ଖେଳରେ ବାଧକ ସାଜିଲା ଘନ କୁହୁଡି: ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦

Madhusudan Das Picture
Published On

ଲକ୍ଷ୍ନୌ: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତ ବୁଧବାର ସ୍ଥାନୀୟ ଏକନ୍ନା କ୍ରିକେଟ୍‌ ଷ୍ଟାଡିୟମରେ ଚଳିତ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ ଘନ କୁହୁଡ଼ି ଯୋଗୁଁ ବାତିଲ କରିଦିଆଯାଇଛି। ସିରିଜର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ରାତି ୭ଟାରେ ଆରମ୍ଭ ହେବାର ଥିଲା। କିନ୍ତୁ ସନ୍ଧ୍ୟା ସମୟରୁ ଷ୍ଟାଡିୟମରେ କୁହୁଡ଼ିର ରାଜୁତି ଦେଖିବାକୁ ମିଳିଥିଲା। ରାତି ବଢ଼ି ବଢ଼ି ଯିବା ସହ କୁହୁଡ଼ିର ପ୍ରଭାବ ମଧ୍ୟ ଆହୁରି ବଢ଼ିଥିଲା। ଏପରିକି ଷ୍ଟାଡିୟମରେ ଦୃଶ୍ୟମାନସ୍ତର ମଧ୍ୟ ହ୍ରାସ ପାଇଥିଲା। ଅମ୍ପାୟର ୩ ଘଣ୍ଟା ଧରି ଅପେକ୍ଷା କରିଥିଲେ ଏବଂ ସାତ ୭ଥର ପଡ଼ିଆ ଅନୁଧ୍ୟାନ କରିଥିଲେ ମଧ୍ୟ ମ୍ୟାଚ୍‌ ଆରମ୍ଭ କରିବା ଲାଗି ପରିବେଶ ଅନୁକୂଳ ହୋଇ ନ ଥିଲା। ଫଳରେ ରାତି ୯ଟା ୩୦ରେ ଶେଷରେ ଦୁଇ ଫିଲ୍ଡ ଅମ୍ପାୟର ମ୍ୟାଚକୁ ବାତିଲ କରିବା ଲାଗି ନିଷ୍ପତ୍ତି ନେଇଥିଲେ। 

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଚତୁର୍ଥ ଟି-୨୦ ବାତିଲ ହେବା ଫଳରେ ଭାରତ ପୂର୍ବଭଳି ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ରହିଛି। ଫଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଡିସେମ୍ବର ୧୯ରେ ଖେଳାଯିବାକୁ ଥିବା ୫ମ ଟି-୨୦ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ପୂର୍ବରୁ କଟକରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚକୁ ଭାରତ ୧୦୧ ରନରେ ବିଜୟୀ ହୋଇଥିଲା। ଏହାପରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ୨ୟ ମ୍ୟାଚକୁ ୫୧ ରନରେ ଜିତି ଦକ୍ଷିଣ ଆଫ୍ରିକା ସିରିଜକୁ ୧-୧ ବରାବରସ୍ଥିତିକୁ ଆଣିଥିଲା। ତେବେ ଘରୋଇ ଦଳ ୩ୟ ଟି-୨୦କୁ ୭ ୱିକେଟରେ ବାଜିମାତ କରି ୨-୧ରେ ଅଗ୍ରଣୀ ରହିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଭେନ୍ୟୁ ଚୟନକୁ ନେଇ ଉଠିଲା ପ୍ରଶ୍ନ
ଅତ୍ୟଧିକ କୁହୁଡ଼ି ଯୋଗୁ ଦୃଶ୍ୟମାନସ୍ତର ହ୍ରାସ ପାଇଥିଲା। ଯାହାକି ଏଠାରେ ମ୍ୟାଚ ବାତିଲର ପ୍ରମୁଖ କାରଣ ରହିଥିଲା। ଫଳରେ ଶୀତ ଋତୁର ପିକ୍‌ ସମୟରେ ବିଶେଷ କରି ଉତ୍ତରଭାରତ ଓ ପୂର୍ବ ଭାରତରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରିବାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଛି। ବର୍ଷର ଏହି ସମୟରେ ଉତ୍ତରପ୍ରଦେଶ ଭଳି କୁହୁଡ଼ି ପ୍ରବଣ ଅଞ୍ଚଳରେ ବିସିସିଆଇର ଟୁର୍‌ ଆଣ୍ଡ୍‌ ଫିକ୍ଟର୍ସ କମିଟି କିଭଳି ରାତ୍ରିକାଳୀନ ମ୍ୟାଚ୍‌ ଏହି ଭେନ୍ୟୁରେ ଆୟୋଜନ କରିବାର ନିଷ୍ପତ୍ତି ନେଲା ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ୍‌ ସମାଲୋଚନା କରାଯାଇଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp