ଇଂଲଣ୍ଡ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, କରୋନା ସଂକ୍ରମିତ ହେଲେ ରିଷଭ ପନ୍ଥ

The Sakala Picture
Published On

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଭାରତ ୫ ଟିକିଆ ଟେଷ୍ଟ ସିରିଜ ଖେଳିବ ।  ଏହି ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲଗିଛି ଝଟକା । କରୋନା ସଂକ୍ରମିତ ହୋଇଛନ୍ତି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ । ଏହା ପୂର୍ବରୁ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ସେମାନଙ୍କ ଭିତରେ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କର ୧୮ ତାରିଖରେ ପୁଣି ଥରେ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଥିଲା […]

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଭାରତ ୫ ଟିକିଆ ଟେଷ୍ଟ ସିରିଜ ଖେଳିବ ।  ଏହି ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲଗିଛି ଝଟକା । କରୋନା ସଂକ୍ରମିତ ହୋଇଛନ୍ତି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ । ଏହା ପୂର୍ବରୁ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ସେମାନଙ୍କ ଭିତରେ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କର ୧୮ ତାରିଖରେ ପୁଣି ଥରେ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ମିଳିଥିବା ସୂଚନା ଅନୁସାରେ ଏବେ ଆଇସୋଲେସନରେ ଥିବା କ୍ରିକେଟର ହେଉଛନ୍ତି ରିଷଭ ପନ୍ଥ । ତେଣୁ ସେ ଟିମ୍ ଇଣ୍ଡିଆ ସହ ଦରହାମ୍ ଯାଉ ନାହାନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଟିମରେ ଯୋଗ ଦେବେ ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଅଗଷ୍ଟ ପ୍ରଥମ ସପ୍ତାହରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତାପୂର୍ବରୁ ଆସନ୍ତା ୨୦ ତାରିଖରୁ ତିନି ଦିନିଆ ପ୍ରାକ୍ଟିସ ମ୍ୟାଚ୍ ଖେଳାଯିବ । ଏହି ଟିମରେ ରିଷଭ ପନ୍ଥ ରହିବେ ନାହିଁ ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର