ଆଜି ଏସିଆ କପ୍ ଫାଇନାଲ: ଦେଖିବାକୁ ମିଳିବ ହାଇଭୋଲଟେଜ ମୁକାବିଲା, ୫ବର୍ଷ ପରେ ଟାଇଟଲ ଜିତିବାକୁ ଭାରତ ଆଶାୟୀ
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏସିଆ କପ୍ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମୁକାବିଲା ସ୍ଥାନୀୟ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍ରେ ରବିବାର ଖେଳାଯିବ । ଏହି ଫାଇନାଲକୁ ଜିତି ଭାରତ ଗତ ୫ ବର୍ଷ ପରେ ଏକାଧିକ ଦେଶକୁ ନେଇ ଖେଳାଯାଉଥିବା କୌଣସି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଶୂନ୍ୟସ୍ଥାନ ପୂରଣ କରିବାକୁ ଆଶାୟୀ ରହିଛି । ଏସିଆ କପ୍ ମଧ୍ୟ ଏହି ସଫଳ ଦଳକୁ ଉପଯୁକ୍ତ ସୁଯୋଗ ଦେଇଛି । ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ହାତରେ […]
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏସିଆ କପ୍ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମୁକାବିଲା ସ୍ଥାନୀୟ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍ରେ ରବିବାର ଖେଳାଯିବ । ଏହି ଫାଇନାଲକୁ ଜିତି ଭାରତ ଗତ ୫ ବର୍ଷ ପରେ ଏକାଧିକ ଦେଶକୁ ନେଇ ଖେଳାଯାଉଥିବା କୌଣସି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଶୂନ୍ୟସ୍ଥାନ ପୂରଣ କରିବାକୁ ଆଶାୟୀ ରହିଛି । ଏସିଆ କପ୍ ମଧ୍ୟ ଏହି ସଫଳ ଦଳକୁ ଉପଯୁକ୍ତ ସୁଯୋଗ ଦେଇଛି । ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ହାତରେ ଆଘାତ ଲାଗିଥିବାରୁ ଏହି ଫାଇନାଲରେ ଖେଳିବା ନେଇ ସନ୍ଦେହ ରହିଛି । କିନ୍ତୁ ଏହାଠାରୁ ଅଧିକ ଧକ୍କା ଲାଗିଛି ଶ୍ରୀଲଙ୍କା ଦଳକୁ । ଘରୋଇ ଏବଂ ସ୍ପିନ୍କୁ ସହାୟତା ଦେଉଥିବା ପିଚ୍ରେ ଶ୍ରୀଲଙ୍କା ପକ୍ଷରୁ ପାଳି ଆରମ୍ଭ କରୁଥିବା ସ୍ପିନର ମାହୀଶା ଥିକ୍ସାନା ମାଂସପେଶୀରେ ଆଘାତ ଲାଗିଥିବାରୁ ଫାଇନାଲ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । ଫଳରେ ଶ୍ରୀଲଙ୍କା ନିଶ୍ଚିତଭାବେ ଥିକ୍ସାନାଙ୍କ ଅନୁପସ୍ଥିତି ଉପଲବ୍ଧି କରିବ । ଏଥିରୁ ଫାଇଦା ଉଠାଇ ଭାରତ ଏସିଆକପ୍କୁ ଆଉ ଥରେ ଜିତିବାକୁ ଚେଷ୍ଟା କରିବ ବୋଲି ଆଶା କରିବା ସ୍ୱାଭାବିକ୍ । ଏହି ବିଜୟ କେବଳ ଭାରତର ଟାଇଟଲ ଶୂନ୍ୟସ୍ଥାନ ପୂରଣ କରିବ ନାହିଁ, ବିଶ୍ୱକପ୍ ପୂର୍ବରୁ ଦଳର ମନୋବଳ ବଢ଼ାଇବାରେ ସମର୍ଥ ହୋଇପାରିବ ।
୨୦୧୮ରେ ଜିତିଥିଲା ଶେଷ ଟାଇଟଲ
ଦୁବାଇରେ ୨୦୧୮ରେ ଅନୁଷ୍ଠିତ ଏସିଆ କପ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଶେଷଥର ଚାମ୍ପିଅନ ହୋଇଥିଲା । ଏହା ଥିଲା ଭାରତର ଶେଷ ଟାଇଟଲ । ଏଥିରେ ଦଳ ବାଂଲାଦେଶକୁ ୩ ୱିକେଟରେ ହରାଇ ଟାଇଟଲ ଜିତିଥିଲା । ଏହା ପରଠାରୁ ଭାରତ କୌଣସି ଫର୍ମାଟରେ କିଛି ଟାଇଟଲ ଜିତିପାରି ନାହିଁ । ଏହି ସମୟରେ ଭାରତ ୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଥିଲା । ୨୦୨୨ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଥିଲା । କିନ୍ତୁ ଉଭୟ ପ୍ରତିଯୋଗିତାରେ ଦଳ ସେମିଫାଇନାଲରୁ ବିଦାୟ ନେଇଥିଲା । ସେହିପରି ଭାରତ ମଧ୍ୟ ୨୦୧୯ ଓ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ୧୯ରେ ନ୍ୟୁଜିଲାଣ୍ଡ ଓ ୨୩ରେ ଅଷ୍ଟ୍ରେଲିଆଠାରୁ ହାରି ରନର୍ସ ଅପ୍ରେ ସନ୍ତୁଷ୍ଟ ହୋଇଥିଲା । ଏପରିକି ଗତ ଏସିଆ କପ୍ ଟି-୨୦ରେ ଭାରତ କିଛି ପ୍ରଭାବ ପକାଇ ପାରି ନଥିଲା । ଏବେ କୋଚ୍ ରାହୁଲ ଦ୍ରାବିଡ୍ ଓ ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଟାଇଟଲ ଆଶା କରାଯାଉଛି ।
ଦଳକୁ ଫେରିବେ ତାରକା ଖେଳାଳି
ଶୁବମାନ ଗିଲଙ୍କ ଚମକ୍ରାର ଶତକ ସତ୍ତେ୍ୱ ଭାରତ ଏସିଆ କପ୍ର ଶେଷ ସୁପର-୪ ମ୍ୟାଚ୍ରେ ବାଂଲାଦେଶଠାରୁ ହାରିଯାଇଥିଲା । ଦଳ ବାଂଲାଦେଶର ପ୍ରଥମ ୪ଟି ୱିକେଟ ୫୯ ରନ୍ ମଧ୍ୟରେ ନେଇଥିଲେ ମଧ୍ୟ ୨୬୫ ରନ୍ କରିପାରିଥିଲା। ଏଣୁ ଭାରତର ଦୁର୍ବଳତା ପ୍ରକାଶ ପାଇଛି । ଏହି ମ୍ୟାଚ୍ରୁ ଦଳ ୫ ଜଣ ନିୟମିତ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା । ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଗଲେ ଏହି ଦଳର ଦକ୍ଷତା ଭିନ୍ନ ହେବ । ସେହିପରି ବୋଲିଂରେ ଯଶପ୍ରୀତ୍ ବୁମ୍ରା, ମହମ୍ମଦ୍ ସିରାଜ ଓ ପ୍ରଭାବୀ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଗଲେ ଏହା ନିଶ୍ଚିତ ଯେ କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କ ଲାଗି ଖେଳିବା କଷ୍ଟକର ହେବ । ଏହି ୫ଜଣ ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ନିଶ୍ଚିତ ଖେଳିବେ । କିନ୍ତୁ ଅକ୍ଷର ପଟେଲଙ୍କ ସମ୍ପର୍କରେ କହି ହେବ ନାହିଁ । ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରାଯିବା ଏହାର କାରଣ ବୋଲି ଦର୍ଶାଉଛି ।
ଶ୍ରୀଲଙ୍କାର ସମସ୍ତ ପ୍ରତିରୋଧକୁ ପ୍ରତିହତ କରି ଭାରତ ଏଠାରେ ଟାଇଟଲ ଜିତି ଆତ୍ମବିଶ୍ୱାସର ସହ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଯିବ । ଭାରତ ଗତ ୧୦ ବର୍ଷ ହେଲା ଆଇସିସି ଦ୍ୱାରା ଆୟୋଜିତ କୌଣସି ବରିଷ୍ଠ ବିଭାଗରେ ଟାଇଟଲ ଜିତିନାହିଁ । ଏଠାରେ ଟାଇଟଲ ଜିତିବା ଅର୍ଥ ଆତ୍ମବିଶ୍ୱାସ ହାସଲ କରିବା । ଏଥିଲାଗି ଦଳ ସମସ୍ତ ପ୍ରକାର ପ୍ରସ୍ତୁତି କରିବ । ସେହିପରି ସୁପର-୪’ ମ୍ୟାଚ୍ରେ ଭାରତକୁ ଶ୍ରୀଲଙ୍କା ନାକେଦମ କରିଥିଲା । ଏହି ଦଳ ମଧ୍ୟ କ୍ରମାଗତ ୧୩ଟି ମ୍ୟାଚ୍ ଜିତିବା ପରେ ପରାଜିତ ହୋଇଥିଲା । ଏହା ପରେ ପାକିସ୍ତାନ ଭଳି ଶକ୍ତିଶାଳୀ ପାକିସ୍ତାନକୁ ହରାଇ ପୁଣିଥରେ ଲୟକୁ ଫେରିଛି । ଏଣୁ ଶ୍ରୀଲଙ୍କା ମଧ୍ୟ ଭାରତ ଲାଗି ଟାଇଟଲ ଜିତିବାରେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି ।
ଖେଳ ଆରମ୍ଭ : ଅପରାହ୍ଣ ୩ଟା
ପ୍ରସାରଣ ଟିଭି: ଷ୍ଟାର ସ୍ପୋର୍ଟ୍ସ
ପ୍ରସାରଣ ଆପ୍: ହଟ୍ ଷ୍ଟାର