ଡିପ ଫେକ୍‌ ଭିଡିଓର ଶିକାର ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

The Sakala Picture
Published On

ନୂଆଦିଲ୍ଲୀ: ଡିପ ଫେକ୍‌ ଭିଡିଓର ଶିକାର ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ଫେକ୍‌ ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସଚିନ ତେନ୍ଦୁଲକର।ସେଲିବ୍ରିଟିଙ୍କ ପିଛା ଛାଡ଼ୁନି ଡିପ ଫେକ୍‌ ସମସ୍ୟା। ଏଆଇ ସାହାଯ୍ୟରେ ଗତ କିଛି ମାସ ହେବ ବହୁ ସେଲିବ୍ରିଟି ଏହି ନକଲି ଭିଡିଓର ସାମ୍ନା କରିଥିବାବେଳେ ଏହି କ୍ରମରେ ଏବେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍‌ ହେଉଥିବା […]

ନୂଆଦିଲ୍ଲୀ: ଡିପ ଫେକ୍‌ ଭିଡିଓର ଶିକାର ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ଫେକ୍‌ ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସଚିନ ତେନ୍ଦୁଲକର।ସେଲିବ୍ରିଟିଙ୍କ ପିଛା ଛାଡ଼ୁନି ଡିପ ଫେକ୍‌ ସମସ୍ୟା। ଏଆଇ ସାହାଯ୍ୟରେ ଗତ କିଛି ମାସ ହେବ ବହୁ ସେଲିବ୍ରିଟି ଏହି ନକଲି ଭିଡିଓର ସାମ୍ନା କରିଥିବାବେଳେ ଏହି କ୍ରମରେ ଏବେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ଫାଇନାଲ୍ ୨୦୨୬: ଆର୍ଜେଣ୍ଟିନାକୁ ମାତ୍ ଦେଇ ଟାଇଟଲ୍ ହାତେଇଲା ସ୍ପେନ୍, ମେସିଙ୍କ ଯାଦୁ ଫିକା

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସଚିନ୍‌ ଏକ ଗେମିଂ ଆପ୍‌ ସ୍କାଏୱାର୍ଡ ଆଭିଏଟର କ୍ୱେଷ୍ଟର ପ୍ରମୋସନ କରୁଛନ୍ତି। ଆଉ ତାଙ୍କ ଝିଅ ସାରା ତେନ୍ଦୁଲକର ପ୍ରତିଦିନ କିଭଳି ଏହି ଗେମିଂ ଆପ୍‌ ଜରିଆରେ ଆର୍ଥିକ ଲାଭ ଉଠାଉଛନ୍ତି ସେନେଇ ମଧ୍ୟ କହୁଥିବା ଦେଖିବାକୁ ମିଳିଛି। ଏଆଇ ଜରିଆରେ ସଚିନଙ୍କ ଭିଡିଓକୁ ବ୍ୟବହାର କରାଯାଇ ଭିଡିଓ ଡବିଂ କରି ଏଡିଟ୍‌ କରାଯାଇଥିବା ଜଣାପଡ଼ିଛି। ଏହି ଭିଡିଓରେ ଲୋକେ ବିଭିନ୍ନ କମେଣ୍ଟ ମାନ ଦେଇଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ଏହି ଡିପ ଫେକ୍‌ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସଚିନ ତେନ୍ଦୁଲକର। ସଚିନ ନିଜର ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ଲେଖିଛନ୍ତି- ଭାଇରାଲ ହେଉଥିବା ଏହି ଭିଡିଓ ଫେକ୍‌ ଅଟେ। ଟେକ୍ନୋଲୋଜିର ଅପବ୍ୟବହାର କରାଯାଉଛି। ଭାଇରାଲ ହେଉଥିବା ଏହି ଭିଡିଓ ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ। ତେଣୁ ସମସ୍ତଙ୍କୁ ଅନୁରୋଧ ଏହି ଆପ ଏବଂ ଏହି ଭିଡିଓର ପ୍ରଚାରକୁ ରିପୋର୍ଟ କରନ୍ତୁ। ଏବଂ ଯିଏ ଏଭଳି ଭିଡିଓ କରିଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌।

ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ

ତେବେ ଏହା ପୂର୍ବରୁ ବଡ଼ ବଡ଼ ସେଲିବ୍ରିଟି ମାନେ ମଧ୍ୟ ଏହି ଡିପ ଫେକ୍‌ ର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ନିକଟରେ ଅଭିନେତ୍ରୀ ରଶ୍ମିକା ମାନ୍ଦନାଙ୍କ ଭିଡିଓ ଭାଇରାଲ ହୋଇଥିବାବେଳେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। ଟିମ୍‌ ଇଣ୍ଡିଆର କ୍ରିକେଟର ଶୁଭମନ ଗିଲ୍‌, ଅଭିନେତ୍ରୀ କାଜଲ,ଆଲିଆ ଭଟ୍ଟ, କ୍ୟାଟ୍ରିନା କ୍ୟାଫ୍‌, ସାରା ତେନ୍ଦୁଲକର ଙ୍କର ମଧ୍ୟ ଡିପ ଫେକ୍‌ ଭିଡିଓ ସାମ୍ନାକୁ ଆସିଥିଲା।

15 Jan 2024 By The Sakala

ଡିପ ଫେକ୍‌ ଭିଡିଓର ଶିକାର ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଡିପ ଫେକ୍‌ ଭିଡିଓର ଶିକାର ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ଫେକ୍‌ ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସଚିନ ତେନ୍ଦୁଲକର।ସେଲିବ୍ରିଟିଙ୍କ ପିଛା ଛାଡ଼ୁନି ଡିପ ଫେକ୍‌ ସମସ୍ୟା। ଏଆଇ ସାହାଯ୍ୟରେ ଗତ କିଛି ମାସ ହେବ ବହୁ ସେଲିବ୍ରିଟି ଏହି ନକଲି ଭିଡିଓର ସାମ୍ନା କରିଥିବାବେଳେ ଏହି କ୍ରମରେ ଏବେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସଚିନ୍‌ ଏକ ଗେମିଂ ଆପ୍‌ ସ୍କାଏୱାର୍ଡ ଆଭିଏଟର କ୍ୱେଷ୍ଟର ପ୍ରମୋସନ କରୁଛନ୍ତି। ଆଉ ତାଙ୍କ ଝିଅ ସାରା ତେନ୍ଦୁଲକର ପ୍ରତିଦିନ କିଭଳି ଏହି ଗେମିଂ ଆପ୍‌ ଜରିଆରେ ଆର୍ଥିକ ଲାଭ ଉଠାଉଛନ୍ତି ସେନେଇ ମଧ୍ୟ କହୁଥିବା ଦେଖିବାକୁ ମିଳିଛି। ଏଆଇ ଜରିଆରେ ସଚିନଙ୍କ ଭିଡିଓକୁ ବ୍ୟବହାର କରାଯାଇ ଭିଡିଓ ଡବିଂ କରି ଏଡିଟ୍‌ କରାଯାଇଥିବା ଜଣାପଡ଼ିଛି। ଏହି ଭିଡିଓରେ ଲୋକେ ବିଭିନ୍ନ କମେଣ୍ଟ ମାନ ଦେଇଥିବା ଦେଖିବାକୁ ମିଳିଛି।

ଏହି ଡିପ ଫେକ୍‌ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସଚିନ ତେନ୍ଦୁଲକର। ସଚିନ ନିଜର ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ଲେଖିଛନ୍ତି- ଭାଇରାଲ ହେଉଥିବା ଏହି ଭିଡିଓ ଫେକ୍‌ ଅଟେ। ଟେକ୍ନୋଲୋଜିର ଅପବ୍ୟବହାର କରାଯାଉଛି। ଭାଇରାଲ ହେଉଥିବା ଏହି ଭିଡିଓ ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ। ତେଣୁ ସମସ୍ତଙ୍କୁ ଅନୁରୋଧ ଏହି ଆପ ଏବଂ ଏହି ଭିଡିଓର ପ୍ରଚାରକୁ ରିପୋର୍ଟ କରନ୍ତୁ। ଏବଂ ଯିଏ ଏଭଳି ଭିଡିଓ କରିଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌।

ତେବେ ଏହା ପୂର୍ବରୁ ବଡ଼ ବଡ଼ ସେଲିବ୍ରିଟି ମାନେ ମଧ୍ୟ ଏହି ଡିପ ଫେକ୍‌ ର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ନିକଟରେ ଅଭିନେତ୍ରୀ ରଶ୍ମିକା ମାନ୍ଦନାଙ୍କ ଭିଡିଓ ଭାଇରାଲ ହୋଇଥିବାବେଳେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। ଟିମ୍‌ ଇଣ୍ଡିଆର କ୍ରିକେଟର ଶୁଭମନ ଗିଲ୍‌, ଅଭିନେତ୍ରୀ କାଜଲ,ଆଲିଆ ଭଟ୍ଟ, କ୍ୟାଟ୍ରିନା କ୍ୟାଫ୍‌, ସାରା ତେନ୍ଦୁଲକର ଙ୍କର ମଧ୍ୟ ଡିପ ଫେକ୍‌ ଭିଡିଓ ସାମ୍ନାକୁ ଆସିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର