ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ; ପ୍ରଥମ ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ

The Sakala Picture
Published On

ସେଞ୍ଚୁରିଆନ:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆସନ୍ତାକାଲି (ମଙ୍ଗଳବାର)ଠାରୁ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଭାରତ ଏହି ଦେଶକୁ ୮ଥର ଗସ୍ତ କରିଛି। ଏହା ମଧ୍ୟରୁ କେବଳ ଥରେ ଦଳ ଟେଷ୍ଟ ସିରିଜ୍‌ ବିଜୟୀ ହେବାର ସମ୍ଭାବନା ୨୦୧୦-୧୧ ସିରିଜ୍‌ରେ ସୃଷ୍ଟି କରିଥିଲା। ଏହି ଟୁର୍‌ରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ସିରିଜ୍‌ ୧-୧ରେ ଡ୍ର ରହିଥିଲା। କହିବାକୁ ଗଲେ ଦକ୍ଷିଣ ଆଫ୍ରିକାରେ […]

ସେଞ୍ଚୁରିଆନ:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆସନ୍ତାକାଲି (ମଙ୍ଗଳବାର)ଠାରୁ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଭାରତ ଏହି ଦେଶକୁ ୮ଥର ଗସ୍ତ କରିଛି। ଏହା ମଧ୍ୟରୁ କେବଳ ଥରେ ଦଳ ଟେଷ୍ଟ ସିରିଜ୍‌ ବିଜୟୀ ହେବାର ସମ୍ଭାବନା ୨୦୧୦-୧୧ ସିରିଜ୍‌ରେ ସୃଷ୍ଟି କରିଥିଲା। ଏହି ଟୁର୍‌ରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ସିରିଜ୍‌ ୧-୧ରେ ଡ୍ର ରହିଥିଲା। କହିବାକୁ ଗଲେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍‌ ଜିତିବାକୁ ଏହି ସିରିଜ୍‌ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ଏଥିରେ ଦଳ ବିଜୟୀ ହୋଇ ପାରି ନଥିଲା। ମଙ୍ଗଳବାରଠାରୁ ଦୁଇ ଦେଶ ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ ଖେଳାଯିବ। ଏହି ଟେଷ୍ଟରେ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ଏହି ସିରିଜ୍‌ କବ୍‌ଜା କରିବାର ଯଥେଷ୍ଟ ସମ୍ଭାବନା ରଖିଛି। ଅନ୍ୟ ଟେଷ୍ଟ ମ୍ୟାଚ୍‌ଟି କେପ୍‌ଟାଉନ୍‌ରେ ଖେଳାଯିବ। ଟେଷ୍ଟ ମୁକାବିଲା ପୂର୍ବରୁ ଉଭୟ ଦଳ ଭଲ ଖେଳି ମଧ୍ୟ ଦିନିକିଆ ବିଶ୍ୱକପ୍‌ରେ ଚାମ୍ପିଅନ୍‌ ହୋଇପାରି ନାହାନ୍ତି। ଉଭୟ ଦଳ ମଧ୍ୟ ଏବେଠାରୁ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯାହା ଫଳରେ ଟେଷ୍ଟ ଫର୍ମାଟରେ ଖେଳିବାକୁ ହେଲେ ସେମାନଙ୍କୁ ଖୁବ୍‌ଶୀଘ୍ର ଏଥିରେ ଖାପ୍‌ ଖୁଆଇବାକୁ ହେବ। ନଚେତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍‌ ଜିତିବା ଭାରତୀୟଙ୍କ ଲାଗି ସ୍ୱପ୍ନ ହୋଇ ରହିଯିବ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଅନ୍ୟପକ୍ଷରେ ଘରୋଇ ମାଟିରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍‌ ଅପରାଜେୟ ରହିବାର ରେକର୍ଡ ବଜାୟ ରଖିବାକୁ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ବେଶ ଆଶାୟୀ। ଟେମ୍ବା ବଭୂମାଙ୍କ ଦଳ ଗତ ମାର୍ଚ୍ଚ ମାସଠାରୁ କୌଣସି ଟେଷ୍ଟ ଖେଳିନାହିଁ। ଏହା ସତ୍ତ୍ବେ ସେମାନେ ଭାରତକୁ କଡ଼ା ଟକ୍କର ଦେବା ସହ ଚଳିତ ସିରିଜ୍‌ରେ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଥିବା ପୂର୍ବତନ ଅଧିନାୟକ ଡିନ୍‌ ଏଲ୍‌ଗାରଙ୍କୁ ବିଜୟ ସହ ବିଦାୟ ଦେବାକୁ ଯୋଜନା କରିଛନ୍ତି। ଉଭୟ ଦଳର ଯୋଜନାରେ ବର୍ଷା ପ୍ରତିବନ୍ଧକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଏହି ଟେଷ୍ଟରେ ଭାରତ ଚୂଡାନ୍ତ ଏକାଦଶ ଚୟନ ନେଇ ଦ୍ୱନ୍ଦ୍ୱରେ ରହିଛି। ଯଦିଓ ଦଳ ଜଣେ ସ୍ପିନର ଭାବେ ରବିନ୍ଦ୍ର ଜାଡେଜାଙ୍କୁ ଖେଳାଇବାକୁ ପସନ୍ଦ କରିବ। ଅଶ୍ୱିନଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ଓ ମୁକେଶ କୁମାରଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଖେଳାଇବାର ସମ୍ଭାବନା ରହିଛି। ଏଠାରେ ପିଚ୍‌ ଫାଷ୍ଟ ବୋଲରଙ୍କୁ ସୁହାଇଥାଏ। ଦକ୍ଷିଣ ଆଫ୍ରିକା ଏଠାରେ ୨୮ଟି ମ୍ୟାଚ୍‌ ଖେଳି ୨୨ଟିରେ ବିଜୟୀ ହୋଇଛି। କିନ୍ତୁ ଏଠାରେ ଭାରତ ଶେଷଥର ଖେଳିଥିବା ଟେଷ୍ଟରେ ୧୧୩ ରନ୍‌ରେ ବିଜୟୀ ହୋଇଥିଲା। ଏହି ଧାରା ବଜାୟ ରଖିବ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଶା କରୁଛନ୍ତି। ରୋହିତଙ୍କ ସହ ଯଶସ୍ୱୀ ଜୟସ୍ୱାଲ ପାଳି ଆରମ୍ଭ କରିବେ। ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ୱିକେଟରକ୍ଷକ ଲୋକେଶ ରାହୁଲ ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଉପରେ ବ୍ୟାଟିଂ ନିର୍ଭର କରୁଛି। ଯଶପ୍ରୀତ ବୁମ୍‌ରା, ମହମ୍ମଦ୍‌ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁରଙ୍କ ପରି ୪ଜଣ ଫାଷ୍ଟ ବୋଲରଙ୍କୁ ଭାରତ ଖେଳାଇପାରେ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଟେମ୍ବା ବଭୂମାଙ୍କ ନେତୃତ୍ୱରେ ଗଠିତ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ୪ଜଣ ଫାଷ୍ଟ ବୋଲରଙ୍କୁ ନେଇ ଏହି ମ୍ୟାଚରେ ଖେଳିବ। ମାର୍କୋ ଜାନସେନ, ଜେରାଲ୍ଡ କୋଏଜି, କାଗିସୋ ରବାଡ଼ା ଓ ଲୁଙ୍ଗି ଏନ୍‌ଗିଡିଙ୍କ ବୋଲରଙ୍କୁ ମୁକାବିଲା କରିବା ଲାଗି ଭାରତୀୟ ଦଳ ପ୍ରସ୍ତୁତ ରହିବା ଆବଶ୍ୟକ।

ସମ୍ଭାବ୍ୟ ଖେଳାଳି ଦଳ
ଭାରତ : ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍‌ରା, ମହମ୍ମଦ୍‌ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର।
ରିଜର୍ଭ- ରବିଚନ୍ଦ୍ରନ ଅଶ୍ୱିନ, ଶ୍ରୀକର ଭରତ, ଅଭିମନ୍ୟୁ ଈଶ୍ୱରନ, ମୁକେଶ କୁମାର।

ଦକ୍ଷିଣ ଆଫ୍ରିକା : ଡିନ୍‌ ଏଲଗାର, ଆଇଡେନ୍‌ ମାର୍କରାମ, ଟୋନି ଡି ଜୋର୍ଜି, ତେମ୍ବା ବଭୂମା (ଅଧିନାୟକ), ଡେଭିଡ୍‌ ବେଡିଙ୍ଗହାମ୍‌/ କିଗାନ ପିଟରସନ, କାଏଲ ଭେରିନ୍‌ (ୱିକେଟରକ୍ଷକ), କେଶବ ମହାରାଜ, ମାର୍କୋ ଜାନସେନ, ଜେରାଲ୍ଡ କୋଏଜି, କାଗିସୋ ରବାଡ଼ା ଓ ଲୁଙ୍ଗି ଏନ୍‌ଗିଡି।
ରିଜର୍ଭ- ୱିଆନ ମୁଲ୍ଡର, ନାନ୍ଦ୍ରେ ବର୍ଗର, ଟ୍ରିଷ୍ଟାନ ଷ୍ଟବ୍ସ।

26 Dec 2023 By The Sakala

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ; ପ୍ରଥମ ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ

ସେଞ୍ଚୁରିଆନ:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆସନ୍ତାକାଲି (ମଙ୍ଗଳବାର)ଠାରୁ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଭାରତ ଏହି ଦେଶକୁ ୮ଥର ଗସ୍ତ କରିଛି। ଏହା ମଧ୍ୟରୁ କେବଳ ଥରେ ଦଳ ଟେଷ୍ଟ ସିରିଜ୍‌ ବିଜୟୀ ହେବାର ସମ୍ଭାବନା ୨୦୧୦-୧୧ ସିରିଜ୍‌ରେ ସୃଷ୍ଟି କରିଥିଲା। ଏହି ଟୁର୍‌ରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ସିରିଜ୍‌ ୧-୧ରେ ଡ୍ର ରହିଥିଲା। କହିବାକୁ ଗଲେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍‌ ଜିତିବାକୁ ଏହି ସିରିଜ୍‌ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ଏଥିରେ ଦଳ ବିଜୟୀ ହୋଇ ପାରି ନଥିଲା। ମଙ୍ଗଳବାରଠାରୁ ଦୁଇ ଦେଶ ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ ଖେଳାଯିବ। ଏହି ଟେଷ୍ଟରେ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ଏହି ସିରିଜ୍‌ କବ୍‌ଜା କରିବାର ଯଥେଷ୍ଟ ସମ୍ଭାବନା ରଖିଛି। ଅନ୍ୟ ଟେଷ୍ଟ ମ୍ୟାଚ୍‌ଟି କେପ୍‌ଟାଉନ୍‌ରେ ଖେଳାଯିବ। ଟେଷ୍ଟ ମୁକାବିଲା ପୂର୍ବରୁ ଉଭୟ ଦଳ ଭଲ ଖେଳି ମଧ୍ୟ ଦିନିକିଆ ବିଶ୍ୱକପ୍‌ରେ ଚାମ୍ପିଅନ୍‌ ହୋଇପାରି ନାହାନ୍ତି। ଉଭୟ ଦଳ ମଧ୍ୟ ଏବେଠାରୁ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯାହା ଫଳରେ ଟେଷ୍ଟ ଫର୍ମାଟରେ ଖେଳିବାକୁ ହେଲେ ସେମାନଙ୍କୁ ଖୁବ୍‌ଶୀଘ୍ର ଏଥିରେ ଖାପ୍‌ ଖୁଆଇବାକୁ ହେବ। ନଚେତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍‌ ଜିତିବା ଭାରତୀୟଙ୍କ ଲାଗି ସ୍ୱପ୍ନ ହୋଇ ରହିଯିବ।

ଅନ୍ୟପକ୍ଷରେ ଘରୋଇ ମାଟିରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍‌ ଅପରାଜେୟ ରହିବାର ରେକର୍ଡ ବଜାୟ ରଖିବାକୁ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ବେଶ ଆଶାୟୀ। ଟେମ୍ବା ବଭୂମାଙ୍କ ଦଳ ଗତ ମାର୍ଚ୍ଚ ମାସଠାରୁ କୌଣସି ଟେଷ୍ଟ ଖେଳିନାହିଁ। ଏହା ସତ୍ତ୍ବେ ସେମାନେ ଭାରତକୁ କଡ଼ା ଟକ୍କର ଦେବା ସହ ଚଳିତ ସିରିଜ୍‌ରେ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଥିବା ପୂର୍ବତନ ଅଧିନାୟକ ଡିନ୍‌ ଏଲ୍‌ଗାରଙ୍କୁ ବିଜୟ ସହ ବିଦାୟ ଦେବାକୁ ଯୋଜନା କରିଛନ୍ତି। ଉଭୟ ଦଳର ଯୋଜନାରେ ବର୍ଷା ପ୍ରତିବନ୍ଧକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏହି ଟେଷ୍ଟରେ ଭାରତ ଚୂଡାନ୍ତ ଏକାଦଶ ଚୟନ ନେଇ ଦ୍ୱନ୍ଦ୍ୱରେ ରହିଛି। ଯଦିଓ ଦଳ ଜଣେ ସ୍ପିନର ଭାବେ ରବିନ୍ଦ୍ର ଜାଡେଜାଙ୍କୁ ଖେଳାଇବାକୁ ପସନ୍ଦ କରିବ। ଅଶ୍ୱିନଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ଓ ମୁକେଶ କୁମାରଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଖେଳାଇବାର ସମ୍ଭାବନା ରହିଛି। ଏଠାରେ ପିଚ୍‌ ଫାଷ୍ଟ ବୋଲରଙ୍କୁ ସୁହାଇଥାଏ। ଦକ୍ଷିଣ ଆଫ୍ରିକା ଏଠାରେ ୨୮ଟି ମ୍ୟାଚ୍‌ ଖେଳି ୨୨ଟିରେ ବିଜୟୀ ହୋଇଛି। କିନ୍ତୁ ଏଠାରେ ଭାରତ ଶେଷଥର ଖେଳିଥିବା ଟେଷ୍ଟରେ ୧୧୩ ରନ୍‌ରେ ବିଜୟୀ ହୋଇଥିଲା। ଏହି ଧାରା ବଜାୟ ରଖିବ ବୋଲି ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଶା କରୁଛନ୍ତି। ରୋହିତଙ୍କ ସହ ଯଶସ୍ୱୀ ଜୟସ୍ୱାଲ ପାଳି ଆରମ୍ଭ କରିବେ। ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ୱିକେଟରକ୍ଷକ ଲୋକେଶ ରାହୁଲ ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଉପରେ ବ୍ୟାଟିଂ ନିର୍ଭର କରୁଛି। ଯଶପ୍ରୀତ ବୁମ୍‌ରା, ମହମ୍ମଦ୍‌ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁରଙ୍କ ପରି ୪ଜଣ ଫାଷ୍ଟ ବୋଲରଙ୍କୁ ଭାରତ ଖେଳାଇପାରେ।

ଟେମ୍ବା ବଭୂମାଙ୍କ ନେତୃତ୍ୱରେ ଗଠିତ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ୪ଜଣ ଫାଷ୍ଟ ବୋଲରଙ୍କୁ ନେଇ ଏହି ମ୍ୟାଚରେ ଖେଳିବ। ମାର୍କୋ ଜାନସେନ, ଜେରାଲ୍ଡ କୋଏଜି, କାଗିସୋ ରବାଡ଼ା ଓ ଲୁଙ୍ଗି ଏନ୍‌ଗିଡିଙ୍କ ବୋଲରଙ୍କୁ ମୁକାବିଲା କରିବା ଲାଗି ଭାରତୀୟ ଦଳ ପ୍ରସ୍ତୁତ ରହିବା ଆବଶ୍ୟକ।

ସମ୍ଭାବ୍ୟ ଖେଳାଳି ଦଳ
ଭାରତ : ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍‌ରା, ମହମ୍ମଦ୍‌ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର।
ରିଜର୍ଭ- ରବିଚନ୍ଦ୍ରନ ଅଶ୍ୱିନ, ଶ୍ରୀକର ଭରତ, ଅଭିମନ୍ୟୁ ଈଶ୍ୱରନ, ମୁକେଶ କୁମାର।

ଦକ୍ଷିଣ ଆଫ୍ରିକା : ଡିନ୍‌ ଏଲଗାର, ଆଇଡେନ୍‌ ମାର୍କରାମ, ଟୋନି ଡି ଜୋର୍ଜି, ତେମ୍ବା ବଭୂମା (ଅଧିନାୟକ), ଡେଭିଡ୍‌ ବେଡିଙ୍ଗହାମ୍‌/ କିଗାନ ପିଟରସନ, କାଏଲ ଭେରିନ୍‌ (ୱିକେଟରକ୍ଷକ), କେଶବ ମହାରାଜ, ମାର୍କୋ ଜାନସେନ, ଜେରାଲ୍ଡ କୋଏଜି, କାଗିସୋ ରବାଡ଼ା ଓ ଲୁଙ୍ଗି ଏନ୍‌ଗିଡି।
ରିଜର୍ଭ- ୱିଆନ ମୁଲ୍ଡର, ନାନ୍ଦ୍ରେ ବର୍ଗର, ଟ୍ରିଷ୍ଟାନ ଷ୍ଟବ୍ସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର