ବିସିସିଆଇକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ, ଷ୍ଟାଡିୟମରେ ତମାଖୁ ବିଜ୍ଞାପନକୁ ନା

The Sakala Picture
Published On

ନୂଆଦିଲ୍ଲୀ: କ୍ରିକେଟ ଷ୍ଟାଡିୟମରେ ଆଉ ତମାଖୁ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି। କେତେଜଣ ପୂର୍ବତନ କ୍ରିକେଟର ଓ ବଲିଉଡ ଅଭିନେତା ତମାଖୁର ବିଭିନ୍ନ କମ୍ପାନୀ ପାଇଁ ବିଜ୍ଞାପନ କରୁଛନ୍ତି ଓ ଷ୍ଟାଡିୟମରେ ଏମାନଙ୍କର ହୋର୍ଡିଂ ବହୁଳ ଭାବେ ଦେଖାଯାଉଛି। ଭାରତରେ କ୍ରିକେଟ ଓ ବଲିଉଡ୍‌ ଯଥେଷ୍ଟ ପ୍ରଭାବ ରହିଛି। ତେଣୁ ଯୁବ ସମାଜ ଏହା ଦ୍ୱାରା ପ୍ରଭାବିତ […]

ନୂଆଦିଲ୍ଲୀ: କ୍ରିକେଟ ଷ୍ଟାଡିୟମରେ ଆଉ ତମାଖୁ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି। କେତେଜଣ ପୂର୍ବତନ କ୍ରିକେଟର ଓ ବଲିଉଡ ଅଭିନେତା ତମାଖୁର ବିଭିନ୍ନ କମ୍ପାନୀ ପାଇଁ ବିଜ୍ଞାପନ କରୁଛନ୍ତି ଓ ଷ୍ଟାଡିୟମରେ ଏମାନଙ୍କର ହୋର୍ଡିଂ ବହୁଳ ଭାବେ ଦେଖାଯାଉଛି। ଭାରତରେ କ୍ରିକେଟ ଓ ବଲିଉଡ୍‌ ଯଥେଷ୍ଟ ପ୍ରଭାବ ରହିଛି। ତେଣୁ ଯୁବ ସମାଜ ଏହା ଦ୍ୱାରା ପ୍ରଭାବିତ ହୋଇ ତମାଖୁ ସେବନ କରୁଛନ୍ତି। ଏବେ ତମାଖୁ ସେବନ ବିରୋଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଭାରତର ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍‌ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅବସରରେ ଏହି ହୋର୍ଡିଂଗୁଡିକ ବହୁତ ଦେଖିବାକୁ ମିଳିଥାଏ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏବେ ବିସିସିଆଇ ବହୁଳ ଭାବେ କ୍ଷତି ସହିବ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

16 Jul 2024 By The Sakala

ବିସିସିଆଇକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ, ଷ୍ଟାଡିୟମରେ ତମାଖୁ ବିଜ୍ଞାପନକୁ ନା

ନୂଆଦିଲ୍ଲୀ: କ୍ରିକେଟ ଷ୍ଟାଡିୟମରେ ଆଉ ତମାଖୁ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛି। କେତେଜଣ ପୂର୍ବତନ କ୍ରିକେଟର ଓ ବଲିଉଡ ଅଭିନେତା ତମାଖୁର ବିଭିନ୍ନ କମ୍ପାନୀ ପାଇଁ ବିଜ୍ଞାପନ କରୁଛନ୍ତି ଓ ଷ୍ଟାଡିୟମରେ ଏମାନଙ୍କର ହୋର୍ଡିଂ ବହୁଳ ଭାବେ ଦେଖାଯାଉଛି। ଭାରତରେ କ୍ରିକେଟ ଓ ବଲିଉଡ୍‌ ଯଥେଷ୍ଟ ପ୍ରଭାବ ରହିଛି। ତେଣୁ ଯୁବ ସମାଜ ଏହା ଦ୍ୱାରା ପ୍ରଭାବିତ ହୋଇ ତମାଖୁ ସେବନ କରୁଛନ୍ତି। ଏବେ ତମାଖୁ ସେବନ ବିରୋଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଭାରତର ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍‌ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅବସରରେ ଏହି ହୋର୍ଡିଂଗୁଡିକ ବହୁତ ଦେଖିବାକୁ ମିଳିଥାଏ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏବେ ବିସିସିଆଇ ବହୁଳ ଭାବେ କ୍ଷତି ସହିବ ବୋଲି ଚର୍ଚ୍ଚା ହେଉଛି।

https://www.thesakala.in/sports/health-ministry-to-ask-bcci-to-stop-showing-tobacco-ads-during-cricket-match/article-33676
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp