ଭୁତ ରୋକିଲା ଜିମ୍ବାୱେ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟି -୨୦ ମ୍ୟାଚ ! ଭିଡ଼ିଓ ଭାଇରାଲ

The Sakala Picture
Published On

ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଭୁତ ରୋକିଦେଇଛି ଆନ୍ତର୍ଜାତୀୟ ସ୍ଥରରେ ଖେଳାଯାଉଥିବା ଏକ ମ୍ୟାଚ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଛି, ଯେଉଁଥିରେ କୁହାଯାଇଛି ଯେ ପ୍ରଥମଥର କୌଣସି ମ୍ୟାଚ୍ ଭୂତ ଯୋଗୁ ରୋକା ଯାଇଛି। ଘଟଣାଟି ଏପରି ଥିଲା କି ଜିମ୍ବାୱେ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -20 ମୁକାବିଲା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ୟାମେରାରେ କଏଦ […]

ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଭୁତ ରୋକିଦେଇଛି ଆନ୍ତର୍ଜାତୀୟ ସ୍ଥରରେ ଖେଳାଯାଉଥିବା ଏକ ମ୍ୟାଚ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଛି, ଯେଉଁଥିରେ କୁହାଯାଇଛି ଯେ ପ୍ରଥମଥର କୌଣସି ମ୍ୟାଚ୍ ଭୂତ ଯୋଗୁ ରୋକା ଯାଇଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଘଟଣାଟି ଏପରି ଥିଲା କି ଜିମ୍ବାୱେ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -20 ମୁକାବିଲା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ୟାମେରାରେ କଏଦ ହୋଇଥିଲା । ଯେତେବେଳେ ବ୍ୟାଟ୍ସମ୍ୟାନ୍ ଷ୍ଟମ୍ପର ବହୁ ଦୂରରେ ଥିବା ସତ୍ୱେ ରହସ୍ୟମୟ ଭାବରେ ୱିକେଟ୍ ଉପରୁ ବେଲ ଖସିପଡିଥିଲା । ବାଂଲାଦେଶର ଇନିଂସର ୧୮ ତମ ଓଭରରେ ମହମ୍ମଦ ସୈଫୁଦ୍ଦିନ ଷ୍ଟ୍ରାଇକରେ ଥିବା ସମୟରେ ଏହି ଘଟଣା ଘଟିଥିଲା। ଜିମ୍ବାୱେ ବୋଲର ତେନ୍ଦାଇ ଚତରା ନିଜ ଓଭରର ପଞ୍ଚମ ବଲ୍ ପକାଉଥିଲେ। ବ୍ୟାଟିଂ କରୁଥିବା ସୈଫୁଦ୍ଦିନ ଶଟ୍ ମାରିଥିଲେ। କିନ୍ତୁ ସେ ପଛକୁ ଚାହିଁ ଦେଖିଲା ବେଳକୁ ଷ୍ଟମ୍ପରୁ ବେଲ୍ ଗଳି ପଡ଼ିଛି। ତେବେ ବେଲ୍ କେମିତି ଗଳିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଅମ୍ପାୟାରଙ୍କ ନିର୍ଦେଶ ପରେ ରିପ୍ଲେ’ରେ ଯେଉଁ ଫୁଟେଜ୍ ଦେଖିବାକୁ ମିଳିଲା, ତାହା ସମସ୍ତଙ୍କୁ ତାଜୁବ କରିଦେଲା। ରିପ୍ଲେରେ ଦେଖିବାକୁ ମିଳିଲା ସୈଫୁଦ୍ଦିନ ଷ୍ଟମ୍ପ ଠାରୁ ଯଥେଷ୍ଟ ଦୂରରେ ଥିଲେ ଏବଂ ବେଲଟି ପବନରେ ଗଳି ପଡ଼ିଛି।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଜିମ୍ବାୱେ ୨୩ ରନରେ ବାଂଲାଦେଶକୁ ହରାଇଥିଲା। ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। ଜବାବରେ ବାଂଲୋଦେଶ ୧୯.୫ ଓଭରରେ ୧୪୩ ରନରେ ଅଲଆଉଟ୍ ହୋଇଯାଇଥିଲା।

26 Jul 2021 By The Sakala

ଭୁତ ରୋକିଲା ଜିମ୍ବାୱେ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟି -୨୦ ମ୍ୟାଚ ! ଭିଡ଼ିଓ ଭାଇରାଲ

ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଭୁତ ରୋକିଦେଇଛି ଆନ୍ତର୍ଜାତୀୟ ସ୍ଥରରେ ଖେଳାଯାଉଥିବା ଏକ ମ୍ୟାଚ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଛି, ଯେଉଁଥିରେ କୁହାଯାଇଛି ଯେ ପ୍ରଥମଥର କୌଣସି ମ୍ୟାଚ୍ ଭୂତ ଯୋଗୁ ରୋକା ଯାଇଛି।

ଘଟଣାଟି ଏପରି ଥିଲା କି ଜିମ୍ବାୱେ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -20 ମୁକାବିଲା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ୟାମେରାରେ କଏଦ ହୋଇଥିଲା । ଯେତେବେଳେ ବ୍ୟାଟ୍ସମ୍ୟାନ୍ ଷ୍ଟମ୍ପର ବହୁ ଦୂରରେ ଥିବା ସତ୍ୱେ ରହସ୍ୟମୟ ଭାବରେ ୱିକେଟ୍ ଉପରୁ ବେଲ ଖସିପଡିଥିଲା । ବାଂଲାଦେଶର ଇନିଂସର ୧୮ ତମ ଓଭରରେ ମହମ୍ମଦ ସୈଫୁଦ୍ଦିନ ଷ୍ଟ୍ରାଇକରେ ଥିବା ସମୟରେ ଏହି ଘଟଣା ଘଟିଥିଲା। ଜିମ୍ବାୱେ ବୋଲର ତେନ୍ଦାଇ ଚତରା ନିଜ ଓଭରର ପଞ୍ଚମ ବଲ୍ ପକାଉଥିଲେ। ବ୍ୟାଟିଂ କରୁଥିବା ସୈଫୁଦ୍ଦିନ ଶଟ୍ ମାରିଥିଲେ। କିନ୍ତୁ ସେ ପଛକୁ ଚାହିଁ ଦେଖିଲା ବେଳକୁ ଷ୍ଟମ୍ପରୁ ବେଲ୍ ଗଳି ପଡ଼ିଛି। ତେବେ ବେଲ୍ କେମିତି ଗଳିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

ଅମ୍ପାୟାରଙ୍କ ନିର୍ଦେଶ ପରେ ରିପ୍ଲେ’ରେ ଯେଉଁ ଫୁଟେଜ୍ ଦେଖିବାକୁ ମିଳିଲା, ତାହା ସମସ୍ତଙ୍କୁ ତାଜୁବ କରିଦେଲା। ରିପ୍ଲେରେ ଦେଖିବାକୁ ମିଳିଲା ସୈଫୁଦ୍ଦିନ ଷ୍ଟମ୍ପ ଠାରୁ ଯଥେଷ୍ଟ ଦୂରରେ ଥିଲେ ଏବଂ ବେଲଟି ପବନରେ ଗଳି ପଡ଼ିଛି।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଜିମ୍ବାୱେ ୨୩ ରନରେ ବାଂଲାଦେଶକୁ ହରାଇଥିଲା। ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। ଜବାବରେ ବାଂଲୋଦେଶ ୧୯.୫ ଓଭରରେ ୧୪୩ ରନରେ ଅଲଆଉଟ୍ ହୋଇଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର