ଭାରତ ବିଜୟରେ ବର୍ଷା ସାଜିଲା ବାଧକ, ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡ୍ର

The Sakala Picture
Published On

ନଟ୍ଟିଂହାମ୍‍: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ଡ୍ର’ରେ ସମାପ୍ତ ହୋଇଛି। ଭାରତକୁ ଜିତିବା ଲାଗି ଅନ୍ତିମ ତଥା ୫ମ ଦିବସରେ ୯ ୱିକେଟ୍‍ ରେ ୧୫୭ ରନ ଆବଶ୍ୟକ ହେଉଥିଲା। କିନ୍ତୁ ରବିବାର ଲଗାଣ ବର୍ଷା ଯୋଗୁ ଗୋଟିଏ ମଧ୍ୟ ବଲ୍‍ ପକାଇବା ସମ୍ଭବପର ହୋଇପାରି ନ ଥିଲା। ଫଳରେ ଦୁଇ ଅମ୍ପାୟର ଚା’ପାନ ବିରତି ପରେ ଖେଳକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ବିଜୟରେ ବର୍ଷା ବାଧକ […]

ନଟ୍ଟିଂହାମ୍‍: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ଡ୍ର’ରେ ସମାପ୍ତ ହୋଇଛି। ଭାରତକୁ ଜିତିବା ଲାଗି ଅନ୍ତିମ ତଥା ୫ମ ଦିବସରେ ୯ ୱିକେଟ୍‍ ରେ ୧୫୭ ରନ ଆବଶ୍ୟକ ହେଉଥିଲା। କିନ୍ତୁ ରବିବାର ଲଗାଣ ବର୍ଷା ଯୋଗୁ ଗୋଟିଏ ମଧ୍ୟ ବଲ୍‍ ପକାଇବା ସମ୍ଭବପର ହୋଇପାରି ନ ଥିଲା। ଫଳରେ ଦୁଇ ଅମ୍ପାୟର ଚା’ପାନ ବିରତି ପରେ ଖେଳକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ବିଜୟରେ ବର୍ଷା ବାଧକ ସାଜିଥିବାବେଳେ ଇଂଲଣ୍ଡ ପରାଜୟରୁ ବର୍ତ୍ତି ଯାଇଥିଲା। ଶତକ ହାସଲକାରୀ ଜୋ ରୁଟ୍‍ ଶ୍ରେଷ୍ଠ ଖେଳାଳି ହୋଇଥିଲେ। ୧୯୮୬ ପରେ ଭାରତୀୟ ଦଳ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‍ ବିଜୟୀ ହେବାରୁ ବଞ୍ଚିତ ରହିଥିଲା। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‍ବିଶିଷ୍ଟ ସିରିଜର ୨ୟ ମ୍ୟାଚ ଅଗଷ୍ଟ ୧୨ରୁ ଲର୍ଡ୍ସରେ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହି ମ୍ୟାଚରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୧୮୩ ରନ ଜବାବରେ ଭାରତ ଲୋକେଶ ରାହୁଲ (୮୪), ରବୀନ୍ଦ୍ର ଜାଡେଜା (୫୬) ଓ ରୋହିତ୍‍ ଶର୍ମା (୩୬)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୨୭୮ ରନ କରିଥିଲା। ୯୫ ରନ ପଛରେ ରହି ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୩୦୩ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା। ଅଧିନାୟକ ରୁଟ୍‍ (୧୦୯) ଶତକୀୟ ଇନିଂସ ଖେଳିଥିବାବେଳେ ଭାରତ ପକ୍ଷରୁ ଯଶପ୍ରୀତ୍‍ ବୁମ୍‍ରା ୫ ୱିକେଟ୍‍ ସଫଳତା ପାଇଥିଲେ। ଏହାପରେ ୨୦୯ ରନର ଲକ୍ଷ୍ୟକୁ ପିଛା କରି ଭାରତ ଶନିବାର ୪ର୍ଥ ଦିବସ ଶେଷ ସୁଦ୍ଧା ରାହୁଲ (୨୬ ରନ) ୱିକେଟ୍‍ ହରାଇ ୫୨ ରନ କରିଥିଲା। ଅନ୍ତିମ ଦିବସରେ ଭାରତକୁ ବିଜୟ ଲାଗି ୯୦ ଓଭରରେ ଆଉ ୧୫୭ ରନ ଆବଶ୍ୟକ ହେଉଥିଲା।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp