ଟି-୨୦ ବିଶ୍ୱକପ୍‌: ଆଜି ଦ୍ବିତୀୟ ସେମିଫାଇନାଲ, ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

The Sakala Picture
Published On

ଆଡିଲେଡ୍‌: ‘ଇଂଲଣ୍ଡକୁ ଆମେ ଇଂଲଣ୍ଡ ମାଟିରେ ପରାସ୍ତ କରିଛୁ। ଏହି ଦଳର ଖେଳ ସମ୍ପର୍କରେ ଆମେ ଭଲ ଭାବେ ଅବଗତ ଅଛୁ। ଚଳିତ ବିଶ୍ୱକପ୍‌ରେ ଆମ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଏଣୁ ଆମେ ଗୁରୁବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲରେ ଭଲ ପ୍ରଦର୍ଶନ କରିବୁ’ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ଫର୍ମରେ ନଥିବା (୫ମ୍ୟାଚ୍‌ରେ ୮୯ରନ୍‌) ଓ ମଙ୍ଗଳବାର ଅଭ୍ୟାସ ବେଳେ ଆହତ ହୋଇଥିବା ଅଧିନାୟକ ରୋହିତ ଇଂଲଣ୍ଡ […]

ଆଡିଲେଡ୍‌: ‘ଇଂଲଣ୍ଡକୁ ଆମେ ଇଂଲଣ୍ଡ ମାଟିରେ ପରାସ୍ତ କରିଛୁ। ଏହି ଦଳର ଖେଳ ସମ୍ପର୍କରେ ଆମେ ଭଲ ଭାବେ ଅବଗତ ଅଛୁ। ଚଳିତ ବିଶ୍ୱକପ୍‌ରେ ଆମ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଏଣୁ ଆମେ ଗୁରୁବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲରେ ଭଲ ପ୍ରଦର୍ଶନ କରିବୁ’ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ଫର୍ମରେ ନଥିବା (୫ମ୍ୟାଚ୍‌ରେ ୮୯ରନ୍‌) ଓ ମଙ୍ଗଳବାର ଅଭ୍ୟାସ ବେଳେ ଆହତ ହୋଇଥିବା ଅଧିନାୟକ ରୋହିତ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଜିତିବେ ବୋଲି କହିବାକୁ କୁଣ୍ଠା ପ୍ରକାଶ କରିଛନ୍ତି। ଗତ ଜୁଲାଇ ମାସରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତ ୨-୧ରେ ଟି-୨୦ ସିରିଜ୍‌ ଜିତିଥିଲା। ଏହି ସିରିଜ୍‌ରେ ଭାରତର ବର୍ତ୍ତମାନ ମୁଖ୍ୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୧୭୧ ରନ୍‌ କରିଥିଲେ। ଶେଷ ମ୍ୟାଚ୍‌ରେ ସେ ଏକାକୀ ୫୫ ବଲ୍‌ରେ ୧୧୭ ରନ୍‌ କରି ଭାରତକୁ ବିଜୟର ନିକଟକୁ ନେଇଥିଲେ ମଧ୍ୟ ଜିତାଇ ପାରି ନଥିଲେ। ଏବେ ସେହି ସୂର୍ଯ୍ୟକୁମାର ଚଳିତ ବିଶ୍ୱକପ୍‌ରେ ଜବରଦସ୍ତ ଫର୍ମରେ ଅଛନ୍ତି। ୩୬୦ ଡିଗ୍ରିରେ ବ୍ୟାଟିଂ କରୁଛନ୍ତି। ଫର୍ମକୁ ଫେରିଥିବା ବିରାଟ କୋହଲି ଯଦି ତାଙ୍କୁ ସାଥ୍‌ ଦିଅନ୍ତି କିମ୍ବା ଉଭୟ ଖେଳାଳି ଏହି ମ୍ୟାଚ୍‌ରେ କ୍ଲିକ୍‌ କରନ୍ତି, ତେବେ ଇଂଲଣ୍ଡ ନିକଟରେ ଯେତେ ଟାଣୁଆ କିମ୍ବା କୁଶଳୀ ବୋଲର ଥିଲେ ମଧ୍ୟ ଏମାନଙ୍କୁ ଅଟକାଇବା କଷ୍ଟକର। ଆଡିଲେଡ୍‌ ପିଚ୍‌ ଟିକେ ଭାରତୀୟଙ୍କ ଲାଗି ଅଡୁଆ ସୃଷ୍ଟି କରିପାରେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ରୁତତମ ବୋଲର ଭାବେ ବିବେଚିତ ମାର୍କ ଉଡ୍‌ ଆହତ ହେବାରୁ ଏହି ମ୍ୟାଚ୍‌ ଖେଳୁ ନାହାନ୍ତି। ଫଳରେ ଭାରତୀୟ ବ୍ୟାଟର କିଛି ପରିମାଣରେ ଆଶ୍ୱସ୍ତ। ସାମ କୁରାନଙ୍କ କଟର, ଡେଭିଡ୍‌ ୱିଲି କିମ୍ବା କ୍ରିସ୍‌ ଓକ୍ସ କିମ୍ବା କ୍ରିସ୍‌ ଜୋର୍ଡାନ ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇବା ସମ୍ଭାବନା କମ୍‌। ଦଳରେ ଥିବା ଦୁଇ ସ୍ପିନର ଆଦିଲ ରଶିଦ୍‌ ଓ ମୋଇନ୍‌ ଅଲ୍ଲୀଙ୍କ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ନାହିଁ। ସେହିପରି ଭାବେ ଜୋଶ୍‌ ବଟ୍ଟଲର, ଆଲେକ୍ସ ହେଲ୍ସ, ଲିଆମ ଲିଭିଙ୍ଗଷ୍ଟୋନ୍‌, ନୂଆ ତାରକା ହ୍ୟାରୀ ବ୍ରୁକ୍ସ, ଫିଲିପ୍‌ ସଲ୍ଟ ଓ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ଭାରତୀୟ ଅଲରାଉଣ୍ଡର ଅଣଦେଖା କରିପାରିବେ ନାହିଁ। ଭାରତୀୟ ବୋଲରଙ୍କ ନିକଟରେ ଏତେ ଅଭିଜ୍ଞତା ନାହିଁ, ତଥାପି ବ୍ୟାଟରଙ୍କଠାରୁ ଭଲ ପ୍ରଦର୍ଶନ ମିଳିଲେ ଏମାନେ ପ୍ରଭାବୀ ପ୍ରଦର୍ଶନ କରିବାରେ ପଛଘୁଞ୍ଚା ଦେବେ ନାହିଁ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଭାରତ ମଧ୍ୟ ଚୂଡାନ୍ତ ଏକାଦଶ ଚୟନ କରିପାରି ନାହିଁ। ରୋହିତ ଶର୍ମାଙ୍କ ଅନୁଯାୟୀ ଆମେ ମ୍ୟାଚ୍‌ ପୂର୍ବରୁ ଚୂଡାନ୍ତ ଖେଳାଳି ଚୟନ କରୁନାହୁଁ। ବହୁ ପୂର୍ବରୁ କିଏ କେଉଁ ମ୍ୟାଚ୍‌ ଖେଳିବେ ସେ ସମ୍ପର୍କରେ ନିଷ୍ପତ୍ତି ନେଇଥାଉ। କିନ୍ତୁ ଏହି ନକ୍‌ଆଉଟ ମ୍ୟାଚ୍‌ ପୂର୍ବରୁ ଚୂଡାନ୍ତ ଖେଳାଳି ଚୟନ କରାଯିବ। ଅକ୍ଷର ପଟେଲ କିମ୍ବା ଯୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ କାହାକୁ ଖେଳାଯିବ ତାହା ମଧ୍ୟ ସ୍ଥିର ହୋଇନାହିଁ। ଆଡିଲେଡ୍‌ରେ ଏହି ମୁକାବିଲା ଯେଉଁଠାରେ ଖେଳାଯିବ, ସେଠାରେ ପୂର୍ବରୁ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଥିବାରୁ ଚହଲଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି। ସେହିପରି ଭାରତୀୟ ଟପ୍‌ ଅର୍ଡରରେ ଜଣେ ବାମହାତୀ ବ୍ୟାଟରଙ୍କୁ ଖେଳାଇବା ନିଷ୍ପତ୍ତି ହେଲେ ପନ୍ତ୍‌ଙ୍କ ପଲା ଭାରି ରହିପାରେ। ଯିଏ ଏହି ମ୍ୟାଚ୍‌ ଖେଳନ୍ତୁ କାହିଁକି ଚାପକୁ ସମ୍ଭାଳିପାରିଲେ ସଫଳ ହେବେ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ନକ୍‌ଆଉଟରେ ଭାରତର ପ୍ରଦର୍ଶନ ଭଲ ନୁହେଁ ଦୀର୍ଘ ୩୫ ବର୍ଷ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଇସିସି ନକ୍‌ଆଉଟ ସେମିଫାଇନାଲ ଖେଳାଯିବ। ୧୯୮୭ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡ ବିଜୟୀ ହୋଇଥିଲା। ନିକଟରେ ଭାରତ ଖେଳିଥିବା ୨୦୧୪ ଟି-୨୦ ବିଶ୍ୱକପ୍‌ ଫାଇନାଲ, ୨୦୧୬ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ, ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ପରାଜିତ ହୋଇଥିଲା। ୨୦୧୩ରେ ଭାରତ ଶେଷଥର ଆଇସିସି ଟ୍ରଫି ଭାବେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

10 Nov 2022 By The Sakala

ଟି-୨୦ ବିଶ୍ୱକପ୍‌: ଆଜି ଦ୍ବିତୀୟ ସେମିଫାଇନାଲ, ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆଡିଲେଡ୍‌: ‘ଇଂଲଣ୍ଡକୁ ଆମେ ଇଂଲଣ୍ଡ ମାଟିରେ ପରାସ୍ତ କରିଛୁ। ଏହି ଦଳର ଖେଳ ସମ୍ପର୍କରେ ଆମେ ଭଲ ଭାବେ ଅବଗତ ଅଛୁ। ଚଳିତ ବିଶ୍ୱକପ୍‌ରେ ଆମ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଏଣୁ ଆମେ ଗୁରୁବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲରେ ଭଲ ପ୍ରଦର୍ଶନ କରିବୁ’ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ଫର୍ମରେ ନଥିବା (୫ମ୍ୟାଚ୍‌ରେ ୮୯ରନ୍‌) ଓ ମଙ୍ଗଳବାର ଅଭ୍ୟାସ ବେଳେ ଆହତ ହୋଇଥିବା ଅଧିନାୟକ ରୋହିତ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଜିତିବେ ବୋଲି କହିବାକୁ କୁଣ୍ଠା ପ୍ରକାଶ କରିଛନ୍ତି। ଗତ ଜୁଲାଇ ମାସରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତ ୨-୧ରେ ଟି-୨୦ ସିରିଜ୍‌ ଜିତିଥିଲା। ଏହି ସିରିଜ୍‌ରେ ଭାରତର ବର୍ତ୍ତମାନ ମୁଖ୍ୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୧୭୧ ରନ୍‌ କରିଥିଲେ। ଶେଷ ମ୍ୟାଚ୍‌ରେ ସେ ଏକାକୀ ୫୫ ବଲ୍‌ରେ ୧୧୭ ରନ୍‌ କରି ଭାରତକୁ ବିଜୟର ନିକଟକୁ ନେଇଥିଲେ ମଧ୍ୟ ଜିତାଇ ପାରି ନଥିଲେ। ଏବେ ସେହି ସୂର୍ଯ୍ୟକୁମାର ଚଳିତ ବିଶ୍ୱକପ୍‌ରେ ଜବରଦସ୍ତ ଫର୍ମରେ ଅଛନ୍ତି। ୩୬୦ ଡିଗ୍ରିରେ ବ୍ୟାଟିଂ କରୁଛନ୍ତି। ଫର୍ମକୁ ଫେରିଥିବା ବିରାଟ କୋହଲି ଯଦି ତାଙ୍କୁ ସାଥ୍‌ ଦିଅନ୍ତି କିମ୍ବା ଉଭୟ ଖେଳାଳି ଏହି ମ୍ୟାଚ୍‌ରେ କ୍ଲିକ୍‌ କରନ୍ତି, ତେବେ ଇଂଲଣ୍ଡ ନିକଟରେ ଯେତେ ଟାଣୁଆ କିମ୍ବା କୁଶଳୀ ବୋଲର ଥିଲେ ମଧ୍ୟ ଏମାନଙ୍କୁ ଅଟକାଇବା କଷ୍ଟକର। ଆଡିଲେଡ୍‌ ପିଚ୍‌ ଟିକେ ଭାରତୀୟଙ୍କ ଲାଗି ଅଡୁଆ ସୃଷ୍ଟି କରିପାରେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ରୁତତମ ବୋଲର ଭାବେ ବିବେଚିତ ମାର୍କ ଉଡ୍‌ ଆହତ ହେବାରୁ ଏହି ମ୍ୟାଚ୍‌ ଖେଳୁ ନାହାନ୍ତି। ଫଳରେ ଭାରତୀୟ ବ୍ୟାଟର କିଛି ପରିମାଣରେ ଆଶ୍ୱସ୍ତ। ସାମ କୁରାନଙ୍କ କଟର, ଡେଭିଡ୍‌ ୱିଲି କିମ୍ବା କ୍ରିସ୍‌ ଓକ୍ସ କିମ୍ବା କ୍ରିସ୍‌ ଜୋର୍ଡାନ ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇବା ସମ୍ଭାବନା କମ୍‌। ଦଳରେ ଥିବା ଦୁଇ ସ୍ପିନର ଆଦିଲ ରଶିଦ୍‌ ଓ ମୋଇନ୍‌ ଅଲ୍ଲୀଙ୍କ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ନାହିଁ। ସେହିପରି ଭାବେ ଜୋଶ୍‌ ବଟ୍ଟଲର, ଆଲେକ୍ସ ହେଲ୍ସ, ଲିଆମ ଲିଭିଙ୍ଗଷ୍ଟୋନ୍‌, ନୂଆ ତାରକା ହ୍ୟାରୀ ବ୍ରୁକ୍ସ, ଫିଲିପ୍‌ ସଲ୍ଟ ଓ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ଭାରତୀୟ ଅଲରାଉଣ୍ଡର ଅଣଦେଖା କରିପାରିବେ ନାହିଁ। ଭାରତୀୟ ବୋଲରଙ୍କ ନିକଟରେ ଏତେ ଅଭିଜ୍ଞତା ନାହିଁ, ତଥାପି ବ୍ୟାଟରଙ୍କଠାରୁ ଭଲ ପ୍ରଦର୍ଶନ ମିଳିଲେ ଏମାନେ ପ୍ରଭାବୀ ପ୍ରଦର୍ଶନ କରିବାରେ ପଛଘୁଞ୍ଚା ଦେବେ ନାହିଁ।

ଭାରତ ମଧ୍ୟ ଚୂଡାନ୍ତ ଏକାଦଶ ଚୟନ କରିପାରି ନାହିଁ। ରୋହିତ ଶର୍ମାଙ୍କ ଅନୁଯାୟୀ ଆମେ ମ୍ୟାଚ୍‌ ପୂର୍ବରୁ ଚୂଡାନ୍ତ ଖେଳାଳି ଚୟନ କରୁନାହୁଁ। ବହୁ ପୂର୍ବରୁ କିଏ କେଉଁ ମ୍ୟାଚ୍‌ ଖେଳିବେ ସେ ସମ୍ପର୍କରେ ନିଷ୍ପତ୍ତି ନେଇଥାଉ। କିନ୍ତୁ ଏହି ନକ୍‌ଆଉଟ ମ୍ୟାଚ୍‌ ପୂର୍ବରୁ ଚୂଡାନ୍ତ ଖେଳାଳି ଚୟନ କରାଯିବ। ଅକ୍ଷର ପଟେଲ କିମ୍ବା ଯୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ କାହାକୁ ଖେଳାଯିବ ତାହା ମଧ୍ୟ ସ୍ଥିର ହୋଇନାହିଁ। ଆଡିଲେଡ୍‌ରେ ଏହି ମୁକାବିଲା ଯେଉଁଠାରେ ଖେଳାଯିବ, ସେଠାରେ ପୂର୍ବରୁ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଥିବାରୁ ଚହଲଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି। ସେହିପରି ଭାରତୀୟ ଟପ୍‌ ଅର୍ଡରରେ ଜଣେ ବାମହାତୀ ବ୍ୟାଟରଙ୍କୁ ଖେଳାଇବା ନିଷ୍ପତ୍ତି ହେଲେ ପନ୍ତ୍‌ଙ୍କ ପଲା ଭାରି ରହିପାରେ। ଯିଏ ଏହି ମ୍ୟାଚ୍‌ ଖେଳନ୍ତୁ କାହିଁକି ଚାପକୁ ସମ୍ଭାଳିପାରିଲେ ସଫଳ ହେବେ।

ନକ୍‌ଆଉଟରେ ଭାରତର ପ୍ରଦର୍ଶନ ଭଲ ନୁହେଁ ଦୀର୍ଘ ୩୫ ବର୍ଷ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଇସିସି ନକ୍‌ଆଉଟ ସେମିଫାଇନାଲ ଖେଳାଯିବ। ୧୯୮୭ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡ ବିଜୟୀ ହୋଇଥିଲା। ନିକଟରେ ଭାରତ ଖେଳିଥିବା ୨୦୧୪ ଟି-୨୦ ବିଶ୍ୱକପ୍‌ ଫାଇନାଲ, ୨୦୧୬ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ, ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ପରାଜିତ ହୋଇଥିଲା। ୨୦୧୩ରେ ଭାରତ ଶେଷଥର ଆଇସିସି ଟ୍ରଫି ଭାବେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର