ଭାରତ-ଇଂଲଣ୍ଡ ୩ୟ ଟି-୨୦ : ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ୪ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ

The Sakala Picture
Published On

ନର୍ଟିଂହାମ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଆଜି ନର୍ଟିଂହାମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ଗତକାଲି ଏଜବେଷ୍ଟନରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ଆଗୁଆ କବଜା କରିଛି ରୋହିତ ବାହିନୀ। ଏହି ମୁକାବିଲାରେ ଟସ୍ ଜିତି […]

ନର୍ଟିଂହାମ : ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଆଜି ନର୍ଟିଂହାମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ କ୍ୟାପ୍ଟେନ୍ ଜସ ବଟଲର। ଗତକାଲି ଏଜବେଷ୍ଟନରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ଆଗୁଆ କବଜା କରିଛି ରୋହିତ ବାହିନୀ। ଏହି ମୁକାବିଲାରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ୪ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଥିବା ବେଳେ ଇଂଲଣ୍ଡ ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଭାରତର ଚୂଡାନ୍ତ ଏକାଦଶରେ ଚାରୋଟି ପରିବର୍ତ୍ତନ କରିଛି। ରବି ବିଷ୍ଣୋଇ, ଅଭେଶ ଖାନ, ଉମରାନ ମଲିକ ଏବଂ ଶ୍ରେୟସ ଆୟରଙ୍କୁ ଅନ୍ତିମ ମୁକାବିଲାରେ ଖେଳିବାକୁ ସୁଯୋଗ ମିଳିଛି। ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ସ୍ଥାନ ମିଳିଛି। ସେହିପରି ଇଂଲଣ୍ଡ ରିସେ ଟପଲି ଏବଂ ଫିଲ ସଲ୍ଟକୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଇଂଲଣ୍ଡ ଦଳରୁ ପାର୍କିନସନ ଏବଂ ସାମ କୁରନ ବାଦ୍ ପଡିଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଟି-୨୦ ଓ ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଲେ ହର୍ଷିତ ରାଣା, ଯଶପ୍ରୀତ ବୁମରା ଫିଟ୍ ଘୋଷିତ

ଗତକାଲିର ମ୍ୟାଚରେ ଭାରତ ବୃହତ ବିଜୟ ସହ ଆଗୁଆ ସିରିଜ କବ୍‌ଜା କରିଛି।   ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୦ ଓଭର ଖେଳି ୧୭୦ ରନ୍ କରିଥିଲା। ଯାହା ଫଳରେ ବିଜୟ ପାଇଁ ଘରୋଇ ଇଂଲଣ୍ଡ ଆଗରେ ୧୭୧ ରନ୍‌ ଲକ୍ଷ୍ୟ ରହିଥିଲା। ଘରୋଇ ଇଂଲଣ୍ଡ ଭାରତୀୟ ବୋଲିଂ ବାହିନୀର ସାମ୍ନା କରିନପାରି ୧୭ ଓଭରରେ ୧୨୧ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଯାହା ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୪୯ ରନ୍‌ର ବୃହତ ବିଜୟ ସହ ଆଗୁଆ ସିରିଜ ଜିତି ନେଇଥିଲା।

ଆହୁରି ପଢ଼ନ୍ତୁ: ଇଂଲଣ୍ଡରେ କୁଲଦୀପ ଯାଦବଙ୍କ ଚମତ୍କାର ପ୍ରଦର୍ଶନ, ଏକାକୀ ନେଲେ ୧୦ ୱିକେଟ୍, ଗୌତମ ଗମ୍ଭୀରଙ୍କୁ ଦେଲେ କଡ଼ା ବାର୍ତ୍ତା

ରୋହିତ କରିବେ ରେକର୍ଡ 

ଅନ୍ୟପଟେ ଭାରତୀୟ ଅଧିନାୟକ ରୋହିତ ଆଉ ଏକ ରେକର୍ଡର ଅଧିକାରୀ ହେବେ ।ପ୍ରଥମେ ମ୍ୟାଚ୍ ୫୦ ରନ୍‌ ଓ ଦ୍ଵିତୀୟ ମ୍ୟାଚ୍ ୪୯ ରନ୍‌ରେ ଜିତି ଟିମ୍ ଇଣ୍ଡିଆ ସିରିଜ୍ କବ୍‌ଜା କରିବା ପରେ କ୍ୟାପ୍ଟେନ୍ ଭାବରେ ରୋହିତ ଶର୍ମା ଏବେ ରେକର୍ଡ କରିବାକୁ ଯାଉଛନ୍ତି। ଯଦି ସେ ଆଜିର ମ୍ୟାଚ୍ ଜିତିଯାଆନ୍ତି ତେବେ ସେ ଭାରତୀୟ କ୍ୟାପ୍ଟେନ୍ ଭାବେ ଇତିହାସ ରଚିବେ।

କାରଣ ଗତକାଲିର ବିଜୟକୁ ମିଶାଇଲେ ରୋହିତ ଶର୍ମା କ୍ୟାପ୍ଟେନ୍ ଭାବରେ ଲଗାତର ୧୯ଟି ମ୍ୟାଚ୍ ଜିତିସାରିଲେଣି। ଯଦି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ର ଆଜିର ମ୍ୟାଚ୍ ଜିତି ସିରିଜ୍ କ୍ଲିନ ସୁଇପ୍ କଲେ ତେବେ ରୋହିତ୍ ଅଷ୍ଟ୍ରେଲିଆର ପୂର୍ବତନ ସଫଳ କ୍ୟାପ୍ଟେନ୍ ରିକି ପଣ୍ଟିଂ ସମକକ୍ଷ ହେବେ। କାରଣ ରିକି ପଣ୍ଟିଂ କ୍ୟାପ୍ଟେନ୍‌ସିପ୍ କରି ୨୦୦୩ରେ ଲଗାତର ୨୦ଟି ମ୍ୟାଚ୍ ଜିତି ରେକର୍ଡ କରିଥିଲେ। ବର୍ତ୍ତମାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ର ପୁରୁଷ ବର୍ଗରେ ରିକି ପଣ୍ଟିଂ କ୍ୟାପ୍ଟେନ୍ ଭାବରେ ଲଗାତାର ସର୍ବାଧିକ ୨୦ ମ୍ୟାଚ୍ ଜିତିବାର ରେକର୍ଡ କରିଛନ୍ତି। ଯଦି ରୋହିତ ଆଜରି ମ୍ୟାଚ୍‌ ଜିତିଯିବେ ତେବେ ସେ ମଧ୍ୟ ଲଗାତର ୨୦ ମ୍ୟାଚ୍ ଜିତିବାର ରେକର୍ଡ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର