ଆଇପିଏଲ ୨୦୨୩: ଆଜି କ୍ୱାଲିଫାୟର-୧ ରେ ମୁହାଁମୁହିଁ ହେବେ ଧୋନି ଓ ପାଣ୍ଡ୍ୟା

The Sakala Picture
Published On

ଚେନ୍ନଇ: ଚଳିତ ଆଇପିଏଲ୍‌‌ରେ ୫୧ ଦିନ ଓ ୭୦ ମ୍ୟାଚ୍‌‌ ଖେଳାଯିବ ପରେ ପ୍ଲେ ଅଫ୍‌‌କୁ ୪ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ସ୍ଥାନୀୟ ଏମ୍‌‌ଏ ଚିଦାମ୍ବରମ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍‌‌ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ କ୍ୱାଲିଫାୟର-୧ରେ ପରସ୍ପର ସହ ମୁକାବିଲା କରିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ର ବିଜୟୀ ଦଳ ସିଧାସଳଖ ଫାଇନାଲ ମ୍ୟାଚ୍‌‌ ଖେଳିବ। ଦୁଇ ଦଳ ପଏଣ୍ଟ ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ରହି ପ୍ଲେ-ଅଫ୍‌‌ରେ […]

ଚେନ୍ନଇ: ଚଳିତ ଆଇପିଏଲ୍‌‌ରେ ୫୧ ଦିନ ଓ ୭୦ ମ୍ୟାଚ୍‌‌ ଖେଳାଯିବ ପରେ ପ୍ଲେ ଅଫ୍‌‌କୁ ୪ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି। ସ୍ଥାନୀୟ ଏମ୍‌‌ଏ ଚିଦାମ୍ବରମ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍‌‌ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ କ୍ୱାଲିଫାୟର-୧ରେ ପରସ୍ପର ସହ ମୁକାବିଲା କରିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ର ବିଜୟୀ ଦଳ ସିଧାସଳଖ ଫାଇନାଲ ମ୍ୟାଚ୍‌‌ ଖେଳିବ। ଦୁଇ ଦଳ ପଏଣ୍ଟ ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ରହି ପ୍ଲେ-ଅଫ୍‌‌ରେ ପ୍ରବେଶ କରିଥିଲେ। ଗୁଜରାଟ ୧୪ଟି ମ୍ୟାଚ୍‌‌ ଖେଳି ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଶୀର୍ଷରେ ରହିଥିଲା। ସେହିପରି ଚେନ୍ନାଇ ୧୪ ମ୍ୟାଚ୍‌‌ ଖେଳି ୮ ବିଜୟ, ୫ ପରାଜୟ ସହ ୧୭ ପଏଣ୍ଟ ପାଇ ଉନ୍ନତ ନେଟ୍‌‌ ରନରେଟ୍‌‌ରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ରବିବାର ଏହି ପ୍ରତିଯୋଗିତାର ଫାଇନାଲ ଖେଳାଯିବ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ପ୍ଲେ- ଅଫ୍‌‌ରେ ଉଭୟ ଦଳର ରେକର୍ଡ ଭଲ
ପ୍ଲେ ଅଫ୍‌‌ରେ ଗୁଜରାଟର ଶତ ପ୍ରତିଶତ ବିଜୟ ରେକର୍ଡ ରହିଛି। ଗତ ୨୦୨୨ରେ ଗୁଜରାଟ ପଦାର୍ପଣ କରିଥିଲା। ଗତ ବର୍ଷ ପ୍ଲେ ଅଫ୍‌‌ରେ ୨ଟି ମ୍ୟାଚ୍‌‌ ଖେଳି ଗୁଜରାଟ ଦୁଇଟିରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରି ଶେଷରେ ଚାମ୍ପିଅନ ବିବେଚିତ ହୋଇଥିଲା। ଚେପକ୍‌‌ ଷ୍ଟାଡିୟମରେ ଗୁଜରାଟ କୌଣସି ମ୍ୟାଚ୍‌‌ ଖେଳିନାହିଁ। କିନ୍ତୁ ଲିଗ ପର୍ଯ୍ୟାୟରେ ଉଭୟ ଦଳ ମଧ୍ୟରେ ୩ଥର ମୁକାବିଲା ହୋଇଛି। ଏ ସମସ୍ତ ମୁକାବିଲାରେ ଗୁଜରାଟ ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇକୁ ପରାସ୍ତ କରିଛି। ଏଠାରେ ଦୁଇ ପୂର୍ବ ଚାମ୍ପିଅନ ଦଳ ପରସ୍ପରକୁ ପ୍ରଥମଥର ପାଇଁ ଭେଟିବେ। ଅନ୍ୟପଟେ ଚେନ୍ନାଇ କେବଳ ଦୁଇଥର ୨୦୨୦ ଓ ୨୦୨୨ରେ ପ୍ଲେ- ଅଫ୍‌‌ରେ ପ୍ରବେଶ କରିପାରି ନଥିଲା। ଏହି ଦୁଇଟି ସଂସ୍କରଣରେ ଚେନ୍ନାଇ ସେକେଣ୍ଡ ଲାଷ୍ଟ ସ୍ଥାନରେ ରହିଥିଲା। ପ୍ଲେ ଅଫ୍‌‌ରେ ଚେନ୍ନାଇ ମୋଟ୍‌‌ ଉପରେ ୨୪ଟି ମ୍ୟାଚ୍‌‌ ଖେଳି ୧୫ଟିରେ ବିଜୟୀ ହୋଇଥିବା ବେଳେ ୯ଟିରେ ପରାଜୟ ବରଣ କରିଛି। ଅର୍ଥାତ ଚେନ୍ନାଇ ପ୍ଲେ ଅଫ୍‌‌ରେ ୬୨.୫ ପ୍ରତିଶତ ମ୍ୟାଚ୍‌‌ ଜିତିଛି। ଏହି ଦଳ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିଅନ ହୋଇଥିଲା। ସେହିପରି ୨୦୦୮, ୨୦୧୨, ୨୦୧୩ ଓ ୨୦୧୫ରେ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ ହୋଇଥିଲା। ୨୦୧୧ରେ ପ୍ରଥମଥର ପାଇଁ ପ୍ଲେ- ଅଫ୍‌‌ ପ୍ରଣାଳୀ ଲାଗୁ ହୋଇଥିଲା।

ଗିଲ୍‌‌, ଋତୁରାଜଙ୍କ ଉପରେ ନଜର
ଲିଗ୍‌‌ ପର୍ଯ୍ୟାୟରେ ଦମ୍‌‌ଦାର ପ୍ରଦର୍ଶନ କରି ଉଭୟ ଦଳ ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି। ଉଭୟ ଦଳରେ ଦକ୍ଷ ଓ ପ୍ରତିଭାସମ୍ପର୍ଣ୍ଣ ଖେଳାଳିମାନେ ରହିଛନ୍ତି। ଘରୋଇ ପରିବେଶରୁ ଦର୍ଶକଙ୍କ ସମର୍ଥନ ପାଇ ଚେନ୍ନାଇ ନିଶ୍ଚିତ ଭାବେ ଫାଇଦାରେ ରହିବ। ଧୋନିଙ୍କ ବିଚକ୍ଷଣ ନେତୃତ୍ୱ ଓ ପାଣ୍ଡ୍ୟାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଗୁଜରାଟ ଯୁବ ଓପନର ଶୁବମାନ ଗିଲ୍‌‌ ଜବରଦସ୍ତ ଫର୍ମରେ ରହିଥିବାରୁ ଧୋନି ନିଶ୍ଚିତଭାବେ ଚିନ୍ତିତ ଥିବେ। ତେଣୁ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଚେନ୍ନାଇ ପାଇଁ ଅଧିନାୟକ ଧୋନିଙ୍କ ସମେତ ଡେଭନ କନୱେ, ଋତୁରାଜ ଗାଏକ୍ୱାଡ ଓ ଶିବମ ଦୁବେଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ବୋଲିଂରେ ମାଥିସା ପତିରାଣା ଓ ତୁଷାର ଦେଶପାଣ୍ଡେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ନିଜ ପ୍ରଦର୍ଶନ ବଳରେ ମ୍ୟାଚ୍‌‌ ନିଜ ସପକ୍ଷରେ ନେଇପାରିବେ। ଅନ୍ୟପଟେ ଗୁଜରାଟ ପାଇଁ ବ୍ୟାଟିଂରେ ଗିଲଙ୍କ ସମେତ ପାଣ୍ଡ୍ୟା ମ୍ୟାଚ୍‌‌ ବିଜୟୀ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ସେହିପରି ବୋଲିଂରେ ମହମ୍ମଦ ସାମି ଓ ରସିଦ ଖାନ ଗୁଜରାଟ ପାଇଁ ପୁଣିଥରେ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଟସ୍‌‌ ବଜୟୀ ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେବ ଓ ରନ ଚେଜ୍‌‌ କରିବାକୁ ପସନ୍ଦ କରିବ। ମୋଟାମୋଟି ଉପରେ ଏହି ମ୍ୟାଚ୍‌‌ରେ ସଂଘର୍ଷ ଦେଖିବାକୁ ମିଳିବ ଓ କ୍ରିକେଟ ପ୍ରଶଂସକ ମନୋରଞ୍ଜନ ଜବରଦସ୍ତ ଖୋରାକ ପାଇବେ ବୋଲି ଆଶା କରାଯାଉଛି।

23 May 2023 By The Sakala

https://www.thesakala.in/sports/ipl-2023-gujarat-titans-vs-chennai-super-kings-qualifier-1/article-21914
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର