ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌: ଫାଇନାଲ ଲାଗି ଭାରତକୁ ଆବଶ୍ୟକ ୭ ବିଜୟ

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଳ୍ୟୁଟିସି)ରେ ଭାରତ କ୍ରମାଗତ ଦୁଇଥର ଫାଇନାଲରେ ପ୍ରବେଶ କରିଛି। ଡବ୍ଳ୍ୟୁଟିସର ପ୍ରଥମ ଓ ଦ୍ୱିତୀୟ ସଂସ୍କରଣରେ ଭାରତ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ୍‌ ହୋଇଥିଲା। ଏଥର ମଧ୍ୟ ଭାରତ ତୃତୀୟଥର ପାଇଁ ଫାଇନାଲକୁ ଉଠିବାର ସମ୍ଭାବନା ରହିଛି। କିନ୍ତୁ ଏଥିପାଇଁ ଭାରତ ଆଗରେ କଡ଼ା ଚ୍ୟାଲେଞ୍ଜ ରହିଛି। ଡବ୍ଳ୍ୟୁଟିସ ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତ ଅଗାମୀ ୧୦ଟି ଟେଷ୍ଟରୁ ୭ଟି ଟେଷ୍ଟରେ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଅଷ୍ଟ୍ରେଲିଆ ଓ […]

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଳ୍ୟୁଟିସି)ରେ ଭାରତ କ୍ରମାଗତ ଦୁଇଥର ଫାଇନାଲରେ ପ୍ରବେଶ କରିଛି। ଡବ୍ଳ୍ୟୁଟିସର ପ୍ରଥମ ଓ ଦ୍ୱିତୀୟ ସଂସ୍କରଣରେ ଭାରତ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ୍‌ ହୋଇଥିଲା। ଏଥର ମଧ୍ୟ ଭାରତ ତୃତୀୟଥର ପାଇଁ ଫାଇନାଲକୁ ଉଠିବାର ସମ୍ଭାବନା ରହିଛି। କିନ୍ତୁ ଏଥିପାଇଁ ଭାରତ ଆଗରେ କଡ଼ା ଚ୍ୟାଲେଞ୍ଜ ରହିଛି। ଡବ୍ଳ୍ୟୁଟିସ ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତ ଅଗାମୀ ୧୦ଟି ଟେଷ୍ଟରୁ ୭ଟି ଟେଷ୍ଟରେ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଶ୍ରେଷ୍ଠ ଦଳ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବେ। ଏହି ଦୁଇଟି ଦଳଠାରୁ ଭାରତ ଡବ୍ଳ୍ୟୁଟିସି ଫାଇନାଲରେ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଅଙ୍କ ତାଲିକା ଶୀର୍ଷରେ ରହିଛି ଭାରତ

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଡବ୍ଳ୍ୟୁଟିସି ଅଙ୍କ ତାଲିକାରେ ଭାରତ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ, ନ୍ୟୁଜିଲାଣ୍ଡ ତୃତୀୟ, ଶ୍ରୀଲଙ୍କା ଚତୁର୍ଥ, ପାକିସ୍ତାନ ୫ମ, ଇଂଲଣ୍ଡ ୬ଷ୍ଠ, ଦକ୍ଷିଣ ଆଫ୍ରିକା ସପ୍ତମ, ବାଂଲାଦେଶ ଅଷ୍ଟମ ଓ ୱେଷ୍ଟଇଣ୍ଡିଜ ୯ମ ସ୍ଥାନରେ ରହିଛି। ଭାରତ ୯ ମ୍ୟାଚ୍‌ ଖେଳି ୬ ବିଜୟ, ୨ ପରାଜୟ, ୧ ଡ୍ର ସହ ୭୪ ପଏଣ୍ଟ ଓ ୬୮. ୫୧ ପରସେଣ୍ଟେଜ ପଏଣ୍ଟ ସହ ଶୀର୍ଷରେ ରହିଛି। ସେହିପରି ଅଷ୍ଟ୍ରେଲିଆ ୧୨ ମ୍ୟାଚ୍‌ ଖେଳି ୮ ବିଜୟ, ୩ ପରାଜୟ, ୧ ଡ୍ର ସହ ୯୦ ପଏଣ୍ଟ ଓ ୬୨ .୫୦ ପର୍ସେଣ୍ଟେଜ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ନ୍ୟୁଜିଲାଣ୍ଡ ୬ ମ୍ୟାଚ୍‌ ଖେଳି ୩ଟି ଲେଖାଏ ବିଜୟ ଓ ପରାଜୟ ସହ ୩୬ ପଏଣ୍ଟ ଓ ୫୦.୦୦ ପର୍ସେଣ୍ଟେସ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଜିତିଛି
ଡବ୍ଳ୍ୟୁଟିସ ୨୦୨୩-୨୫ ଚକ୍ରରେ ଭାରତ ଏପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ଭାରତ ଏପର୍ଯ୍ୟନ୍ତ ୩ଟି ସିରିଜ ଖେଳିଛି। ଦୁଇଟିରେ ଭାରତ ବିଜୟୀ ହୋଇଥିବା ବେଳେ ଗୋଟିଏ ଅମୀମାଂସିତ ରଖିଛି। ଭାରତ ୱେଷ୍ଟଇଣ୍ଡିଜକୁ ଏକମାତ୍ର ଟେଷ୍ଟରେ ପରାସ୍ତ କରି ୧-୦ରେ ସିରିଜ ଜିତିଥିଲା। ଏହାପରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଟେଷ୍ଟ ସିରିଜକୁ ୧-୧ରେ ଅମୀମାଂସିତ ରଖିଥିଲା। ଶେଷରେ ଭାରତ ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷ ସିରିଜକୁ ୪-୧ରେ ହାତେଇଥିଲା। ଭାରତ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଟେଷ୍ଟ ବିଜୟ ହାତଛଡ଼ା କରିଥିଲା। ଫଳରେ ଭାରତ ଏବେ କଷ୍ଟକର ସ୍ଥିତିର ସମ୍ମୁଖୀନ ହୋଇଛି।

ଆଉ ୩ଟି ସିରିଜ ବାକି ରହିଛି
ଭାରତ ଏବେ ଆଉ ୩ଟି ଟେଷ୍ଟ ସିରଜ ଖେଳିବ। ଆସନ୍ତା ମାସରେ ଭାରତ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପରେ ଅକ୍ଟୋବରରେ ନୁଜିଲାଣ୍ଡ ବିପକ୍ଷରେ ୩ଟି ଓ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଭାରତ ଘରୋଇ ପରିବେଶରେ ଖେଳିବ। କିନ୍ତୁ ଭାରତ ଏହି ଦୁଇଟି ସିରିଜ ଖେଳିବା ପରେ ଡିସେମ୍ବରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୫ଟି ଟେଷ୍ଟ ଖେଳିବ। ଅଷ୍ଟ୍ରେଲିଆ ମାଟିରେ ଭାରତ ଗତ ଦୁଇଟି ସିରିଜରେ ବିଜୟୀ ହୋଇଥିଲା। ଯଦି ଭାରତ ଘରୋଇ ପରିବେଶରେ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସବୁ ୫ଟି ଟେଷ୍ଟ ଜିତେ ତେବେ ଭାରତ ପାଇଁ ସ୍ଥିତି ସୁବିଧାଜନକ ହେବ। ଫଳରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ମାତ୍ର ୨ଟି ଟେଷ୍ଟରେ ପରାସ୍ତ କରିବାକୁ ହେବ। ଅର୍ଥାତ ଭାରତକୁ ଆଗକୁ ୭ଟି ଟେଷ୍ଟରେ ବିଜୟୀ ହେବାକୁ ପଡିବ। ଏହା ହେଲେ ଭାରତ ଫାଇନାଲକୁ ଉଠିବ। ଯଦି ଭାରତ ଏହି ସିରିଜଗୁଡିକରେ ବିଜୟୀ ନ ହୁଏ ତେବେ ବାକି ଦଳଗୁଡିକ ସିରିଜର ଫଳାଫଳ ଉପରେ ନିର୍ଭର କରିବ। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ମଧ୍ୟ ଭଲ ପ୍ରଦର୍ଶନ କରି ଡବ୍ଳ୍ୟୁଟିସି ଫାଇନାଲକୁ ଉଠିବା ଲକ୍ଷ୍ୟରେ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର