ଫାଫ୍ ଡୁ’ ପ୍ଲେସିସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନୂଆ ଅଧିନାୟକ

The Sakala Picture
Published On

ବେଙ୍ଗାଲୁରୁ: ଆଇପିଏଲ -୨୦୨୨ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ନୂଆ ଅଧିନାୟକଙ୍କୁ ନିଯୁକ୍ତ କରିଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ’ ପ୍ଲେସିସଙ୍କୁ ଆରସିବିର ନେତୃତ୍ବ ଦାୟିତ୍ୱ ଦିଆଯାଇଛି । ଗତ ସଂସ୍କରଣ ପରେ ବିରାଟ କୋହଲି ଦଳର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୧ ଠାରୁ କୋହଲି ଆରସିବିର ଅଧିନାୟକ ଥିଲେ। ତେବେ କୋହଲି ଥରେ ବି ଦଳକୁ ଟାଇଟଲ ବିଜୟୀ କରାଇ ପାରିନଥିଲେ । ବିରାଟଙ୍କ ପୂର୍ବରୁ ପାଞ୍ଚ ଖେଳାଳି […]

ବେଙ୍ଗାଲୁରୁ: ଆଇପିଏଲ -୨୦୨୨ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ନୂଆ ଅଧିନାୟକଙ୍କୁ ନିଯୁକ୍ତ କରିଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ’ ପ୍ଲେସିସଙ୍କୁ ଆରସିବିର ନେତୃତ୍ବ ଦାୟିତ୍ୱ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଗତ ସଂସ୍କରଣ ପରେ ବିରାଟ କୋହଲି ଦଳର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୧ ଠାରୁ କୋହଲି ଆରସିବିର ଅଧିନାୟକ ଥିଲେ। ତେବେ କୋହଲି ଥରେ ବି ଦଳକୁ ଟାଇଟଲ ବିଜୟୀ କରାଇ ପାରିନଥିଲେ । ବିରାଟଙ୍କ ପୂର୍ବରୁ ପାଞ୍ଚ ଖେଳାଳି ଆରସିବିର ଅଧିନାୟକ ହୋଇଥିଲେ। ରାହୁଲ ଦ୍ରାବିଡ ଦଳର ପ୍ରଥମ ଅଧିନାୟକ ଥିଲେ। ଏହା ପରେ ଅନିଲ କୁମ୍ବଲେ, ଡାନିଏଲ ଭେଟୋରି, କେଭିନ ପିଟରସେନ ଏବଂ ସେନ ୱାଟସନ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ମାର୍ଚ୍ଚ ୨୭ରେ ବେଙ୍ଗାଲୁରୁ ଦଳ ଆଇପିଏଲରେ ନିଜ ଅଭିଯାନ ଆରମ୍ଭ କରିବ | ଏହି ଦଳ ନିଜ ପ୍ରଥମ ମ୍ୟାଚରେ ମୁମ୍ବାଇର ଡିଓ୍ବାଇ ପାଟିଲ ସ୍ପୋର୍ଟସ ଏକାଡେମୀ ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗସକୁ ଭେଟିବ। ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ଜିତି ନାହିଁ। ଦଳ ଶେଷ ଥର ପାଇଁ ୨୦୧୬ରେ ଫାଇନାଲ୍ ମ୍ୟାଚ୍ ଖେଳିଥିଲା । ଆରସିବି ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରିଯାଇଥିଲା ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp