ଫାଫ୍ ଡୁ’ ପ୍ଲେସିସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନୂଆ ଅଧିନାୟକ

The Sakala Picture
Published On

ବେଙ୍ଗାଲୁରୁ: ଆଇପିଏଲ -୨୦୨୨ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ନୂଆ ଅଧିନାୟକଙ୍କୁ ନିଯୁକ୍ତ କରିଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ’ ପ୍ଲେସିସଙ୍କୁ ଆରସିବିର ନେତୃତ୍ବ ଦାୟିତ୍ୱ ଦିଆଯାଇଛି । ଗତ ସଂସ୍କରଣ ପରେ ବିରାଟ କୋହଲି ଦଳର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୧ ଠାରୁ କୋହଲି ଆରସିବିର ଅଧିନାୟକ ଥିଲେ। ତେବେ କୋହଲି ଥରେ ବି ଦଳକୁ ଟାଇଟଲ ବିଜୟୀ କରାଇ ପାରିନଥିଲେ । ବିରାଟଙ୍କ ପୂର୍ବରୁ ପାଞ୍ଚ ଖେଳାଳି […]

ବେଙ୍ଗାଲୁରୁ: ଆଇପିଏଲ -୨୦୨୨ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ନୂଆ ଅଧିନାୟକଙ୍କୁ ନିଯୁକ୍ତ କରିଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ’ ପ୍ଲେସିସଙ୍କୁ ଆରସିବିର ନେତୃତ୍ବ ଦାୟିତ୍ୱ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଗତ ସଂସ୍କରଣ ପରେ ବିରାଟ କୋହଲି ଦଳର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୧ ଠାରୁ କୋହଲି ଆରସିବିର ଅଧିନାୟକ ଥିଲେ। ତେବେ କୋହଲି ଥରେ ବି ଦଳକୁ ଟାଇଟଲ ବିଜୟୀ କରାଇ ପାରିନଥିଲେ । ବିରାଟଙ୍କ ପୂର୍ବରୁ ପାଞ୍ଚ ଖେଳାଳି ଆରସିବିର ଅଧିନାୟକ ହୋଇଥିଲେ। ରାହୁଲ ଦ୍ରାବିଡ ଦଳର ପ୍ରଥମ ଅଧିନାୟକ ଥିଲେ। ଏହା ପରେ ଅନିଲ କୁମ୍ବଲେ, ଡାନିଏଲ ଭେଟୋରି, କେଭିନ ପିଟରସେନ ଏବଂ ସେନ ୱାଟସନ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ମାର୍ଚ୍ଚ ୨୭ରେ ବେଙ୍ଗାଲୁରୁ ଦଳ ଆଇପିଏଲରେ ନିଜ ଅଭିଯାନ ଆରମ୍ଭ କରିବ | ଏହି ଦଳ ନିଜ ପ୍ରଥମ ମ୍ୟାଚରେ ମୁମ୍ବାଇର ଡିଓ୍ବାଇ ପାଟିଲ ସ୍ପୋର୍ଟସ ଏକାଡେମୀ ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗସକୁ ଭେଟିବ। ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ଜିତି ନାହିଁ। ଦଳ ଶେଷ ଥର ପାଇଁ ୨୦୧୬ରେ ଫାଇନାଲ୍ ମ୍ୟାଚ୍ ଖେଳିଥିଲା । ଆରସିବି ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରିଯାଇଥିଲା ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp