ଆଇପିଏଲ ୨୦୨୩: ସନରାଇଜର୍ସ ହାଇଦ୍ରାବାଦକୁ ୧୯୩ ରନର ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

The Sakala Picture
Published On

ହାଇଦ୍ରାବାଦ: ଆଇପିଏଲର ୨୫ତମ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯାଉଛି। ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ମୁମ୍ବାଇ ୨୦ ଓଭରରେ ୫ ୱିକେଟ ହରାଇ ୧୯୨ ରନ କରି ଆଉଟ ହୋଇଥିଲେ। ସନରାଇଜର୍ସ ହାଇଦ୍ରାବାଦକୁ ଏହି ମ୍ୟାଚକୁ ଜିତିବାକୁ ହେଲେ ୧୯୩ ରନର ଆବଶ୍ୟକତା ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ […]

ହାଇଦ୍ରାବାଦ: ଆଇପିଏଲର ୨୫ତମ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯାଉଛି। ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ମୁମ୍ବାଇ ୨୦ ଓଭରରେ ୫ ୱିକେଟ ହରାଇ ୧୯୨ ରନ କରି ଆଉଟ ହୋଇଥିଲେ। ସନରାଇଜର୍ସ ହାଇଦ୍ରାବାଦକୁ ଏହି ମ୍ୟାଚକୁ ଜିତିବାକୁ ହେଲେ ୧୯୩ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ ଶର୍ମା ୧୮ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ପରେ ଇଶାନ କିଷନ ୩୧ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ଯକୁମାର ଯାଦବ ୩ ବଲରେ ୭ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ କାମେରନ ଗ୍ରୀନ ଓ ତିଳକ ବର୍ମା ପାରିକୁ ସମ୍ଭାଳିଥିଲେ। ତିଳକ ବର୍ମା ୧୭ ବଲରେ ୩୭ ରନ କରି ଆଉଟ ହୋଇଥିଲେ। ପରେ ଟିମ ଡେଭିଡ୍‌ ୧୬ ରନ କରି ରନ ଆଉଟ ହୋଇଥିଲେ। ପାରିକୁ ସମ୍ଭାଳିଥିବା କାମେରନ ଗ୍ରୀନ ୪୦ ବଲରେ ୬୪ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ସନରାଇଜର୍ସ ପକ୍ଷରୁ ମାର୍କୋ ଜାନସେନ ୨ଟି ୱିକେଟ ନେଇଥିଲେ। ଭୁବନେଶ୍ୱର କୁମାର ଓ ଟି.ନଟରାଜନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp