ହକି ବିଶ୍ବକପ୍‌ ୨୦୨୩ : ସୁଟ ଆଉଟରେ ଇଂଲଣ୍ଡକୁ ହରାଇ ତୃତୀୟ ଦଳ ଭାବେ ସେମିରେ ଜର୍ମାନି

The Sakala Picture
Published On

ଭୁବନେଶ୍ବର : ହକି ବିଶ୍ବକପ୍‌ ୨୦୨୩ରେ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା କ୍ବାଟର ଫାଇନାଲ ମ୍ୟାଚରେ ଜର୍ମାନି ପେନାଲ୍ଟି ଶୁଟ ଆଉଟ୍ ରେ ୪-୩ ଗୋଲରେ ଇଂଲଣ୍ଡକୁ ହରାଇ ସେମି ଫାଇନାଲରେ ନିଜ ଜାଗା ପକ୍କା କରିଛି। ଆଜି ଖେଳାଯାଉଥିବା ହକି ବିଶ୍ବକପ୍‌ ୨୦୨୩ର ତୃତୀୟ କ୍ଵାଟର ଫାଇନାଲରେ ଇଂଲଣ୍ଡ ଆଉ ଜର୍ମାନି ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ସଂପୂର୍ଣ୍ଣ ସମୟ ଶେଷ ହେବା ପରେ ଉଭୟ […]

ଭୁବନେଶ୍ବର : ହକି ବିଶ୍ବକପ୍‌ ୨୦୨୩ରେ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା କ୍ବାଟର ଫାଇନାଲ ମ୍ୟାଚରେ ଜର୍ମାନି ପେନାଲ୍ଟି ଶୁଟ ଆଉଟ୍ ରେ ୪-୩ ଗୋଲରେ ଇଂଲଣ୍ଡକୁ ହରାଇ ସେମି ଫାଇନାଲରେ ନିଜ ଜାଗା ପକ୍କା କରିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆଜି ଖେଳାଯାଉଥିବା ହକି ବିଶ୍ବକପ୍‌ ୨୦୨୩ର ତୃତୀୟ କ୍ଵାଟର ଫାଇନାଲରେ ଇଂଲଣ୍ଡ ଆଉ ଜର୍ମାନି ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ସଂପୂର୍ଣ୍ଣ ସମୟ ଶେଷ ହେବା ପରେ ଉଭୟ ଦଳ ୨-୨ ଗୋଲ ରେ ରହିଥିଲେ। ଖେଳ ଆରମ୍ଭରୁ ହିଁ ଇଂଲଣ୍ଡ ଜର୍ମାନି ଉପରେ ଭାରି ଥିବାର ଦେଖିବାକୁ ମିଳିଥିଲା। ଇଂଲଣ୍ଡ ତରଫରୁ ଯାଚେରୀ ୱେଲେସ ୧୧ ମିନିଟରେ ହିଁ ପ୍ରଥମ ଗୋଲ ସ୍କୋର କରିଥିଲେ ଏବଂ ଲିଆନ ଅନ୍ସେଲ ୩୨ ମିନିଟରେ ପେନାଲ୍ଟି କର୍ଣ୍ଣର ଜରିଆରେ ଦ୍ଵିତୀୟ ଗୋଲ ସ୍କୋର କରି ୨-୦ ରେ ଦଳ ଲିଡ଼ କରୁଥିଲା। କିନ୍ତୁ ଶେଷ ୩ ମିନିଟରେ ଜର୍ମାନୀ ଖେଳ ବଦଳେଇ ଦେଇଥିଲା । ଜର୍ମାନୀ ତରଫରୁ ମେଟ୍ ଗ୍ରାମ୍ବୁସ ୫୭ ମିନିଟରେ ପ୍ରଥମ ଗୋଲ ଦେଇଥିଲେ ଏବଂ ୫୮ ମିନିଟରେ ଟମ୍ ଗ୍ରାମ୍ବୁସ ପେନାଲ୍ଟି ଷ୍ଟ୍ରୋକ ଦ୍ବାରା ଦ୍ଵିତୀୟ ଗୋଲ ଦେଇ ସ୍କୋର ୨-୨ ରେ ବରାବର କରିଥିଲେ। ତାପରେ ଉଭୟଙ୍କ ମଧ୍ୟରେ ପେନାଲ୍ଟି ଶୁଟ ଆଉଟ୍ ହେଇଥିଲା ଏବଂ ଯେଉଁଥିରେ ୪-୩ ରେ ଜର୍ମାନୀ ବିଜୟୀ ହୋଇଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଅନ୍ୟପଟେ ଗତକାଲି କଳିଙ୍ଗରେ ଖେଳାଯାଇଥିବା ଅନ୍ୟ ଦୁଇଟି କ୍ଵାଟର ଫାଇନାଲରେ ବିଜୟ ହାସଲ କରି ବିଶ୍ବ ମାନ୍ୟତାର ୧ ଓ ୨ ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଓ ବେଲ୍‌ଜିୟମ ପ୍ରଥମ ଦୁଇ ଦଳ ଭାବେ ଚଳିତ ହକି ବିଶ୍ବକପ୍‌ର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାରର କ୍ବାର୍ଟରଫାଇନାଲ୍‌ରେ ୩ ଥର ବିଜେତା ଅଷ୍ଟ୍ରେଲିଆ ୪-୩ ଗୋଲ୍‌ରେ ସ୍ପେନ୍‌କୁ ଏବଂ ‌ବିଜେତା ବେଲ୍‌ଜିୟମ ୨-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ୧୯୮୬, ୨୦୧୦ ଓ ୨୦୧୪ରେ ବିଜେତା ହୋଇଥିଲା ବେଳେ ଗତ ଥର କାଂସ୍ୟରେ ସନ୍ତୁଷ୍ଟ ରହିଥିଲା। ଏହି ଦଳ ଲିଗ୍‌ ପର୍ଯ୍ୟାୟରେ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଗ୍ରୁପ୍‌-ଏ’ ଟେବୁଲର ଶୀର୍ଷରେ କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଅନ୍ୟପକ୍ଷରେ ଭୁବନେଶ୍ବରରେ ଗତ ସଂସ୍କରଣ ମୁକୁଟ କରାୟତ୍ତ କରିଥିବା ବେଲ୍‌ଜିୟମ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଗ୍ରୁପ୍‌-ବି’ ଟେବୁଲର ଶୀର୍ଷରେ ରହି କ୍ବାର୍ଟରଫାଇନାଲ୍ ଆସିଥିଲା। ସେହିପରି ଆଜି ଆଉ ଗୋଟିଏ କ୍ବାଟର ଫାଇନାଲ ନେଦରଲାଣ୍ଡ୍ସ-କୋରିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ବିଜେତା ଚଳିତ ବିଶ୍ବକପ୍‌ର ଚତୁର୍ଥ ସେମିଫାଇନାଲିଷ୍ଟ ହେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର