ଟିମ୍ ଇଣ୍ଡିଆର ବିଶ୍ୱକପ ବିଜୟ ପରେ ଟି-୨୦ ଫର୍ମାଟରୁ ଅବସର ନେଲେ ବିରାଟ କୋହଲି ଓ ରୋହିତ ଶର୍ମା

The Sakala Picture
Published On

ବାର୍ବାଡୋସ: ଟିମ୍ ଇଣ୍ଡିଆ ବିଶ୍ୱକପ୍‌ ଜିତିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ବ୍ୟାଟିଂ ଗ୍ଲୋବାଲ ସୁପରଷ୍ଟାର ବିରାଟ କୋହଲିଙ୍କୁ ଆଉ ଅନ୍ତର୍ଜାତୀୟ ଟି-୨୦ ଖେଳିବାର ଦେଖାଯିବେ ନାହିଁ। ଐତିହାସିକ ଟି-୨୦ ବିଶ୍ୱକପ୍‌ ବିଜୟର ମାତ୍ର କେତୋଟି ମୁହୂର୍ତ୍ତ ପରେ ସେ ଟି-୨୦ […]

ବାର୍ବାଡୋସ: ଟିମ୍ ଇଣ୍ଡିଆ ବିଶ୍ୱକପ୍‌ ଜିତିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ବ୍ୟାଟିଂ ଗ୍ଲୋବାଲ ସୁପରଷ୍ଟାର ବିରାଟ କୋହଲିଙ୍କୁ ଆଉ ଅନ୍ତର୍ଜାତୀୟ ଟି-୨୦ ଖେଳିବାର ଦେଖାଯିବେ ନାହିଁ। ଐତିହାସିକ ଟି-୨୦ ବିଶ୍ୱକପ୍‌ ବିଜୟର ମାତ୍ର କେତୋଟି ମୁହୂର୍ତ୍ତ ପରେ ସେ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଅବଶ୍ୟ ପୂର୍ବରୁ ଏହା ତାଙ୍କ କ୍ୟାରିୟରର ଅନ୍ତିମ ଟି-୨୦ ବିଶ୍ୱକପ୍‌ ବୋଲି କୁହାଯାଉଥିଲା। ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ ବିବେଚିତ ହେଉଥିବା କୋହଲି ବିଶ୍ୱକପ୍‌ରେ ପ୍ରଥମ ୭ଟି ମ୍ୟାଚ୍‌ରେ ସାଂଘାତିକ ଭାବେ ବିଫଳ ହୋଇଥିଲେ। ତେବେ ଫାଇନାଲ ମୁକାବିଲାରେ ନିର୍ଣ୍ଣାୟକ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତକୁ ବିପଦ ମୁକ୍ତ କରିଥିଲୋ। ଫାଇନାଲ ପୂର୍ବରୁ ପ୍ରଥମ ୭ଟି ପାଳିରେ ୩୫ ବର୍ଷୀୟ କୋହଲି ମୋଟ୍‌ ଉପରେ ୭୫ ରନ କରି ବେଶ୍‌ ସମାଲୋଚିତ ହୋଇଥିଲେ। ତେବେ ଫାଇନାଲ ମ୍ୟାଚ୍‌ରେ ୭୬ ରନ (୫୯ ବଲ, ୬ ଚୌକା, ୨ ଛକା)ର ଅର୍ଦ୍ଧଶତକୀୟ ପାଳି ଖେଳି ସମାଲୋଚକଙ୍କୁ ଚୁପ୍‌ କରିଛନ୍ତି। କୋହଲିଙ୍କୁ ମଧ୍ୟ ଫାଇନାଲ ମୁକାବିଲାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଏବେ ପରବର୍ତ୍ତୀ ପିଢିକୁ ସୁଯୋଗ ଦେବାର ସମୟ ଉପନୀତ ହୋଇଛି ବୋଲି ବିଜୟ ପରେ ସେ କହିଛନ୍ତି। ଏହି ଅବସରରେ ସେ ବେଶ୍‌ ଭାବପ୍ରବଣ ହୋଇ ପଡିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଜୁନ୍‌ରେ ଆରମ୍ଭ ଜୁନ୍‌ରେ ଶେଷ
ଦିଲ୍ଲୀର ଏକ ସାଧାରଣ ଗଳିରୁ ଆସି ବିଶ୍ୱ କ୍ରିକେଟରେ ରାଜ କରିଥିବା କୋହଲିଙ୍କ ଟି-୨୦ କ୍ୟାରିୟର ଜୁନ୍‌ରେ ଆରମ୍ଭ ହୋଇ ଏହି ମାସରେ ଶେଷ ହୋଇଛି। ୨୦୧୦ ଜୁନ୍‌ ୧୨ରେ ସେ ଭାରତ ପାଇଁ ଅନ୍ତର୍ଜାତୀୟ ଟି-୨୦ରେ ପଦାର୍ପଣ କରିଥିଲେ ଓ ଦୀର୍ଘ ୧୪ ବର୍ଷ ପରେ ଚଳିତ ଜୁନ୍‌ରେ ହିଁ ସନ୍ୟାସ ନେଇଛନ୍ତି। ଭାରତ ପାଇଁ ସେ ୧୨୫ଟି ଟି-୨୦ ମ୍ୟାଚ୍‌ ଖେଳି ୪୮.୬୯ ହାରରେ ଓ ୧୩୭. ୦୪ ଷ୍ଟ୍ରାଇକ୍‌ରେଟ୍‌ରେ ୪୧୮୮ ରନ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ଗୋଟିଏ ଶତକ ଓ ୩୮ଟି ଅର୍ଦ୍ଧଶତକ ସାମିଲ ରହିଛି। ୧୨୨ ହେଉଛି ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର। ବୋଲିଂ କରି ସେ ୪ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି। କେବଳ ସେତିକି ନୁହଁ ଟି-୨୦ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ୧୨୯୨ ରନ ସଂଗ୍ରହ କରି ରେକର୍ଡ କରିଛନ୍ତି। ସେ ବିଶ୍ୱକପ୍‌ରେ ସର୍ବାଧିକ ୧୫ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ଇଣ୍ଡିଆନ ପ୍ରିମୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ଟାଇଟଲ ହାସଲ କରି ନପାରି ସେ ବେଶ ସମାଲୋଚିତ ହୋଇଥିଲେ। ଏପରିକି ତାଙ୍କୁ ନେତୃତ୍ୱ ମଧ୍ୟ ଛାଡିବାକୁ ପଡିଥିଲ। ତେବେ ବର୍ତ୍ତମାନ ଏ ସବୁ କଥା ଇତିହାସ ହୋଇଛି।

ବିରାଟ କୋହଲିଙ୍କ ପରେ ଅଧିନାୟକ ରୋହିତ୍‌ ଶର୍ମା ଏହି ସ୍ମରଣୀୟ ମୁହୂର୍ତ୍ତରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟକୁ ଅଲ୍‌ବିଦା କରିଛନ୍ତି। ଗତକାଲି ଟି-୨୦ ବିଶ୍ୱକପ୍‌ ଜିତିବା ପରେ ରୋହିତ ଟି-୨୦ କ୍ରିକେଟ୍‌ରୁ ଅବସର ନିଷ୍ପତ୍ତି ନେଇଥିଲେ। ଟି-୨୦ରୁ ଅବସର ନେଇଥିଲେ ମଧ୍ୟ ୩୭ ବର୍ଷୀୟ ରୋହିତ୍‌ ଭାରତ ପାଇଁ ଟେଷ୍ଟ ଓ ଏକଦିବସୀୟ ଫର୍ମାଟ୍‌ରେ ଖେଳ ଜାରି ରଖିବେ। ‘ଏହା ମୋର ଶେଷ ମ୍ୟାଚ୍‌। ଅଲ୍‌ବିଦା କରିବା ଲାଗି ଏହାଠାରୁ ଶ୍ରେଷ୍ଠ ମୁହୂର୍ତ୍ତ ଆଉ କିଛି ନାହିଁ। ମୁଁ ଏହି ଟ୍ରଫି ଚାହୁଁଥିଲି’ ବୋଲି ରୋହିତ୍‌ ଫାଇନାଲ ଶେଷ ପରେ କହିଛନ୍ତି।

ଉଲ୍ଲେଖନୀୟ ଘଟଣାକ୍ରମେ ରୋହିତ୍‌ ତାଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟର ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଆରମ୍ଭ କରିଥିଲେ। ୨୦୦୭ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ତାଙ୍କର ପ୍ରଥମ ଟି-୨୦ କ୍ୟାରିୟରର ପ୍ରଥମ ମ୍ୟାଚ୍‌ ଥିଲା। ଏବେ ୨୦୨୪ ବିଶ୍ୱକପ୍‌ ଜିତିବା ପରେ ସେ ଟି-୨୦ ବିଶ୍ୱକପ୍‌ରୁ ଅବସର ନେଇଛନ୍ତି। ଫଳରେ ଯେଉଁ ଟି-୨୦ ବିଶ୍ୱକପ୍‌ରୁ ରୋହିତ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ସେହି ଟି-୨୦ ବିଶ୍ୱକପ୍‌ରେ ଏହି ଫର୍ମାଟ୍‌କୁ ଅଲ୍‌ବିଦା ଜଣାଇଛନ୍ତି। ରୋହିତ୍‌ ୧୫୯ ଟି-୨୦ ମ୍ୟାଚ୍‌ ଖେଳି ୩୨ରୁ ଊଦ୍ଧ୍ୱର୍ ଆଭରେଜରେ ୪୨୩୧ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୫ ଶତକ ଓ ୩୨ ଅର୍ଦ୍ଧଶତକ ସାମିଲ ରହିଛି। ସେ ୨୦୫ ଛକା ଓ ୩୮୩ ଚୌକା ମାରିଛନ୍ତି।

30 Jun 2024 By The Sakala

https://www.thesakala.in/sports/virat-kohli-and-rohit-sharma-declared-retirement-from-international-t20-format/article-33281
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର