ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇ ନ ପାରେ ଭାରତ

The Sakala Picture
Published On

ନୂଆଦିଲ୍ଲୀ: ୨୦୨୫ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଏହି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇନପାରେ। ଦୁଇ ଦେଶର ରାଜନୈତିକ ସଂପର୍କ ଭଲ ନ ଥିବାରୁ ଭାରତୀୟ ଟିମ୍ ପାକିସ୍ତାନ ଯିବନି ବୋଲି କୁହାଯାଉଛି। ତେଣୁ ହାଇବ୍ରିଡ୍ ମଡେଲରେ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ। ଭାରତର ମ୍ୟାଚ ୟୁଏଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ। ସୂଚନା ଅନୁଯାୟୀ, ବିସିସିଆଇ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ରାଜି ନଥିବାରୁ ଅନ୍ୟ କେଉଁଠାରେ ମ୍ୟାଚ୍ ଆୟୋଜନ ହେବାର ସମ୍ବାବନା […]

ନୂଆଦିଲ୍ଲୀ: ୨୦୨୫ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଏହି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇନପାରେ। ଦୁଇ ଦେଶର ରାଜନୈତିକ ସଂପର୍କ ଭଲ ନ ଥିବାରୁ ଭାରତୀୟ ଟିମ୍ ପାକିସ୍ତାନ ଯିବନି ବୋଲି କୁହାଯାଉଛି। ତେଣୁ ହାଇବ୍ରିଡ୍ ମଡେଲରେ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ। ଭାରତର ମ୍ୟାଚ ୟୁଏଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସୂଚନା ଅନୁଯାୟୀ, ବିସିସିଆଇ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ରାଜି ନଥିବାରୁ ଅନ୍ୟ କେଉଁଠାରେ ମ୍ୟାଚ୍ ଆୟୋଜନ ହେବାର ସମ୍ବାବନା ରହିଛି। ଏନେଇ ଖୁବ୍ ଶୀଘ୍ର ଆଇସିସି ଅପିଲ କରିପାରେ ବିସିସିଆଇ। ତେବେ ଭାରତର ମ୍ୟାଚ ୟୁଏଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ ବୋଲି ସୁତ୍ରରୁ ପ୍ରକାଶ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ପାକିସ୍ତାନ ଆୟୋଜକ ଥିବାରୁ ଏଠାରେ ସମସ୍ତ ମ୍ୟାଚ୍ ଅନୁଷ୍ଠିତ ହେବ। କାର୍ଯ୍ୟସୂଚୀ ଅନୁସାରେ ସମସ୍ତ ୧୫ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। ୭ଟି ମ୍ୟାଚ୍ ଲାହୋର, ତିନୋଟି କରାଚି ଏବଂ ପାଞ୍ଚଟି ରାୱଲପିଣ୍ଡିରେ ଖେଳାଯିବାକୁ ଥିବାବେଳେ କରାଚିରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

୨୦୧୨-୧୩ରୁ ଦୁଇ ଦେଶ ମଧ୍ଯରେ ଦ୍ବିପାକ୍ଷିକ ଖେଳ ହୋଇନାହିଁ। ଶେଷ ଥର ପାଇଁ ୨୦୦୮ରେ ପାକିସ୍ତାନ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଟିମ୍। ସେପଟେ ପାକିସ୍ତାନ କହିଛି, ସବୁ ମ୍ୟାଚ ଯେମିତି ପାକିସ୍ତାନରେ ଖେଳାଯିବ, ତାର ବ୍ୟବସ୍ଥା କରାଯାଉଛି। ଏ ନେଇ କିଛି ଦିନ ଭିତରେ ଆଇସିସି ସହିତ ଆଲୋଚନା କରାଯିବ ବୋଲି ପିସିବି ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp