ଟି-୨୦ ବିଶ୍ୱକପ୍ : ପ୍ରଥମ ଥର ଚାମ୍ପିଅନ ହେବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ

The Sakala Picture
Published On

ଦୁବାଇ : ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨୦୨୧ ଟି-୨୦ ବିଶ୍ଵକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଆଜି ଖେଳାଯିବ। ସୁପର ସଣ୍ଡେରେ ହେବ ସୁପର୍ ଟକ୍କର । ସନ୍ଧ୍ୟା ୭ଟା ୩୦ରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ । ଟ୍ରଫି ହାତେଇବା ପାଇଁ ଉଭୟ ଦଳଙ୍କ ମଧ୍ୟରେ ହେବ  ଜୋରଦାର ଲଢେଇ।  ଏହି ଦୁଇ ଦଳ ମଧ୍ୟରୁ ଯିଏ ବିଜୟୀ ହେବ ସେହି ଦଳ ଏହି ବିଶ୍ବକପ୍‌ରେ ପ୍ରଥମଥର ଚାମ୍ପିଅନ୍ […]

ଦୁବାଇ : ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨୦୨୧ ଟି-୨୦ ବିଶ୍ଵକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଆଜି ଖେଳାଯିବ। ସୁପର ସଣ୍ଡେରେ ହେବ ସୁପର୍ ଟକ୍କର । ସନ୍ଧ୍ୟା ୭ଟା ୩୦ରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ । ଟ୍ରଫି ହାତେଇବା ପାଇଁ ଉଭୟ ଦଳଙ୍କ ମଧ୍ୟରେ ହେବ  ଜୋରଦାର ଲଢେଇ।  ଏହି ଦୁଇ ଦଳ ମଧ୍ୟରୁ ଯିଏ ବିଜୟୀ ହେବ ସେହି ଦଳ ଏହି ବିଶ୍ବକପ୍‌ରେ ପ୍ରଥମଥର ଚାମ୍ପିଅନ୍ ହୋଇ ଇତିହାସ ସୃଷ୍ଟି କରିବ।ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଉଭୟ ଟିମ୍ ଆଜି ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍‌ରେ ଚାମ୍ପିଅନ୍ ହୋଇନାହାନ୍ତି। ଅଷ୍ଟ୍ରେଲିଆ ଟିମ୍ ୨୦୧୦ରେ ଫାଇନାଲକୁ ଯାଇଥିଲେ ମଧ୍ୟ ଇଂଲଣ୍ଡଠୁ ହାରିଥିଲା। ନ୍ୟୁଜିଲାଣ୍ଡ ଚଳିତଥର ପ୍ରଥମ କରି ଫାଇନାଲରେ ପହଞ୍ଚିଛି। ଦୁଇ ଟିମ୍ ଏପର୍ଯ୍ୟନ୍ତ କପ୍ ନେଇନଥିବାରୁ ଆଜି ଏକ ରୋମାଞ୍ଚକର ମ୍ୟାଚ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍‌ ପ୍ରେମୀ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଗ୍ରୁପ ପର୍ଯ୍ୟାୟ (ସୁପର-୧୨)ରେ ଉଭୟ ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ସେମିଫାଇନାଲ୍‌ରେ ଦୁଇ ଶ୍ରେଷ୍ଠ ଦଳ ଯଥାକ୍ରମେ ଇଂଲଣ୍ଡକୁ ହରାଇ ନ୍ୟୁଜିଲାଣ୍ଡ ଓ ଶକ୍ତିଶାଳୀ ପାକିସ୍ତାନକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛନ୍ତି। ଆଇସିସି ନକ୍‌ଆଉଟ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ମଧ୍ୟରେ ୪ଥର ମୁକାବିଲା ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ଆଦୌ ହାରି ନାହିଁ । ଏହି ରେକର୍ଡକୁ ଆଧାର କରି ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ବିଶ୍ୱକପ୍ ଜିତିବ ବୋଲି ଆଶା ରଖୁଛି ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଅନ୍ୟପଟେ ନ୍ୟୁଜିଲାଣ୍ଡ ଏବେ ଟେଷ୍ଟ ଓ ଦିନିକିଆ ରାଙ୍କିଙ୍ଗରେ ନମ୍ବର ୱାନ୍ ପୋଜିସନରେ ରହିଛି। ଆଜି ଟାଇଟଲ୍ ଜିତିଲେ ଟି-୨୦ରେ ବି ନମ୍ବର ୱାନ୍ ସ୍ଥାନକୁ ଆସିଯିବ। ତେବେ କଙ୍ଗାରୁ ଟିମ୍ ସେମି-ଫାଇନାଲରେ ପାକିସ୍ତାନ ବିପକ୍ଷରେ ଦମଦାର ଖେଳ ପ୍ରଦର୍ଶନ ପରେ ଦୃଢ଼ ମନୋବଳ ସହ ପଡିଆକୁ ଓହ୍ଲାଇବ। ତେଣୁ ଉଭୟ ଟିମ୍ ପାଇଁ ଆଜିର ଫାଇନାଲ ମ୍ୟାଚ୍ ଏତେଟା ସହଜ ହେବନି। ଦୁଇଟି ଯାକ ଦଳ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଟଫ୍ରି ହାତେଇବାକୁ ଆପ୍ରାଣ ଉଦ୍ୟମ କରିବେ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡର ବୋଲିଂ ଆକ୍ରମଣ ଅନ୍ୟ ଦଳମାନଙ୍କ ଅପେକ୍ଷା ଚମତ୍କାର ପ୍ରଦର୍ଶନ କରିଛି । ଏହାଛଡ଼ା ଶକ୍ତିଶାଳୀ ଇଂଲଣ୍ଡ ବିପକ୍ଷ ସେମିରେ ନ୍ୟୁଜିଲାଣ୍ଡ ନିଜ ବ୍ୟାଟିଂ ଦକ୍ଷତାର ମଧ୍ୟ ପ୍ରମାଣ ଦେଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଓପନର ମାର୍ଟିନ ଗପ୍ଟିଲଙ୍କ ଭଲ ରେକର୍ଡ ଅଛି । ତାଙ୍କ ଓପନିଂ ପାର୍ଟନର ଡାରିଲ ମିଚେଲ ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷ ସେମିରେ ମିଚେଲ ତାଙ୍କ ଜୀବନର ଶ୍ରେଷ୍ଠ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ଯଦିଓ ଅଧିନାୟକ କେନ୍ ୱିଲିୟମସନ୍ ଏଯାବତ ୍ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି, ଫାଇନାଲରେ ତାଙ୍କ ବ୍ୟାଟରୁ ରନ୍ ବର୍ଷା ନେଇ ଦଳ ଆଶାବାଦୀ ଅଛି ।

ଇଂଲଣ୍ଡ ବିପକ୍ଷ ସେମିରେ ଅଲରାଉଣ୍ଡର ଜିମ୍ମି ନିଶମ୍ ତାଙ୍କ ଦକ୍ଷତା ପ୍ରତିପାଦିତ କରିଥିଲେ । ଗୋଟିଏ ଓଭରରେ ୨୩ ରନ୍ ସଂଗ୍ରହ କରି ଇଂଲଣ୍ଡ ହାତରୁ ମ୍ୟାଚ୍ ଛଡାଇ ଆଣିଥିଲେ ନିଶମ୍ । ହେଲେ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଏକ ଶକ୍ତ ଧକ୍କା ଲାଗିଛି । ଦଳର ଅନ୍ୟତମ ଷ୍ଟାର ବ୍ୟାଟର ଡେଭନ କନୱେ ଆଘାତ କାରଣରୁ ଫାଇନାଲରୁ ବଞ୍ଚିତ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ସେମିରେ ଆଉଟ୍ ହେବା ପରେ ପ୍ରତିକ୍ରିୟାଶୀଳ ହେବା ବେଳେ କନୱେ ନିଜ ହାତକୁ ହିଁ ବ୍ୟାଟର ବାଡେଇ ଦେଇଥିଲେ । ଫଳରେ ତାଙ୍କ ହାତ ଭାଙ୍ଗି ଯାଇଥିଲା । କନୱେଙ୍କ ସ୍ଥାନରେ ଟିମ୍ ସାଇଫର୍ଟ ଖେଳିବା ସମ୍ଭାବନା ରହିଛି ।

ନ୍ୟୁଜିଲାଣ୍ଡର ଅଭିଜ୍ଞ ପେସ୍ ଯୋଡ଼ି ଟିମ୍ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ଅଷ୍ଟ୍ରେଲିଆ ଟପ୍ ଅର୍ଡର ପାଇଁ ବିପଦ ସାଜିପାରନ୍ତି । ବିଶେଷକରି ପାୱାରପ୍ଲେ’ରେ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କୁ ସାଉଦି-ବୋଲ୍ଟ ଯାଡି ରୋକିବା ଲକ୍ଷ୍ୟରେ ରହିବେ । ଅନ୍ୟପକ୍ଷେ ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ଖାତା ଖୋଲିନପାରି ଆଉଟ୍ ହୋଇଥିବା ଫିଞ୍ଚ୍ ଫାଇନାଲରେ ଏକ ବଡ଼ ଇନିଂସ୍ ଖେଳିବାକୁ ବ୍ୟଗ୍ର । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଫିଞ୍ଚଙ୍କ ରେକର୍ଡ ଭଲ ଅଛି । ତା’ଛଡ଼ା ଫର୍ମକୁ ଫେରି ବିପଜ୍ଜନକ ମନେ ହେଉଥିବା ୱାର୍ଣ୍ଣର ଆଉ ଏକ ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିବାକୁ ଚାହିଁବେ । ସେମିଫାଇନାଲରେ ଦଳର ବିଜୟରେ ନାୟକ ସାଜିଥିବା ମାର୍କସ୍ ଷ୍ଟୋଇନିସ୍ ଓ ମାଥ୍ୟୁ ୱେଡଙ୍କ ମନୋବଳ ଉଚ୍ଚ ରହିଛି । ଦୁହେଁ ଉକ୍ତ ପ୍ରଦର୍ଶନକୁ ଫାଇନାଲରେ ମଧ୍ୟ ଦୋହରାଇବେ ବୋଲି ଦଳ ଆଶା ରଖିଛି । ସେମିରେ ଫେଲ୍ ମାରିବା ପରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଠାରୁ ମଧ୍ୟ ରନ୍ ବର୍ଷା ଦେଖିବାକୁ ଅଷ୍ଟ୍ରେଲୀୟ ଟିମ୍ ମ୍ୟାନେଜମେଣ୍ଟ ଚାହିଁବ । ଅଷ୍ଟ୍ରେଲିଆର ପେସ୍ ବୋଲିଂ ବିଭାଗ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋସ ହାଜଲଉଡଙ୍କୁ ନେଇ ବେଶ୍ ଶାଣିତ । ପାକିସ୍ତାନ ବିପକ୍ଷ ସେମିରେ କିନ୍ତୁ ଅଷ୍ଟ୍ରେଲିଆର ଏହି ପେସ୍ ଆକ୍ରମଣ ସେଭଳି ସଫଳତା ହାସଲ କରିପାରିନଥିଲେ । ହେଲେ ନ୍ୟୁଜିଲାଣ୍ଡର ଇନଫର୍ମ ବ୍ୟାଟିଂ ଲାଇନ୍ ଅପ୍ ଉପରେ ଅଙ୍କୁଶ ଲଗାଇବା ପାଇଁ ସେମାନେ ଉଦ୍ୟମ କରିବେ । ସ୍ପିନ୍ ବିଭାଗ ଦାୟିତ୍ୱ ଆଡାମ୍ ଜାମ୍ପା ଓ ମ୍ୟାକ୍ସୱେଲଙ୍କ ଉପରେ ରହିବ ।

14 Nov 2021 By The Sakala

https://www.thesakala.in/sports/t20-world-cup-final-australia-vs-new-zealand/article-6846
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର