ଇତିହାସ ରଚିଲା ମହିଳା କ୍ରିକେଟ ଟିମ୍: ୫୨ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତର ପ୍ରଥମ ଦିନିକିଆ ବିଶ୍ବକପ୍‌ ଟାଇଟଲ୍‌ ହାସଲ

Madhusudan Das Picture
Published On

ନଭି ମୁମ୍ବଇ: ଦୀର୍ଘ ୫୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ନଭି ମୁମ୍ବଇର ଡିୱାଇ ପାଟିଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ତ୍ରୟୋଦଶ ସଂସ୍କରଣର ଗ୍ରାଣ୍ଡ୍‌ ଫାଇନାଲରେ ଭାରତୀୟ ଦଳ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ବବିଜୟିନୀ ହୋଇଛି। 

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୭ ୱିକେଟ୍‌ ବିନିମୟରେ ୨୯୮ ରନର ବିଶାଳ ସ୍କୋର୍‌ ଛିଡ଼ା କରାଇଥିଲା। ଟାର୍ଗେଟ୍‌କୁ ପିଛା କରି ଦକ୍ଷିଣ ଆଫ୍ରିକା ୨୪୬ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅଧିନାୟିକା ଲୌରା ଓଲ୍‌ଭର୍ଟ ଦମ୍‌ଦାର୍‌ ଶତକୀୟ (୧୦୧) ଇନିଂସ ଦକ୍ଷିଣ ଆଫ୍ରିକା ଶିବିରରେ ବିଜୟର ଆଶା ସଞ୍ଚାର କରିଥିଲା। ହେଲେ ୪୨ ତମ ଓଭର୍‌ରେ ଓଲଭର୍ଟଙ୍କୁ ଆଉଟ୍‌ କରି ଦୀପ୍ତି ଶର୍ମା ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ପରବର୍ତ୍ତୀ ୪ ଓଭର୍‌ରେ କ୍ରମାଗତ ଭାବେ ୱିକେଟ୍‌ ହରାଇଥିବା ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନ୍‌ ସୀମିତ ରହିଯାଇଥିଲା। ଦୀପ୍ତି ଶର୍ମାଙ୍କ ୧୦ମ ଓଭର୍‌ର ୩ୟ ବଲ୍‌କୁ ବଡ଼ ସଟ୍‌ ଖେଳିବାକୁ ଯାଇ ଶେଷ ବ୍ୟାଟର୍‌ ନାଦିନେ ଡି କ୍ଲେର୍କ କଭର୍‌ ଅଞ୍ଚଳରେ ଅଧିନାୟିକା ହର୍‌ମନପ୍ରୀତ୍‌ କୌରଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

୧୯୭୩ରୁ ମହିଳା ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହୋଇଥିବାବେଳେ ଭାରତ ପ୍ରଥମଥର ଚାମ୍ପିଅନ ହେବାର ସ୍ୱାଦ ଚାଖିଛି। ଅଷ୍ଟ୍ରେଲିଆ ରେକର୍ଡ ୭ଥର ଓ ଇଂଲଣ୍ଡ ୪ଥର ଓ ନ୍ୟୁଜିଲାଣ୍ଡ ଥରେ ଚାମ୍ପିଅନ ହୋଇଛନ୍ତି। ଭାରତ ଏଥର ଟାଇଟଲ୍‌ ଜିତିବା ସହ ନୂଆ ବିଶ୍ୱବିଜେତା ହୋଇଛି। ସାରା ବିଶ୍ବକପ୍‌ରେ ୨୧୫ ରନ୍‌ ସହ ମୋଟ୍‌ ୨୨ଟି ୱିକେଟ୍‌ ନେଇଥିବା  ଦୀପ୍ତି ଶର୍ମା ପ୍ଲେୟାର୍‌ ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ଏବଂ ଫାଇନାଲ୍‌ରେ ୮୭ ରନ୍‌ ସହ ୨ଟି ୱିକେଟ୍‌ ହାସଲ କରିଥିବା ଶେଫାଳି ବର୍ମା ପ୍ଲେୟାର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

03 Nov 2025 By Madhusudan Das

ଇତିହାସ ରଚିଲା ମହିଳା କ୍ରିକେଟ ଟିମ୍: ୫୨ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତର ପ୍ରଥମ ଦିନିକିଆ ବିଶ୍ବକପ୍‌ ଟାଇଟଲ୍‌ ହାସଲ

ନଭି ମୁମ୍ବଇ: ଦୀର୍ଘ ୫୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ନଭି ମୁମ୍ବଇର ଡିୱାଇ ପାଟିଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ତ୍ରୟୋଦଶ ସଂସ୍କରଣର ଗ୍ରାଣ୍ଡ୍‌ ଫାଇନାଲରେ ଭାରତୀୟ ଦଳ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ବବିଜୟିନୀ ହୋଇଛି। 

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୭ ୱିକେଟ୍‌ ବିନିମୟରେ ୨୯୮ ରନର ବିଶାଳ ସ୍କୋର୍‌ ଛିଡ଼ା କରାଇଥିଲା। ଟାର୍ଗେଟ୍‌କୁ ପିଛା କରି ଦକ୍ଷିଣ ଆଫ୍ରିକା ୨୪୬ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅଧିନାୟିକା ଲୌରା ଓଲ୍‌ଭର୍ଟ ଦମ୍‌ଦାର୍‌ ଶତକୀୟ (୧୦୧) ଇନିଂସ ଦକ୍ଷିଣ ଆଫ୍ରିକା ଶିବିରରେ ବିଜୟର ଆଶା ସଞ୍ଚାର କରିଥିଲା। ହେଲେ ୪୨ ତମ ଓଭର୍‌ରେ ଓଲଭର୍ଟଙ୍କୁ ଆଉଟ୍‌ କରି ଦୀପ୍ତି ଶର୍ମା ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ପରବର୍ତ୍ତୀ ୪ ଓଭର୍‌ରେ କ୍ରମାଗତ ଭାବେ ୱିକେଟ୍‌ ହରାଇଥିବା ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନ୍‌ ସୀମିତ ରହିଯାଇଥିଲା। ଦୀପ୍ତି ଶର୍ମାଙ୍କ ୧୦ମ ଓଭର୍‌ର ୩ୟ ବଲ୍‌କୁ ବଡ଼ ସଟ୍‌ ଖେଳିବାକୁ ଯାଇ ଶେଷ ବ୍ୟାଟର୍‌ ନାଦିନେ ଡି କ୍ଲେର୍କ କଭର୍‌ ଅଞ୍ଚଳରେ ଅଧିନାୟିକା ହର୍‌ମନପ୍ରୀତ୍‌ କୌରଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଯାଇଥିଲେ।

୧୯୭୩ରୁ ମହିଳା ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହୋଇଥିବାବେଳେ ଭାରତ ପ୍ରଥମଥର ଚାମ୍ପିଅନ ହେବାର ସ୍ୱାଦ ଚାଖିଛି। ଅଷ୍ଟ୍ରେଲିଆ ରେକର୍ଡ ୭ଥର ଓ ଇଂଲଣ୍ଡ ୪ଥର ଓ ନ୍ୟୁଜିଲାଣ୍ଡ ଥରେ ଚାମ୍ପିଅନ ହୋଇଛନ୍ତି। ଭାରତ ଏଥର ଟାଇଟଲ୍‌ ଜିତିବା ସହ ନୂଆ ବିଶ୍ୱବିଜେତା ହୋଇଛି। ସାରା ବିଶ୍ବକପ୍‌ରେ ୨୧୫ ରନ୍‌ ସହ ମୋଟ୍‌ ୨୨ଟି ୱିକେଟ୍‌ ନେଇଥିବା  ଦୀପ୍ତି ଶର୍ମା ପ୍ଲେୟାର୍‌ ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ଏବଂ ଫାଇନାଲ୍‌ରେ ୮୭ ରନ୍‌ ସହ ୨ଟି ୱିକେଟ୍‌ ହାସଲ କରିଥିବା ଶେଫାଳି ବର୍ମା ପ୍ଲେୟାର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର