ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଲା ଇଂଲଣ୍ଡ

The Sakala Picture
Published On

ରାଉରକେଲା : ନବନିର୍ମିତ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଇଛି ଇଂଲଣ୍ଡ। ପୁରୁଷ ହକି ବିଶ୍ବକପ୍‌-୨୦୨୩ର ତୃତୀୟ ମ୍ୟାଚ୍‌ରେ ୱେଲ୍‌ସକୁ ୫-୦ ଗୋଲରେ ପରାସ୍ତ କରି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଛି ଇଂଲଣ୍ଡ। ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ତୃତୀୟ ମ୍ୟାଚରେ ୱେଲ୍‌ସ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍‌ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍‌ ଦେଇଥିଲେ। ନସେଲ […]

ରାଉରକେଲା : ନବନିର୍ମିତ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଇଛି ଇଂଲଣ୍ଡ। ପୁରୁଷ ହକି ବିଶ୍ବକପ୍‌-୨୦୨୩ର ତୃତୀୟ ମ୍ୟାଚ୍‌ରେ ୱେଲ୍‌ସକୁ ୫-୦ ଗୋଲରେ ପରାସ୍ତ କରି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଛି ଇଂଲଣ୍ଡ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ତୃତୀୟ ମ୍ୟାଚରେ ୱେଲ୍‌ସ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍‌ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍‌ ଦେଇଥିଲେ। ନସେଲ ଲିଆମ୍‌ ୨୭ ଓ ୩୭ ମିନିଟରେ ପେନାଲ୍ଟି ଗୋଲ ଗୋଲ ଦେଇଥିଲେ। ସେହିପରି ୪୧ ମିନିଟରେ ରୋପେର ଫିଲ ଫିଲ୍ଡ ଗୋଲ ଦେଇଥିଲେ। ଶେଷ ମୁହୂର୍ତ୍ତରେ ଇଂଲଣ୍ଡର ବନ୍ଦୁରକ ନିକୋଲାସ ୫୭ ମିନିଟରେ ଏକ ଫିଲ୍ଡ ଗୋଲ୍‌ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସେପଟେ ହକି ବିଶ୍ବକପ୍‌ରେ ଚତୁର୍ଥ ମ୍ୟାଚ୍‌ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଭାରତ ଓ ସ୍ପେନ ମଧ୍ୟରେ ଆରମ୍ଭ ହୋଇସାରିଛି। ଭାରତ ଓ ସ୍ପେନ ମ୍ୟାଚକୁ ହଜାର ହଜାର ଦର୍ଶକଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦେଖୁଛନ୍ତି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ସୂଚନାଯୋଗ୍ୟ ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ସେହିପରି ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି। ପୁଲ ଏ ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ଏକମାତ୍ର ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଛି । ଆର୍ଜେଣ୍ଟିନା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା । ଦକ୍ଷିଣ ଆଫ୍ରିକାର ରକ୍ଷଣପନ୍ଥୀ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚର ତୃତୀୟ କ୍ୱାର୍ଟରରେ ହିଁ ଆର୍ଜେଣ୍ଟିନା ଗୋଲ କରିବାରେ ସଫଳ ହୋଇଥିଲା । ମାଇକୋ କାସେଲା ୪୨ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ କରିଥିଲେ। ଏହା ହିଁ ଦଳ ପାଇଁ ବିଜୟସୂଚକ ଗୋଲ ସାବ୍ୟସ୍ତ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର