ଏସିଆନ୍ ଗେମ୍ସ କ୍ରିକେଟ୍ : ନେପାଳକୁ ୨୩ ରନ୍ରେ ହରାଇ ସେମିଫାଇନାଲରେ ଭାରତ
ହାଙ୍ଗଝୋଉ : ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ କ୍ରିକେଟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଆଜି ନେପାଳ ବିପକ୍ଷରେ ଖେଳାଯାଉଥିବା କ୍ବାଟର ଫାଇନାଲ ମ୍ୟାଚରେ ଭାରତ ପ୍ରତିପକ୍ଷ ନେପାଳକୁ ୨୩ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୦୨ ରନ୍ କରିଥିଲା। ଭାରତ ପକ୍ଷରୁ […]
ହାଙ୍ଗଝୋଉ : ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ କ୍ରିକେଟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଆଜି ନେପାଳ ବିପକ୍ଷରେ ଖେଳାଯାଉଥିବା କ୍ବାଟର ଫାଇନାଲ ମ୍ୟାଚରେ ଭାରତ ପ୍ରତିପକ୍ଷ ନେପାଳକୁ ୨୩ରନରେ ପରାସ୍ତ କରିଛି।
ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୦୨ ରନ୍ କରିଥିଲା। ଭାରତ ପକ୍ଷରୁ ୨୧ ବର୍ଷୀୟ ବାମହାତୀ କ୍ରିକେଟର୍ ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରି ଇତିହାସ ରଚିଛନ୍ତି। ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଶତକ ହାସଲ କରିବାରେ ଯଶସ୍ବୀ ହେଉଛନ୍ତି ସବୁଠାରୁ କନିଷ୍ଠ। ଏସୀୟ କ୍ରୀଡ଼ା-୨୦୨୩ର ପ୍ରଥମ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ମାତ୍ର ୪୮ ବଲ୍ରେ ଶତକ ହାସଲ କରି ରେକର୍ଡ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଋତୁରାଜ ଗାଇକୱାଡ ୨୫, ତିଲକ ବର୍ମା ୨, ଜିତେଶ ଶର୍ମା ୫, ଶିଭମ ଦୁବେ ୨୫ ଓ ରିଙ୍କୁ ସିଂ ୩୭ ରନ୍ କରିଥିଲେ।
ଭାରତର ୨୦୩ ରନ୍ ଟାର୍ଗେଟକୁ ନେଇ ବ୍ୟାଟିଂ କରିବାକୁ ଆସିଥିବା ନେପାଳ ୯ ୱିକେଟ୍ ହରାଇବା ପରେ ମାତ୍ର୧୭୯ ରନ୍ କରିପାରିଥିଲା। ଦୀପେନ୍ଦ୍ର ସିଂ ସର୍ବାଧିକ ୩୨ ରନ୍ ସଂଗ୍ରହ କରିଥିଲେ। ସନ୍ଦୀପ ଜୋରା ଏବଂ କୁଶଲ ମଲା ୨୯ ରନ, କୁଶଲ ଭୁର୍ଟେଲ ୨୮ ରନ ଏବଂ କରଣ ୧୮ ରନ କରିଥିଲେ। ଭାରତ ପକ୍ଷରୁ ରବି ବିଷ୍ଣୋଇ ଏବଂ ଆଭେଶ ଖାନ ତିନୋଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ଦୁଇଟି ୱିକେଟ୍ ନେଇଥିଲେ ଏବଂ ରବିଶ୍ରିନିବାସନ ଗୋଟିଏ ୱିକେଟ୍ ନେଇଥିଲେ।





