ନୂଆ ‘ରୋଲ’ରେ ନଜର ଆସିବେ ମାହି, ଧୋନୀଙ୍କ ଫେସବୁକ ପୋଷ୍ଟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା…..

The Sakala Picture
Published On

ନୂଆଦିଲ୍ଲୀ: ନୂଆ ରୋଲରେ ନଜର ଆସିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ନୂଆ ସିଜିନ୍ ସହିତ ନୂଆ ରୋଲରେ ଧୋନୀଙ୍କୁ ଦେଖିବାକୁ ମିଳିବ ବୋଲି ଧୋନୀ ନିଜର ଫେସବୁକ୍ ପୋଷ୍ଟରେ  ସୂଚନା ଦେଇଛନ୍ତି । ତେବେ ସେ କେଉଁ ନୂଆ ରୋଲରେ ନଜର ଆସିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । ଯାହାକି ତାଙ୍କ ଫ୍ୟାନ୍ସଙ୍କ ଭିତରେ ଚର୍ଚ୍ଚା ସୃଷ୍ଟି କରିଛି । ସେହି ପୋଷ୍ଟରେ ଫ୍ୟାନ୍ସ ମାନଙ୍କ […]

ନୂଆଦିଲ୍ଲୀ: ନୂଆ ରୋଲରେ ନଜର ଆସିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ନୂଆ ସିଜିନ୍ ସହିତ ନୂଆ ରୋଲରେ ଧୋନୀଙ୍କୁ ଦେଖିବାକୁ ମିଳିବ ବୋଲି ଧୋନୀ ନିଜର ଫେସବୁକ୍ ପୋଷ୍ଟରେ  ସୂଚନା ଦେଇଛନ୍ତି । ତେବେ ସେ କେଉଁ ନୂଆ ରୋଲରେ ନଜର ଆସିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । ଯାହାକି ତାଙ୍କ ଫ୍ୟାନ୍ସଙ୍କ ଭିତରେ ଚର୍ଚ୍ଚା ସୃଷ୍ଟି କରିଛି । ସେହି ପୋଷ୍ଟରେ ଫ୍ୟାନ୍ସ ମାନଙ୍କ ଭିନ୍ନଭିନ୍ନ ମତାମତ ମଧ୍ୟ ଦେଖିବାକୁ ମିଳିଛି।

ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ । ସମ୍ଭବତଃ ଧୋନୀ ନିଜର ଫେସବୁକ୍ ପୋଷ୍ଟରେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ଅଧିନାୟକ ଦାୟିତ୍ୱ ସହିତ ଅନ୍ୟ କୌଣସି ନୂଆ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗସର ମେଣ୍ଟର ନିଯୁକ୍ତ କରିପାରେ ଟିମ୍ ମ୍ୟାନେଜମେଣ୍ଟ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ନଚେତ୍ ଧୋନୀଙ୍କୁ ଅନ୍ୟ କୌଣସି ବଡ ଦାୟିତ୍ୱ ଦେଇପାରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି । ଆଗକୁ ଟି-୨୦ ବିଶ୍ୱକପ୍ । ତେଣୁ ଏହା ପୂର୍ବରୁ ଧୋନୀଙ୍କୁ ବଡ ଦାୟିତ୍ୱ ଦେଇପାରେ ବିସିସିଆଇ।  ଧୋନୀ ହେଉଛନ୍ତି ଏକମାତ୍ର ଅଧିନାୟକ ଯିଏକି ଭାରତକୁ ଟି-୨୦ ବିଶ୍ୱକପରେ ଚାମ୍ପିୟନ୍ କରିପାରିଥିଲେ । ୨୦୦୭ ମସିହାରେ ପାକିସ୍ତାନକୁ ହରେଇ ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ହେଇଥିଲା ଟିମ୍ ଇଣ୍ଡିଆ । ଆଉ ଏହି ଚାମ୍ପିୟନ୍ ଟିମର କ୍ୟାପଟେନ୍ ଥିଲେ ମହେନ୍ଦ୍ର ସିଂହ ଧୋନୀ । ତେଣୁ ଆଗକୁ ଟି-୨୦ ବିଶ୍ୱକପରେ ନୂଆ ରୋଲରେ ମଧ୍ୟ ନଜର ଆସିପାରନ୍ତି ଧୋନୀ ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଭାରତକୁ ସବୁ ଫର୍ମାଟରେ ଟ୍ରଫି ଦେଇଥିବା ଏକମାତ୍ର ଅଧିନାୟକ ହେଉଛନ୍ତି ମାହି । ଆଇପିଏଲ୍‌କୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍‌ ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି ଏହି କିମ୍ବଦନ୍ତୀ ଖେଳାଳି । ଧୋନୀ ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

04 Mar 2024 By The Sakala

ନୂଆ ‘ରୋଲ’ରେ ନଜର ଆସିବେ ମାହି, ଧୋନୀଙ୍କ ଫେସବୁକ ପୋଷ୍ଟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା…..

ନୂଆଦିଲ୍ଲୀ: ନୂଆ ରୋଲରେ ନଜର ଆସିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ନୂଆ ସିଜିନ୍ ସହିତ ନୂଆ ରୋଲରେ ଧୋନୀଙ୍କୁ ଦେଖିବାକୁ ମିଳିବ ବୋଲି ଧୋନୀ ନିଜର ଫେସବୁକ୍ ପୋଷ୍ଟରେ  ସୂଚନା ଦେଇଛନ୍ତି । ତେବେ ସେ କେଉଁ ନୂଆ ରୋଲରେ ନଜର ଆସିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । ଯାହାକି ତାଙ୍କ ଫ୍ୟାନ୍ସଙ୍କ ଭିତରେ ଚର୍ଚ୍ଚା ସୃଷ୍ଟି କରିଛି । ସେହି ପୋଷ୍ଟରେ ଫ୍ୟାନ୍ସ ମାନଙ୍କ ଭିନ୍ନଭିନ୍ନ ମତାମତ ମଧ୍ୟ ଦେଖିବାକୁ ମିଳିଛି।

ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ । ସମ୍ଭବତଃ ଧୋନୀ ନିଜର ଫେସବୁକ୍ ପୋଷ୍ଟରେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ଅଧିନାୟକ ଦାୟିତ୍ୱ ସହିତ ଅନ୍ୟ କୌଣସି ନୂଆ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗସର ମେଣ୍ଟର ନିଯୁକ୍ତ କରିପାରେ ଟିମ୍ ମ୍ୟାନେଜମେଣ୍ଟ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ନଚେତ୍ ଧୋନୀଙ୍କୁ ଅନ୍ୟ କୌଣସି ବଡ ଦାୟିତ୍ୱ ଦେଇପାରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି । ଆଗକୁ ଟି-୨୦ ବିଶ୍ୱକପ୍ । ତେଣୁ ଏହା ପୂର୍ବରୁ ଧୋନୀଙ୍କୁ ବଡ ଦାୟିତ୍ୱ ଦେଇପାରେ ବିସିସିଆଇ।  ଧୋନୀ ହେଉଛନ୍ତି ଏକମାତ୍ର ଅଧିନାୟକ ଯିଏକି ଭାରତକୁ ଟି-୨୦ ବିଶ୍ୱକପରେ ଚାମ୍ପିୟନ୍ କରିପାରିଥିଲେ । ୨୦୦୭ ମସିହାରେ ପାକିସ୍ତାନକୁ ହରେଇ ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍ ହେଇଥିଲା ଟିମ୍ ଇଣ୍ଡିଆ । ଆଉ ଏହି ଚାମ୍ପିୟନ୍ ଟିମର କ୍ୟାପଟେନ୍ ଥିଲେ ମହେନ୍ଦ୍ର ସିଂହ ଧୋନୀ । ତେଣୁ ଆଗକୁ ଟି-୨୦ ବିଶ୍ୱକପରେ ନୂଆ ରୋଲରେ ମଧ୍ୟ ନଜର ଆସିପାରନ୍ତି ଧୋନୀ ।

ଭାରତକୁ ସବୁ ଫର୍ମାଟରେ ଟ୍ରଫି ଦେଇଥିବା ଏକମାତ୍ର ଅଧିନାୟକ ହେଉଛନ୍ତି ମାହି । ଆଇପିଏଲ୍‌କୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍‌ ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି ଏହି କିମ୍ବଦନ୍ତୀ ଖେଳାଳି । ଧୋନୀ ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍‌ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

https://www.thesakala.in/sports/csk-captain-ms-dhoni-latest-facebook-post-ipl-2024/article-30413
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର