ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା : ଖେଳିବେନି କେଏଲ୍ ରାହୁଲ

The Sakala Picture
Published On

ମୁମ୍ବାଇ : ଜୁନ୍ ୭ରେ ଓଭାଲରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଆହତ କାରଣରୁ କେଏଲ୍ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲରୁ ବାଦ୍ ପଡିଛନ୍ତି। ସେ ନିଜେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଜଙ୍ଘ ଆଘାତ ପାଇଁ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡ଼ିବ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଶୁକ୍ରବାର ସେ ଏହି ସୂଚନା ଦେଇଛନ୍ତି। ରାହୁଲ ପୂର୍ବରୁ ଆଇପିଏଲରୁ […]

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ମୁମ୍ବାଇ : ଜୁନ୍ ୭ରେ ଓଭାଲରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଆହତ କାରଣରୁ କେଏଲ୍ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲରୁ ବାଦ୍ ପଡିଛନ୍ତି। ସେ ନିଜେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଜଙ୍ଘ ଆଘାତ ପାଇଁ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡ଼ିବ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଶୁକ୍ରବାର ସେ ଏହି ସୂଚନା ଦେଇଛନ୍ତି। ରାହୁଲ ପୂର୍ବରୁ ଆଇପିଏଲରୁ ବାଦ୍ ପଡ଼ିଥିଲେ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ “ମେଡିକାଲ ଟିମ ସହ ଅନେକ ବିଚାର ଓ ଆଲୋଚନା ପରେ ଶେଷରେ ଏହା ନିର୍ୟାସ ବାହାରିଛି ଯେ ଖୁବଶୀଘ୍ର ମୋ ଜଙ୍ଘର ସର୍ଜରୀ ହେବ। ମୋର ଫୋକସ ଏବେ ରିହାବ ଓ ସୁସ୍ଥ ହେବା ଉପରେ ରହିବ। ଏବେ ମୋ ପାଇଁ ନିଷ୍ପତ୍ତି ନେବା ବେଷ୍ଟ କଷ୍ଟକର। କିନ୍ତୁ ମୁଁ ପୂରା ଫିଟ ହେବାର ଅଧିକାର ମଧ୍ୟ ରଖିଛି।ଦଳର ଅଧିନାୟକ ଭାବେ ମୁଁ ଗୁରୁତ୍ୱପୂର୍ଣ୍ଣ ସମୟରେ ଟିମ(ଲକ୍ଷ୍ନୌ) ପାଖରେ ନ ରହିବା ମୋତେ କଷ୍ଟ ଦେଉଛି। କିନ୍ତୁ ମୁଁ ନିଶ୍ଚିତ ଯେ ଟିମର ସଦସ୍ୟମାନେ ଠିକଣା ସମୟରେ ନିଜର ଜଲୱା ଦେଖାଇବେ ଓ ସବୁ ଥର ଭଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ। ମୁଁ ପଛରେ ରହି ସବୁବେଳେ ସେମାନଙ୍କୁ ଉତ୍ସାହିତ କରିବି। ଲକ୍ଷ୍ନୌ ସୁପର ଜାଏଣ୍ଟର ପ୍ରତି ମ୍ୟାଚ୍‌ ଦେଖିବି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ


ଭାରତୀୟ ଟିମ ସହ ଆସନ୍ତା ମାସରେ ଓଭାଲରେ ନ ରହିବା ଅଧିକ ଯନ୍ତ୍ରଣା ଦାୟକ। ଦଳକୁ ଫେରିବା ପାଇଁ ଓ ମୋ ଦେଶକୁ ସହଯୋଗ କରିବା ପାଇଁ ମୁଁ ସବୁ ପ୍ରକାରର ଚେଷ୍ଟା କରିବି। ଏଇଟା ହିଁ ସବୁବେଳେ ମୋର ଫୋକସରେ ରହି ଆସିଛି। ମୋତେ ଶକ୍ତି ଯୋଗାଉଥିବା ମୋର ଫ୍ୟାନ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମ୍ୟାନେଜମେଣ୍ଟ ଓ ବିସିସିଆଇକୁ କୃତଜ୍ଞତା ଜଣାଉଛି।ଏହି ସମୟରେ ସେମାନେ ମୋତେ ସମର୍ଥନ କରିଥିବାରୁ ଧନ୍ୟବାଦ। ମୁଁ ମୋର ସ୍ୱାସ୍ଥ୍ୟ ସମ୍ପର୍କରେ ନିୟମିତ ସୂଚନା ଦେବି। ବହୁତ ଶୀଘ୍ର ପଡ଼ିଆକୁ ଫେରିବି।”

ଉଲ୍ଲେଖଯୋଗ୍ୟ ରାହୁଲ ହେଉଛନ୍ତି ଆଇପିଏଲ୍ ଟିମ୍ ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ । ଗତ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ଫିଲ୍ଡିଂ ବେଳେ ରାହୁଲ ଆହତ ହୋଇଥିଲେ। ରାହୁଲଙ୍କ ଡାହାଣ ଜଂଘରେ ଆଘାତ ଲାଗିଥିଲା । ଆରସିବି ଇନିଂସର ଦ୍ୱିତୀୟ ଓଭରର ଶେଷ ବଲରେ ରାହୁଲଙ୍କୁ ଆଘାତ ଲାଗିଥିଲା । ମାର୍କସ୍ ଷ୍ଟୋଇନିସଙ୍କ ବଲରେ ଫାଫ୍ ଡୁ ପ୍ଲେସିସ୍ ଏକ୍ସଟ୍ରା କଭରରେ ଖେଳିଥିବା ସଟକୁ ରାହୁଲ ରୋକିବାକୁ ଉଦ୍ୟମ କରିଥିବା ବେଳେ ଆହତ ହୋଇଥିଲେ।

ଏହି ମ୍ୟାଚର ଦିନକ ପୂର୍ବରୁ ତାଙ୍କ ସାଥୀ ଖେଳାଳି ତଥା ଦ୍ରୁତ ବୋଲର ଜୟଦେବ ଉନାଦକଟ୍ ନେଟ୍ସରେ ବୋଲିଂ ଅଭ୍ୟାସ ସମୟରେ ଆହତ ହୋଇଥିଲେ । ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ସେ ମଧ୍ୟ ଆଇପିଏଲରୁ ବାଦ୍ ପଡିଛନ୍ତି । ଉନାଦକଟ୍ ମଧ୍ୟ ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ହେଲେ ସେ ଏହି ମ୍ୟାଚ୍ ବେଳକୁ ଫିଟ୍ ହେବା ସମ୍ଭାବନା କମ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର