କ୍ରିକେଟକୁ ଫେରିଲା କଟକଣା : ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟି୨୦ ସିରିଜର ଅବଶିଷ୍ଟ ମ୍ୟାଚ

The Sakala Picture
Published On

ଅହମ୍ମଦାବାଦ : କ୍ରିକେଟ୍ ମୈଦାନ ଉପରେ ପଡିଛି କରୋନାର ପ୍ରଭାବ। ବିନା ଦର୍ଶକରେ ହେବ ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍ । ଆଜି ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍ । ବିନା ଦର୍ଶକରେ ଏହି ମ୍ୟାଚ୍ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ସରକାର । ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୨୪ ଘଣ୍ଚା ମଧ୍ୟରେ ଗୁଜରାଟରେ ୯୦୦ ପଜିଟିଭ୍ […]

ଅହମ୍ମଦାବାଦ : କ୍ରିକେଟ୍ ମୈଦାନ ଉପରେ ପଡିଛି କରୋନାର ପ୍ରଭାବ। ବିନା ଦର୍ଶକରେ ହେବ ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍ । ଆଜି ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍ । ବିନା ଦର୍ଶକରେ ଏହି ମ୍ୟାଚ୍ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ସରକାର । ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୨୪ ଘଣ୍ଚା ମଧ୍ୟରେ ଗୁଜରାଟରେ ୯୦୦ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା କାରଣରୁ ଗୁଜୁରାଟ କ୍ରିକେଟ ଆସୋସିଏସନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜର ଅବିଶିଷ୍ଟ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ନେଇଛି।  ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ମାତ୍ର ଦୁଇଟି ମ୍ୟାଚ ଖେଳାଯାଇଛି । ଅବଶିଷ୍ଟ ୩ଟି ମ୍ୟାଚ ବିନା ଦର୍ଶକରେ ଖେଳାଯିବ ।  ପ୍ରଥମ ଟି୨୦ରେ ମୋଟ ୬୭,୫୩୨ ଜଣ ଦର୍ଶକ ଓ ଦ୍ବିତୀୟ ଟି୨୦ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରାୟ ୬୬,୦୦୦ ଦର୍ଶକ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ସେପଟେ ଆଜିର ମ୍ୟାଚ୍ ଜିତି ସିରିଜରେ ଦବଦବା ଜାହିର କରିବା ପାଇଁ ଚେଷ୍ଟା କରିବେ ଉଭୟ ଦଳ । ପୂର୍ବରୁ ୨ଟି ମ୍ୟାଚରୁ ଭାରତ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜ୍ ବରାବର କରିଛନ୍ତି । ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଛି ଟିମ ଇଣ୍ଡିଆ । ଖାସ କରି କ୍ୟାପଟେନ୍ କୋହଲି ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସଙ୍କେତ ଦେଇଛି । ସେପଟେ ଟେଷ୍ଟ ସିରିଜ୍ ହାରି ବ୍ୟାକଫୁଟରେ ଥିବା ଇଂଲିସ ଟିମ ଟି-୨୦ ସିରିଜ୍ ଉପରେ ନଜର ରଖିଛି ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp