଜି ପ୍ରକାଶ ପାଇଥିବା ଆଇସିସି ଟି-୨୦ ରାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ମହମ୍ମଦ ରିଜୱାନଙ୍କ ପଛରେ ପକାଇ ବିଶ୍ବର ଏକ ନମ୍ବର ଟି-୨୦ ବ୍ୟାଟର ହୋଇଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ଟି-୨୦ ରାଙ୍କିଙ୍ଗ ୮୬୩ ରେଟିଂ ପଏଣ୍ଟ ରହିଥିବା ବେଳେ ମହମ୍ମଦ ରିଜୱାନଙ୍କ ରାଙ୍କିଙ୍ଗ ୮୪୨ ରେଟିଂ ପଏଣ୍ଟ ରହିଛି। ଟିମ୍‌ ଇଣ୍ଡିଆ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବଙ୍କ […]

ନୂଆଦିଲ୍ଲୀ : ଦମ୍‌ଦାର ଫର୍ମରେ ଥିବା ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ବିଶ୍ବର ଏକ ନମ୍ବର ଟି-୨୦ ବ୍ୟାଟର ହୋଇଛନ୍ତି। ଆଜି ପ୍ରକାଶ ପାଇଥିବା ଆଇସିସି ଟି-୨୦ ରାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ମହମ୍ମଦ ରିଜୱାନଙ୍କ ପଛରେ ପକାଇ ବିଶ୍ବର ଏକ ନମ୍ବର ଟି-୨୦ ବ୍ୟାଟର ହୋଇଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ଟି-୨୦ ରାଙ୍କିଙ୍ଗ ୮୬୩ ରେଟିଂ ପଏଣ୍ଟ ରହିଥିବା ବେଳେ ମହମ୍ମଦ ରିଜୱାନଙ୍କ ରାଙ୍କିଙ୍ଗ ୮୪୨ ରେଟିଂ ପଏଣ୍ଟ ରହିଛି।

ଆହୁରି ପଢ଼ନ୍ତୁ: ୩୬ ବଲ୍‌ରେ ଶତକ ମାରି ରଚିଲେ ଇତିହାସ, ହେଲେ ଜୟପୁର ଖରାରେ ଟଳିପଡ଼ିଲେ ୧୫ ବର୍ଷର ବୈଭବ

ଟିମ୍‌ ଇଣ୍ଡିଆ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବଙ୍କ ଜଲଓ୍ବା ଏବେ ପଡିଆରେ ବୋଲରଙ୍କ ନିଦ ହଜାଉଛି । ସେ ପେସର୍‌ ହୁଅନ୍ତୁ କିମ୍ବା ସ୍ପିନର୍ ପଡିଆର ଚତୁର୍ଦିଗକୁ ରନ୍‌ ବର୍ଷା କରିବାରେ ଆଦୌ କୁଣ୍ଠାବୋଧ କରନ୍ତନି ସୂର୍ଯ୍ୟକୁମାର । ଚଳିତ ବର୍ଷ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି ସୂର୍ଯ୍ୟକୁମାର । ସାମ୍ନା ଟିମ୍‌ ବୋଲରଙ୍କ ଧଜିଆ ଉଡାଇ ଏକାକି ମ୍ୟାଚ୍‌ ଜିତାଉଛନ୍ତି ସେ । ଅବଶ୍ୟ ଦଳରେ ବିଳମ୍ବରେ ସୁଯୋଗ ପାଇଲେ ତଥାପି ଚମତ୍କାର ବ୍ୟାଟିଂ ଏବଂ ନିଆରା ବ୍ୟାଟିଂ ଶୈଳୀ ପାଇଁ ଏବେ ସମସ୍ତଙ୍କ ଫେଭରିଟ୍‌ ହୋଇଯାଇଛନ୍ତି ସୂର୍ଯ୍ୟକୁମାର ଯାଦବ ।

ଆହୁରି ପଢ଼ନ୍ତୁ: ରୋହିତ ଶର୍ମାଙ୍କ ୩୯ତମ ଜନ୍ମଦିନ: ଜଣେ ଭାରତୀୟ କ୍ରିକେଟର ଭାବରେ ଏହା କ'ଣ 'ହିଟମ୍ୟାନ୍'ଙ୍କ ଶେଷ ଜନ୍ମଦିନ?

ଆହୁରି ପଢ଼ନ୍ତୁ: ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣି ଫସିଲେ ରିୟାନ୍ ପରାଗ, ବିସିସିଆଇ ଲଗାଇଲା ଜୋରିମାନା

ଆଇସିସି ଟି -20 ରାଙ୍କିଙ୍ଗରେରେ ପ୍ରଥମ ସ୍ଥାନରେ ରହିବାରେ ସୂର୍ଯ୍ୟକୁମାର ହେଉଛନ୍ତି ୨୩ ତମ ବ୍ୟାଟ୍ସମ୍ୟାନ୍ । ଏଥି ସହିତ, ସେ ଏହି ସଫଳତା ହାସଲ କରିବାରେ କେବଳ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରୁ ଡିସେମ୍ବର ୨୦୧୭ ମଧ୍ୟରେ ବିରାଟ କୋହଲି ୧୦୧୩ ଦିନ ପାଇଁ ଏକ ନମ୍ବର ଟି -20 ବ୍ୟାଟ୍ସମ୍ୟାନ୍ ରହିଥିଲେ। ସୂର୍ଯ୍ୟକୁମାରଙ୍କ ଟି-୨୦ ରାଙ୍କିଙ୍ଗ ୮୬୩ ଯାହାକି ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ବାରା ହାସଲ ହୋଇଥିବା ଦ୍ୱିତୀୟ ଶ୍ରେଷ୍ଠ ମୂଲ୍ୟାୟନ ପଏଣ୍ଟ । ସେପ୍ଟେମ୍ବର ୨୦୧୪ରେ କୋହଲି ୮୯୭ ରେଟିଂ ପଏଣ୍ଟ ହାସଲ କରିଥିଲେ ।

ଚଳିତ ବର୍ଷ ଟି -୨୦ ରେ ସୂର୍ଯ୍ୟକୁମାର ବହୁତ ଭଲ ଫର୍ମରେ ଅଛନ୍ତି। ଚଳିତ ବର୍ଷ ଏହି ଫର୍ମାଟରେ ସେ ସର୍ବାଧିକ ରନ୍-ସ୍କୋରର ଅଟନ୍ତି । ସେ ୨୦୨୨ ବର୍ଷରେ ଏପର୍ଯ୍ୟନ୍ତ ୨୭ ଟି ମ୍ୟାଚ୍ ଖେଳି ୯୬୫ ରନ୍ ସଂଗ୍ରହ କରିଛନ୍ତି। ଚଳିତ ବର୍ଷ ସୂର୍ଯ୍ୟକୁମାର ମଧ୍ୟ ଏକ ଶତକ ହାସଲ କରିଛନ୍ତି। ସେ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷରେ ୧୧୭ ରନ୍ ସଂଗ୍ରହ କରିଥିଲେ। ଏଥି ସହ ଏପର୍ଯ୍ୟନ୍ତ ସୂର୍ଯ୍ୟକୁମାର ଟି-20 ଇଣ୍ଟରନ୍ୟାସନାଲରେ ଆଠ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ମହମ୍ମଦ ରିଜୱାନ ସୂର୍ଯ୍ୟକୁମାରଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଚଳିତ ବର୍ଷ ୨୧ ଟି ମ୍ୟାଚରେ ୮୮୮ ରନ୍ ସଂଗ୍ରହ କରିଛନ୍ତି। ଏଥି ସହିତ ଜିମ୍ବାୱେର ସିକନ୍ଦର ରାଜା ତୃତୀୟ ସ୍ଥାନରେ ଅଛନ୍ତି। ରଜା ଚଳିତ ବର୍ଷ ୨୩ ଟି ଟି-20 ମ୍ୟାଚ୍ ରେ ୭୦୧ ରନ୍ ସଂଗ୍ରହ କରିଛନ୍ତି।

02 Nov 2022 By The Sakala

ଆଇସିସି ଟି-୨୦ ରାଙ୍କିଙ୍ଗ : ରିଜୱାନଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ହେଲେ ଏକ ନମ୍ବର ଟି-୨୦ ବ୍ୟାଟର

ନୂଆଦିଲ୍ଲୀ : ଦମ୍‌ଦାର ଫର୍ମରେ ଥିବା ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ବିଶ୍ବର ଏକ ନମ୍ବର ଟି-୨୦ ବ୍ୟାଟର ହୋଇଛନ୍ତି। ଆଜି ପ୍ରକାଶ ପାଇଥିବା ଆଇସିସି ଟି-୨୦ ରାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ମହମ୍ମଦ ରିଜୱାନଙ୍କ ପଛରେ ପକାଇ ବିଶ୍ବର ଏକ ନମ୍ବର ଟି-୨୦ ବ୍ୟାଟର ହୋଇଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ଟି-୨୦ ରାଙ୍କିଙ୍ଗ ୮୬୩ ରେଟିଂ ପଏଣ୍ଟ ରହିଥିବା ବେଳେ ମହମ୍ମଦ ରିଜୱାନଙ୍କ ରାଙ୍କିଙ୍ଗ ୮୪୨ ରେଟିଂ ପଏଣ୍ଟ ରହିଛି।

ଟିମ୍‌ ଇଣ୍ଡିଆ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବଙ୍କ ଜଲଓ୍ବା ଏବେ ପଡିଆରେ ବୋଲରଙ୍କ ନିଦ ହଜାଉଛି । ସେ ପେସର୍‌ ହୁଅନ୍ତୁ କିମ୍ବା ସ୍ପିନର୍ ପଡିଆର ଚତୁର୍ଦିଗକୁ ରନ୍‌ ବର୍ଷା କରିବାରେ ଆଦୌ କୁଣ୍ଠାବୋଧ କରନ୍ତନି ସୂର୍ଯ୍ୟକୁମାର । ଚଳିତ ବର୍ଷ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି ସୂର୍ଯ୍ୟକୁମାର । ସାମ୍ନା ଟିମ୍‌ ବୋଲରଙ୍କ ଧଜିଆ ଉଡାଇ ଏକାକି ମ୍ୟାଚ୍‌ ଜିତାଉଛନ୍ତି ସେ । ଅବଶ୍ୟ ଦଳରେ ବିଳମ୍ବରେ ସୁଯୋଗ ପାଇଲେ ତଥାପି ଚମତ୍କାର ବ୍ୟାଟିଂ ଏବଂ ନିଆରା ବ୍ୟାଟିଂ ଶୈଳୀ ପାଇଁ ଏବେ ସମସ୍ତଙ୍କ ଫେଭରିଟ୍‌ ହୋଇଯାଇଛନ୍ତି ସୂର୍ଯ୍ୟକୁମାର ଯାଦବ ।

ଆଇସିସି ଟି -20 ରାଙ୍କିଙ୍ଗରେରେ ପ୍ରଥମ ସ୍ଥାନରେ ରହିବାରେ ସୂର୍ଯ୍ୟକୁମାର ହେଉଛନ୍ତି ୨୩ ତମ ବ୍ୟାଟ୍ସମ୍ୟାନ୍ । ଏଥି ସହିତ, ସେ ଏହି ସଫଳତା ହାସଲ କରିବାରେ କେବଳ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରୁ ଡିସେମ୍ବର ୨୦୧୭ ମଧ୍ୟରେ ବିରାଟ କୋହଲି ୧୦୧୩ ଦିନ ପାଇଁ ଏକ ନମ୍ବର ଟି -20 ବ୍ୟାଟ୍ସମ୍ୟାନ୍ ରହିଥିଲେ। ସୂର୍ଯ୍ୟକୁମାରଙ୍କ ଟି-୨୦ ରାଙ୍କିଙ୍ଗ ୮୬୩ ଯାହାକି ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ବାରା ହାସଲ ହୋଇଥିବା ଦ୍ୱିତୀୟ ଶ୍ରେଷ୍ଠ ମୂଲ୍ୟାୟନ ପଏଣ୍ଟ । ସେପ୍ଟେମ୍ବର ୨୦୧୪ରେ କୋହଲି ୮୯୭ ରେଟିଂ ପଏଣ୍ଟ ହାସଲ କରିଥିଲେ ।

ଚଳିତ ବର୍ଷ ଟି -୨୦ ରେ ସୂର୍ଯ୍ୟକୁମାର ବହୁତ ଭଲ ଫର୍ମରେ ଅଛନ୍ତି। ଚଳିତ ବର୍ଷ ଏହି ଫର୍ମାଟରେ ସେ ସର୍ବାଧିକ ରନ୍-ସ୍କୋରର ଅଟନ୍ତି । ସେ ୨୦୨୨ ବର୍ଷରେ ଏପର୍ଯ୍ୟନ୍ତ ୨୭ ଟି ମ୍ୟାଚ୍ ଖେଳି ୯୬୫ ରନ୍ ସଂଗ୍ରହ କରିଛନ୍ତି। ଚଳିତ ବର୍ଷ ସୂର୍ଯ୍ୟକୁମାର ମଧ୍ୟ ଏକ ଶତକ ହାସଲ କରିଛନ୍ତି। ସେ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷରେ ୧୧୭ ରନ୍ ସଂଗ୍ରହ କରିଥିଲେ। ଏଥି ସହ ଏପର୍ଯ୍ୟନ୍ତ ସୂର୍ଯ୍ୟକୁମାର ଟି-20 ଇଣ୍ଟରନ୍ୟାସନାଲରେ ଆଠ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ମହମ୍ମଦ ରିଜୱାନ ସୂର୍ଯ୍ୟକୁମାରଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଚଳିତ ବର୍ଷ ୨୧ ଟି ମ୍ୟାଚରେ ୮୮୮ ରନ୍ ସଂଗ୍ରହ କରିଛନ୍ତି। ଏଥି ସହିତ ଜିମ୍ବାୱେର ସିକନ୍ଦର ରାଜା ତୃତୀୟ ସ୍ଥାନରେ ଅଛନ୍ତି। ରଜା ଚଳିତ ବର୍ଷ ୨୩ ଟି ଟି-20 ମ୍ୟାଚ୍ ରେ ୭୦୧ ରନ୍ ସଂଗ୍ରହ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର