ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚ୍‌ : କ୍ବାଟର ଫାଇନାଲ ଟିକଟ୍‌ ପାଇଁ କଳିଙ୍ଗରେ ଭାରତ-ନ୍ୟୁଜିଲାଣ୍ଡ ଲଢେଇ

The Sakala Picture
Published On

ଭୁବନେଶ୍ୱର : ପ୍ଲେ ମେକର ହାର୍ଦ୍ଦିକ ସିଂ ଆହତ ଯୋଗୁ ଦଳରୁ ବାଦ୍‌‌। ପେନାଲ୍ଟି କର୍ଣ୍ଣରରୁ ଗୋଲ କରିବାରେ ଭାରତୀୟ ଖେଳାଳିଙ୍କ ଅସାମର୍ଥ୍ୟତା। ୱେଲ୍ସଠାରୁ ଶେଷ ଲିଗ୍‌‌ ମ୍ୟାଚ୍‌‌ରେ ଦୁଇଟି ଗୋଲ ବରଣ କରିବା ପରେ ରକ୍ଷଣଭାଗର ଦୁର୍ବଳତା ମଧ୍ୟରେ ଭାରତ କଳିଙ୍ଗ ଷ୍ଟାଡିୟମ୍‌‌ରେ ରବିବାର ନ୍ୟୁଜିଲାଣ୍ଡ ସହ ଚଳିତ ହକି ବିଶ୍ୱକପ୍‌‌ର ଦ୍ୱିତୀୟ କ୍ରସ୍‌‌ ଓଭର ମ୍ୟାଚ୍‌‌ ଖେଳିବାକୁ ଯାଉଛି। ଏହା ସତ୍ତ୍ବେ ଏହି ମ୍ୟାଚ୍‌‌ରେ ଭାରତକୁ ଫେବରିଟ୍‌‌ ବୋଲି ବିବେଚନା କରାଯାଇଛି। ଏହି ମ୍ୟାଚ୍‌‌ରେ […]

ଭୁବନେଶ୍ୱର : ପ୍ଲେ ମେକର ହାର୍ଦ୍ଦିକ ସିଂ ଆହତ ଯୋଗୁ ଦଳରୁ ବାଦ୍‌‌। ପେନାଲ୍ଟି କର୍ଣ୍ଣରରୁ ଗୋଲ କରିବାରେ ଭାରତୀୟ ଖେଳାଳିଙ୍କ ଅସାମର୍ଥ୍ୟତା। ୱେଲ୍ସଠାରୁ ଶେଷ ଲିଗ୍‌‌ ମ୍ୟାଚ୍‌‌ରେ ଦୁଇଟି ଗୋଲ ବରଣ କରିବା ପରେ ରକ୍ଷଣଭାଗର ଦୁର୍ବଳତା ମଧ୍ୟରେ ଭାରତ କଳିଙ୍ଗ ଷ୍ଟାଡିୟମ୍‌‌ରେ ରବିବାର ନ୍ୟୁଜିଲାଣ୍ଡ ସହ ଚଳିତ ହକି ବିଶ୍ୱକପ୍‌‌ର ଦ୍ୱିତୀୟ କ୍ରସ୍‌‌ ଓଭର ମ୍ୟାଚ୍‌‌ ଖେଳିବାକୁ ଯାଉଛି। ଏହା ସତ୍ତ୍ବେ ଏହି ମ୍ୟାଚ୍‌‌ରେ ଭାରତକୁ ଫେବରିଟ୍‌‌ ବୋଲି ବିବେଚନା କରାଯାଇଛି। ଏହି ମ୍ୟାଚ୍‌‌ରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ବେଲଜିୟମ୍‌‌ ସହ କ୍ବାଟର ଫାଇନାଲ  ଖେଳିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପୁଲ-ଡି’ରେ ସ୍ଥାନ ପାଇଥିଲାବେଳେ ସ୍ପେନ୍‌‌ ଓ ଇଂଲଣ୍ଡ ବିପକ୍ଷରେ ଚମତ୍କାର ଖେଳିଛି। କିନ୍ତୁ ସେହି ଖେଳ ୱେଲ୍ସ ବିପକ୍ଷରେ ଦେଖିବାକୁ ମିଳି ନଥିଲା। ତଥାପି ଭାରତ ନିକଟରେ ନ୍ୟୁଜିଲାଣ୍ଡକୁ ହରାଇବାର ଯଥେଷ୍ଟ ଦକ୍ଷତା ରହିଛି ଓ ଏହା ହରାଇବ ମଧ୍ୟ। ଦଳର ସବୁଠାରୁ ବଡ଼ ସମସ୍ୟା ହେଉଛି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ନପାରିବା। ଯାହା ଫଳରେ ଭାରତ ଫିଲ୍ଡରେ ଭଲ ଖେଳିଥିଲେ ମଧ୍ୟ ଆତ୍ମବିଶ୍ୱାସର ସହ ଖେଳିପାରୁ ନାହିଁ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଦଳର ପ୍ରମୁଖ ଡ୍ରାଗ୍‌‌ ଫ୍ଲିକର ତଥା ଅଧିନାୟକ ହରମନପ୍ରୀତ୍‌‌ଙ୍କ ସଟ୍‌‌କୁ ସହଜରେ ପ୍ରତିପକ୍ଷ ଖେଳାଳିମାନେ ଅଟକାଇ ଦେଉଛନ୍ତି। ଯାହା ଫଳରେ ଭାରତ ୩ଟି ମ୍ୟାଚ୍‌‌ରେ ୨୦ଟି ପେନାଲ୍ଟି କର୍ଣ୍ଣର ପାଇ ମାତ୍ର ଦୁଇଟିରେ ଡାଇରେକ୍ଟ ଗୋଲ ଦେଇଛି। ଏଥିଲାଗି ଶନିବାର ଭାରତୀୟ ଦଳ ଅଧିକ ସମୟ ପେନାଲ୍ଟି କର୍ଣ୍ଣରୁ କିପରି ଗୋଲ କରାଯାଇ ପାରିବ, ତାହା ଉପରେ ଅଭ୍ୟାସ କରିଥିଲା। ଅମିତ ରୋହିଦାସ ଓ ସୁରେନ୍ଦର କୁମାରଙ୍କୁ ଅଧିକ ସଟ୍‌‌ ନେବାକୁ ସୁଯୋଗ ମିଳିଥିଲା। ଏଣୁ ଭାରତ ପରବର୍ତ୍ତୀ ମ୍ୟାଚ୍‌‌ ଗୁଡ଼ିକରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡଠାରୁ ଭାରତ ଅଧିକ ବିପଦ ଆଶା କରୁନାହିଁ। ଏହି ଦଳ କୌଣସି ଏକ ବଡ଼ ଇଭେଣ୍ଟରେ ଶେଷଥର ଲାଗି ଭାରତୁ କମନୱେଲଥ ଗେମ୍ସ ସେମିଫାଇନାଲରେ ହରାଇଥିଲା। ଗତ ୫ ବର୍ଷରେ ଦୁଇ ଦଳ ମଧ୍ୟରେ ୧୩ଟି ମ୍ୟାଚ୍‌‌ ଖେଳାଯାଇଛି। ଏହା ମଧ୍ୟରେ ଭାରତ ମାତ୍ର ୨ଟି ମ୍ୟାଚ୍‌‌ରେ ହାରିଛି। ଏଣୁ ଫର୍ମ ଓ ରେକର୍ଡ ଦୃଷ୍ଟିରୁ ଭାରତ ଭଲ ଖେଳିବ ବୋଲି ଆଶା କରିବା ସ୍ୱାଭାବିକ୍‌‌। ପୁଲରେ ମାଲେସିଆଠାରୁ ନ୍ୟୁଜିଲାଣ୍ଡର ପରାଜୟ ମଧ୍ୟ ଭାରତକୁ ଆଶ୍ୱାସନା ଦେଇଛି। ଏଣୁ ଗ୍ରାହାମ ରିଡ୍‌‌ଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ହରାଇବାର କ୍ଷମତା ରଖିଛି ବୋଲି ଭାବିବାକୁ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର