ଆଇପିଏଲ ୨୦୨୨: ଜାଣନ୍ତୁ ବିଭିନ୍ନ ଦଳର ରିଟେନ ଖେଳାଳିଙ୍କ ତାଲିକା….

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ଵର ସବୁଠାରୁ ଧାନାଢ୍ଯ  କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ ୨୦୨୨ ସିଜନ ଲାଗି ସମସ୍ତ ୮ଟି ଫ୍ରାଞ୍ଚାଇଜ ସେମାନଙ୍କ ଖେଳାଳି ରିଟେନ୍‌ ତାଲିକା ପ୍ରକାଶ କରିଛନ୍ତି। ଖେଳାଳି ରିଟେନ ତାଲିକା ପ୍ରକାଶ ଲାଗି ନଭେମ୍ବର ୩୦ ଅନ୍ତିମ ତାରିଖ ଥିଲା । ଆଗାମୀ ଖେଳାଳି ନିଲାମୀ ପୂର୍ବରୁ ପ୍ରତି ଫ୍ରାଞ୍ଚାଇଜକୁ ସର୍ବାଧିକ ୪ଜଣ ଖେଳାଳିଙ୍କୁ ଦଳରେ ରଖିବା ତଥା ରିଟେନ୍ କରିବା ଲାଗି ଅନୁମତି ମିଳିଥିଲା। ଦୁଇ ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ଓ ଅହମ୍ମଦାବାଦ୍ ନିଲାମୀକୁ ଯାଇଥିବା […]

ନୂଆଦିଲ୍ଲୀ: ବିଶ୍ଵର ସବୁଠାରୁ ଧାନାଢ୍ଯ  କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ ୨୦୨୨ ସିଜନ ଲାଗି ସମସ୍ତ ୮ଟି ଫ୍ରାଞ୍ଚାଇଜ ସେମାନଙ୍କ ଖେଳାଳି ରିଟେନ୍‌ ତାଲିକା ପ୍ରକାଶ କରିଛନ୍ତି। ଖେଳାଳି ରିଟେନ ତାଲିକା ପ୍ରକାଶ ଲାଗି ନଭେମ୍ବର ୩୦ ଅନ୍ତିମ ତାରିଖ ଥିଲା । ଆଗାମୀ ଖେଳାଳି ନିଲାମୀ ପୂର୍ବରୁ ପ୍ରତି ଫ୍ରାଞ୍ଚାଇଜକୁ ସର୍ବାଧିକ ୪ଜଣ ଖେଳାଳିଙ୍କୁ ଦଳରେ ରଖିବା ତଥା ରିଟେନ୍ କରିବା ଲାଗି ଅନୁମତି ମିଳିଥିଲା। ଦୁଇ ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ଓ ଅହମ୍ମଦାବାଦ୍ ନିଲାମୀକୁ ଯାଇଥିବା ସମସ୍ତ ଖେଳାଳିଙ୍କ ମଧ୍ୟରୁ ୩ଜଣ ଖେଳାଳିଙ୍କୁ ନେଇପାରିବେ। ଏହାପରେ ମେଗା ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ। ରିଟେନ୍ ରହିଥିବା ଖେଳାଳିଙ୍କ ମଧ୍ୟରେ ରୋହିତ୍ ଶର୍ମା (ମୁମ୍ବଇ ଇଣ୍ଡିଆନ୍ସ), ଋଷଭ ପନ୍ତ (ଦିଲ୍ଲୀ କ୍ୟାପିଟାଲ୍ସ) ଓ ରବୀନ୍ଦ୍ର ଜାଡେଜା (ଚେନ୍ନାଇ ସୁପର୍‌କିଙ୍ଗ୍) ସର୍ବାଧିକ ଦାମୀ ଖେଳାଳି ରହିଛନ୍ତି। ସେମାନଙ୍କ ପ୍ରାଞ୍ଚାଇଜ ଏହି ୩ ଖେଳାଳିଙ୍କୁ ୧୬ କୋଟି ମୂଲ୍ୟରେ ଦଳରେ ରଖିଛି। ସେହିଭଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୫ କୋଟିରେ ବିରାଟ କୋହଲିଙ୍କୁ ରିଟେନ୍ ରଖିଛି।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ବିଭିନ୍ନ ଦଳର ରିଟେନ୍ ଖେଳାଳି ତାଲିକା

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ମୁମ୍ବଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (୧୬ କୋଟି),  ଯଶପ୍ରୀତ୍‌ ବୁମ୍‌ରା (୧୨ କୋଟି), କାଇରନ ପୋଲାର୍ଡ ଓ (୬ କୋଟି) ଓ ସୂର୍ଯ୍ୟକୁମାର ଯାଦବ (୮ କୋଟି)।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଚେନ୍ନାଇ ସୁପର୍ କିଙ୍ଗ୍: ରବୀନ୍ଦ୍ର ଜାଡେଜା (୧୬ କୋଟି), ମହେନ୍ଦ୍ର ସିଂ ଧୋନି (୧୨କୋଟି), ଋତୁରାଜ ଗାଏକାଡ (୬ କୋଟି) ଓ ମୋଇନ୍ ଅଲ୍ଲୀ (୮ କୋଟି) ।

କୋଲକାତା ନାଇଟ୍‌ ରାଇଡର୍ସ: ସୁନିଲ ନାରିନ (୬ କୋଟି), ଆନ୍ଦ୍ରେ ରସେଲ(୧୨ କୋଟି), ବରୁଣ ଚକ୍ରବର୍ତୀ( ୮ କୋଟି) ଓଭେଙ୍କଟେଶଆୟର (୮ କୋଟି) ।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (୧୫ କୋଟି), ଗ୍ଲେନ ମ୍ୟାକ୍ସୱେଲ (୧୧ କୋଟି), ମହମ୍ମଦ ସିରାଜ (୭ କୋଟି) ।

ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ (୧୬ କୋଟି), ପୃଥ୍ବୀ ଶ (୭.୫ କୋଟି), ଅକ୍ଷର ପଟେଲ (୯ କୋଟି) ଓ ଆନରିଚ୍‌ ନୋହେଁ ( ୬. ୫୦ କୋଟି) ।

ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ (୧୪ କୋଟି), ଜୋଶ୍ ବଟଲର (୧୦ କୋଟି) ଓ ଯଶସ୍ବୀ ଜୟୱାଲ (୪ କୋଟି) ।

ସନ୍‌ରାଇଜର୍ସ ହାଇଦରାବାଦ୍: କେନ୍ ୱିଲିୟମସନ୍ (୧୪ କୋଟି), ଅବଦୁଲ ସାମାଦ (୪ କୋଟି), ଉମ୍ରନ ମଲିକ(୪ କୋଟି) ।

ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ (୧୨ କୋଟି), ଅର୍ଶଦୀପ ସିଂ (୪ କୋଟି) ।

01 Dec 2021 By The Sakala

ଆଇପିଏଲ ୨୦୨୨: ଜାଣନ୍ତୁ ବିଭିନ୍ନ ଦଳର ରିଟେନ ଖେଳାଳିଙ୍କ ତାଲିକା….

ନୂଆଦିଲ୍ଲୀ: ବିଶ୍ଵର ସବୁଠାରୁ ଧାନାଢ୍ଯ  କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ ୨୦୨୨ ସିଜନ ଲାଗି ସମସ୍ତ ୮ଟି ଫ୍ରାଞ୍ଚାଇଜ ସେମାନଙ୍କ ଖେଳାଳି ରିଟେନ୍‌ ତାଲିକା ପ୍ରକାଶ କରିଛନ୍ତି। ଖେଳାଳି ରିଟେନ ତାଲିକା ପ୍ରକାଶ ଲାଗି ନଭେମ୍ବର ୩୦ ଅନ୍ତିମ ତାରିଖ ଥିଲା । ଆଗାମୀ ଖେଳାଳି ନିଲାମୀ ପୂର୍ବରୁ ପ୍ରତି ଫ୍ରାଞ୍ଚାଇଜକୁ ସର୍ବାଧିକ ୪ଜଣ ଖେଳାଳିଙ୍କୁ ଦଳରେ ରଖିବା ତଥା ରିଟେନ୍ କରିବା ଲାଗି ଅନୁମତି ମିଳିଥିଲା। ଦୁଇ ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ଓ ଅହମ୍ମଦାବାଦ୍ ନିଲାମୀକୁ ଯାଇଥିବା ସମସ୍ତ ଖେଳାଳିଙ୍କ ମଧ୍ୟରୁ ୩ଜଣ ଖେଳାଳିଙ୍କୁ ନେଇପାରିବେ। ଏହାପରେ ମେଗା ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ। ରିଟେନ୍ ରହିଥିବା ଖେଳାଳିଙ୍କ ମଧ୍ୟରେ ରୋହିତ୍ ଶର୍ମା (ମୁମ୍ବଇ ଇଣ୍ଡିଆନ୍ସ), ଋଷଭ ପନ୍ତ (ଦିଲ୍ଲୀ କ୍ୟାପିଟାଲ୍ସ) ଓ ରବୀନ୍ଦ୍ର ଜାଡେଜା (ଚେନ୍ନାଇ ସୁପର୍‌କିଙ୍ଗ୍) ସର୍ବାଧିକ ଦାମୀ ଖେଳାଳି ରହିଛନ୍ତି। ସେମାନଙ୍କ ପ୍ରାଞ୍ଚାଇଜ ଏହି ୩ ଖେଳାଳିଙ୍କୁ ୧୬ କୋଟି ମୂଲ୍ୟରେ ଦଳରେ ରଖିଛି। ସେହିଭଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୫ କୋଟିରେ ବିରାଟ କୋହଲିଙ୍କୁ ରିଟେନ୍ ରଖିଛି।

ବିଭିନ୍ନ ଦଳର ରିଟେନ୍ ଖେଳାଳି ତାଲିକା

ମୁମ୍ବଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (୧୬ କୋଟି),  ଯଶପ୍ରୀତ୍‌ ବୁମ୍‌ରା (୧୨ କୋଟି), କାଇରନ ପୋଲାର୍ଡ ଓ (୬ କୋଟି) ଓ ସୂର୍ଯ୍ୟକୁମାର ଯାଦବ (୮ କୋଟି)।

ଚେନ୍ନାଇ ସୁପର୍ କିଙ୍ଗ୍: ରବୀନ୍ଦ୍ର ଜାଡେଜା (୧୬ କୋଟି), ମହେନ୍ଦ୍ର ସିଂ ଧୋନି (୧୨କୋଟି), ଋତୁରାଜ ଗାଏକାଡ (୬ କୋଟି) ଓ ମୋଇନ୍ ଅଲ୍ଲୀ (୮ କୋଟି) ।

କୋଲକାତା ନାଇଟ୍‌ ରାଇଡର୍ସ: ସୁନିଲ ନାରିନ (୬ କୋଟି), ଆନ୍ଦ୍ରେ ରସେଲ(୧୨ କୋଟି), ବରୁଣ ଚକ୍ରବର୍ତୀ( ୮ କୋଟି) ଓଭେଙ୍କଟେଶଆୟର (୮ କୋଟି) ।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (୧୫ କୋଟି), ଗ୍ଲେନ ମ୍ୟାକ୍ସୱେଲ (୧୧ କୋଟି), ମହମ୍ମଦ ସିରାଜ (୭ କୋଟି) ।

ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ (୧୬ କୋଟି), ପୃଥ୍ବୀ ଶ (୭.୫ କୋଟି), ଅକ୍ଷର ପଟେଲ (୯ କୋଟି) ଓ ଆନରିଚ୍‌ ନୋହେଁ ( ୬. ୫୦ କୋଟି) ।

ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ (୧୪ କୋଟି), ଜୋଶ୍ ବଟଲର (୧୦ କୋଟି) ଓ ଯଶସ୍ବୀ ଜୟୱାଲ (୪ କୋଟି) ।

ସନ୍‌ରାଇଜର୍ସ ହାଇଦରାବାଦ୍: କେନ୍ ୱିଲିୟମସନ୍ (୧୪ କୋଟି), ଅବଦୁଲ ସାମାଦ (୪ କୋଟି), ଉମ୍ରନ ମଲିକ(୪ କୋଟି) ।

ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ (୧୨ କୋଟି), ଅର୍ଶଦୀପ ସିଂ (୪ କୋଟି) ।

https://www.thesakala.in/sports/ipl-2022-full-list-of-retained-players/article-7281
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp