ହକି ବିଶ୍ବକପ୍‌ ୨୦୨୩ : ୪-୦ ଗୋଲ୍‌ରେ ମାଲେସିଆକୁ ହରାଇଲା ନେଦରଲ୍ୟାଣ୍ଡ୍‌ସ

The Sakala Picture
Published On

ରାଉରକେଲା : ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଷଷ୍ଠ ମ୍ୟାଚ୍‌ରେ ୪-୦ ଗୋଲ୍‌ରେ ମାଲେସିଆକୁ ହରାଇଛି ନେଦରଲ୍ୟାଣ୍ଡ୍‌ସ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଦ୍ବିତୀୟ ମ୍ୟାଚରେ ତିନି ଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ଓ ମାଲେସିଆ ମଧ୍ୟରେ ଖେଳା ଯାଇଥିଲା। ଯେଉଁମ୍ୟାଚରେ ଦମ୍‌ଦାର ପଦର୍ଶନ କରି ନେଦରଲ୍ୟାଣ୍ଡସ ମାଲେସିଆକୁ ୪-୦ ଗୋଲ୍‌ରେ ପରାସ୍ତ କରିଛି। ଆଜିର ମ୍ୟାଚରେ ପ୍ରଥମ କ୍ୱାର୍ଟରରେ କିଛି ଗୋଲ ହୋଇ ନଥିଲା। ନେଦରଲ୍ୟାଣ୍ଡସ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ […]

ରାଉରକେଲା : ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଷଷ୍ଠ ମ୍ୟାଚ୍‌ରେ ୪-୦ ଗୋଲ୍‌ରେ ମାଲେସିଆକୁ ହରାଇଛି ନେଦରଲ୍ୟାଣ୍ଡ୍‌ସ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଦ୍ବିତୀୟ ମ୍ୟାଚରେ ତିନି ଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ଓ ମାଲେସିଆ ମଧ୍ୟରେ ଖେଳା ଯାଇଥିଲା। ଯେଉଁମ୍ୟାଚରେ ଦମ୍‌ଦାର ପଦର୍ଶନ କରି ନେଦରଲ୍ୟାଣ୍ଡସ ମାଲେସିଆକୁ ୪-୦ ଗୋଲ୍‌ରେ ପରାସ୍ତ କରିଛି।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଆଜିର ମ୍ୟାଚରେ ପ୍ରଥମ କ୍ୱାର୍ଟରରେ କିଛି ଗୋଲ ହୋଇ ନଥିଲା। ନେଦରଲ୍ୟାଣ୍ଡସ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ ବି ଗୋଲ୍ କରିପାରି ନଥିଲା। ଦଳକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। କିନ୍ତୁ ତାହା ଗୋଲ୍‌ରେ ପରିଣତ ହୋଇ ନଥିଲା। ଦ୍ୱିତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ ଦୁଇଟି ଗୋଲ୍ ଦେଇଥିଲା। ପ୍ରଥମ ଗୋଲ୍‌ଟି ଖେଳର ୨୦ ମିନିଟ୍‌ରେ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

ମାଲେସିଆ ଏହି କ୍ୱାର୍ଟରରେଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ତାକୁ ଗୋଲରେ ପରିଣତ କରିପାରି ନଥିଲା। ଆଉ ୨-୦ରେ ସରିଥିଲା ଦ୍ୱିତୀୟ କ୍ୱାର୍ଟର। ଏହି କ୍ୱାର୍ଟର ଶେଷ ସୁଦ୍ଧା ଅର୍ଥାତ୍ ହାପ୍ ଟାଇମ୍ ସୁଦ୍ଧା ନେଦରଲ୍ୟାଣ୍ଡସ ପାଖରେ ଅଧିକ ସମୟ ବଲ୍ ରହିଥିଲା।ତୃତୀୟ କ୍ୱାର୍ଟରରେ ମାଲେସିଆ ଗୋଲ୍ କରିବା ପାଇଁ ଏକାଧିକ ବଢ଼ିଆ ସୁଯୋଗ ପାଇଥିଲା। କିନ୍ତୁ ଦଳ ଏହାର ଫାଇଦା ଉଠାଇ ପାରିଲା ନାହିଁ। ନେଦରଲ୍ୟାଣ୍ଡସ ପକ୍ଷରୁ ବି ଏହି କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। ଚତୁର୍ଥ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ ଆଉ ଦୁଇଟି ଗୋଲ୍ ଦେବାରେ ସମର୍ଥ ହୋଇଥିଲା। ଆଉ ଶେଷରେ ୪-୦ରେ ପରାସ୍ତ ହୋଇଥିଲା ମାଲେସିଆ।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

ଏହା ପୂର୍ବରୁ ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ପଞ୍ଚମ ମ୍ୟାଚ୍‌ରେ ଚିଲିକୁ ୩-୧ ଗୋଲରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ।ଏଫ୍‌ଆଇଏଚ୍‌ ହକି ପୁରୁଷ ବିଶ୍ୱକପ୍‌ରେ ପ୍ରଥମ ଥର ଭାଗ ନେଇଥିବା ଚିଲି ପରାଜୟରୁ ତାର ଅଭିଯାନ ଆରମ୍ଭ କରିଛି। ଆଜି ମ୍ୟାଚ୍‌ ଆରମ୍ଭରୁ ନ୍ୟୁଜିଲାଣ୍ଡ ଟିମ୍ ଚିଲି ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଚିଲିର ଖେଳାଳିମାନେ ସୁଯୋଗ ଦେଉ ନଥିଲେ।ଖେଳର ଅନେକ ସମୟରେ ନ୍ୟୁଜିଲ୍ୟାଣ୍ଡ ଗୋଲ୍ କରିବାକୁ ପାଇଥିବା ସୁଯୋଗ ଗୁଡ଼ିକୁ ଚିଲିର ଖେଳାଳିମାନେ ବାଧା ଦେବାରେ ସଫଳ ହୋଇଥିଲେ। ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ଦୁଇଟି ଗୋଲ୍ ଦେଇଥିଲା। ଏହା ଫିଲ୍ଡ ଗୋଲ୍ ଥିଲା। ସାମ୍ ଲେନ୍ ଓ ସାମ୍ ହିହା ଏହି ଦୁଇଟି ଗୋଲ୍ କରିଥିଲେ। ଏହି କ୍ୱାର୍ଟରରେ ଚିଲି ଗୋଟିଏ ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ଗୋଲ୍‌ରେ ପରିଣତ କରି ପାରି ନଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିବା ବେଳେ ଚିଲ୍ ଏହାକୁ ଗୋଲ୍‌ରେ ପରିଣତ କରିବାକୁ ଦେଇ ନଥିଲା।

ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ କ୍ୱାର୍ଟରରେ ୧୯ ମିନିଟରେ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ସାମ୍ ହିହା ଏହି ଗୋଲ୍‌ଟି ଦେଇଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ଗୋଲ୍‌। ଜବାବରେ ଚିଲି ଚତୁର୍ଥ କ୍ୱାର୍ଟରରେ ତା’ର ପ୍ରଥମ ଗୋଲ୍ ଦେଇଥିଲା। ଦଳ ପକ୍ଷରୁ ଏହି ଗୋଲ୍ କରିଥିଲେ ଇଗ୍ନାସିଓ କୋଣ୍ଟାର୍ଡୋ।

ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମରେ ଆଜି ଆଉ ୨ଟି ମ୍ୟାଚ ଖେଳାଯିବ।  ସଂଧ୍ୟା ୫ଟାରେ ବେଲଜିୟମ ଓ କୋରିଆ ମଧ୍ୟରେ ଟକ୍କର ହେବ। ଏହାପରେ ସଂଧ୍ୟା ୭ଟାରେ ଜର୍ମାନୀ ଓ ଜାପାନ ମଧ୍ୟରେ ଟକ୍କର ହେବ।

14 Jan 2023 By The Sakala

ହକି ବିଶ୍ବକପ୍‌ ୨୦୨୩ : ୪-୦ ଗୋଲ୍‌ରେ ମାଲେସିଆକୁ ହରାଇଲା ନେଦରଲ୍ୟାଣ୍ଡ୍‌ସ

ରାଉରକେଲା : ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଷଷ୍ଠ ମ୍ୟାଚ୍‌ରେ ୪-୦ ଗୋଲ୍‌ରେ ମାଲେସିଆକୁ ହରାଇଛି ନେଦରଲ୍ୟାଣ୍ଡ୍‌ସ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଦ୍ବିତୀୟ ମ୍ୟାଚରେ ତିନି ଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ଓ ମାଲେସିଆ ମଧ୍ୟରେ ଖେଳା ଯାଇଥିଲା। ଯେଉଁମ୍ୟାଚରେ ଦମ୍‌ଦାର ପଦର୍ଶନ କରି ନେଦରଲ୍ୟାଣ୍ଡସ ମାଲେସିଆକୁ ୪-୦ ଗୋଲ୍‌ରେ ପରାସ୍ତ କରିଛି।

ଆଜିର ମ୍ୟାଚରେ ପ୍ରଥମ କ୍ୱାର୍ଟରରେ କିଛି ଗୋଲ ହୋଇ ନଥିଲା। ନେଦରଲ୍ୟାଣ୍ଡସ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ ବି ଗୋଲ୍ କରିପାରି ନଥିଲା। ଦଳକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। କିନ୍ତୁ ତାହା ଗୋଲ୍‌ରେ ପରିଣତ ହୋଇ ନଥିଲା। ଦ୍ୱିତୀୟ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ ଦୁଇଟି ଗୋଲ୍ ଦେଇଥିଲା। ପ୍ରଥମ ଗୋଲ୍‌ଟି ଖେଳର ୨୦ ମିନିଟ୍‌ରେ ହୋଇଥିଲା।

ମାଲେସିଆ ଏହି କ୍ୱାର୍ଟରରେଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ତାକୁ ଗୋଲରେ ପରିଣତ କରିପାରି ନଥିଲା। ଆଉ ୨-୦ରେ ସରିଥିଲା ଦ୍ୱିତୀୟ କ୍ୱାର୍ଟର। ଏହି କ୍ୱାର୍ଟର ଶେଷ ସୁଦ୍ଧା ଅର୍ଥାତ୍ ହାପ୍ ଟାଇମ୍ ସୁଦ୍ଧା ନେଦରଲ୍ୟାଣ୍ଡସ ପାଖରେ ଅଧିକ ସମୟ ବଲ୍ ରହିଥିଲା।ତୃତୀୟ କ୍ୱାର୍ଟରରେ ମାଲେସିଆ ଗୋଲ୍ କରିବା ପାଇଁ ଏକାଧିକ ବଢ଼ିଆ ସୁଯୋଗ ପାଇଥିଲା। କିନ୍ତୁ ଦଳ ଏହାର ଫାଇଦା ଉଠାଇ ପାରିଲା ନାହିଁ। ନେଦରଲ୍ୟାଣ୍ଡସ ପକ୍ଷରୁ ବି ଏହି କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। ଚତୁର୍ଥ କ୍ୱାର୍ଟରରେ ନେଦରଲ୍ୟାଣ୍ଡସ ଆଉ ଦୁଇଟି ଗୋଲ୍ ଦେବାରେ ସମର୍ଥ ହୋଇଥିଲା। ଆଉ ଶେଷରେ ୪-୦ରେ ପରାସ୍ତ ହୋଇଥିଲା ମାଲେସିଆ।

ଏହା ପୂର୍ବରୁ ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ପଞ୍ଚମ ମ୍ୟାଚ୍‌ରେ ଚିଲିକୁ ୩-୧ ଗୋଲରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ।ଏଫ୍‌ଆଇଏଚ୍‌ ହକି ପୁରୁଷ ବିଶ୍ୱକପ୍‌ରେ ପ୍ରଥମ ଥର ଭାଗ ନେଇଥିବା ଚିଲି ପରାଜୟରୁ ତାର ଅଭିଯାନ ଆରମ୍ଭ କରିଛି। ଆଜି ମ୍ୟାଚ୍‌ ଆରମ୍ଭରୁ ନ୍ୟୁଜିଲାଣ୍ଡ ଟିମ୍ ଚିଲି ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଚିଲିର ଖେଳାଳିମାନେ ସୁଯୋଗ ଦେଉ ନଥିଲେ।ଖେଳର ଅନେକ ସମୟରେ ନ୍ୟୁଜିଲ୍ୟାଣ୍ଡ ଗୋଲ୍ କରିବାକୁ ପାଇଥିବା ସୁଯୋଗ ଗୁଡ଼ିକୁ ଚିଲିର ଖେଳାଳିମାନେ ବାଧା ଦେବାରେ ସଫଳ ହୋଇଥିଲେ। ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ଦୁଇଟି ଗୋଲ୍ ଦେଇଥିଲା। ଏହା ଫିଲ୍ଡ ଗୋଲ୍ ଥିଲା। ସାମ୍ ଲେନ୍ ଓ ସାମ୍ ହିହା ଏହି ଦୁଇଟି ଗୋଲ୍ କରିଥିଲେ। ଏହି କ୍ୱାର୍ଟରରେ ଚିଲି ଗୋଟିଏ ପେନାଲ୍‌ଟି କର୍ଣ୍ଣର ପାଇଥିଲା। କିନ୍ତୁ ଗୋଲ୍‌ରେ ପରିଣତ କରି ପାରି ନଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିବା ବେଳେ ଚିଲ୍ ଏହାକୁ ଗୋଲ୍‌ରେ ପରିଣତ କରିବାକୁ ଦେଇ ନଥିଲା।

ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ କ୍ୱାର୍ଟରରେ ୧୯ ମିନିଟରେ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ସାମ୍ ହିହା ଏହି ଗୋଲ୍‌ଟି ଦେଇଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ଗୋଲ୍‌। ଜବାବରେ ଚିଲି ଚତୁର୍ଥ କ୍ୱାର୍ଟରରେ ତା’ର ପ୍ରଥମ ଗୋଲ୍ ଦେଇଥିଲା। ଦଳ ପକ୍ଷରୁ ଏହି ଗୋଲ୍ କରିଥିଲେ ଇଗ୍ନାସିଓ କୋଣ୍ଟାର୍ଡୋ।

ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମରେ ଆଜି ଆଉ ୨ଟି ମ୍ୟାଚ ଖେଳାଯିବ।  ସଂଧ୍ୟା ୫ଟାରେ ବେଲଜିୟମ ଓ କୋରିଆ ମଧ୍ୟରେ ଟକ୍କର ହେବ। ଏହାପରେ ସଂଧ୍ୟା ୭ଟାରେ ଜର୍ମାନୀ ଓ ଜାପାନ ମଧ୍ୟରେ ଟକ୍କର ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର