ମନୋରଞ୍ଜନ
ଓଡ଼ିଶା
ଆଇପିଏଲ୍ ୨୦୨୩: ସନରାଇଜର୍ସ ହାଇଦ୍ରାବାଦକୁ ୧୪୪ ରନର ଟାର୍ଗେଟ ଦେଲା ପଞ୍ଜାବ କିଙ୍ଗସ୍
ମୁମ୍ବାଇ: ଆଇପିଏଲ୍ ଚଳିତ ସଂସ୍କରଣରେ ରବିବାର ଦ୍ବିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହାଁ ହୋଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ପଞ୍ଜାବ କିଙ୍ଗସ୍ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ସନରାଇଜର୍ସକୁ ୧୪୪ ରନର ଆବଶ୍ୟକତା ରହିଛି। ପଞ୍ଜାବ କିଙ୍ଗ ପକ୍ଷରୁ ସାମ କୁରାନ ଓ ଶିଖର […]
ମୁମ୍ବାଇ: ଆଇପିଏଲ୍ ଚଳିତ ସଂସ୍କରଣରେ ରବିବାର ଦ୍ବିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହାଁ ହୋଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଫଳରେ ପଞ୍ଜାବ କିଙ୍ଗସ୍ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ସନରାଇଜର୍ସକୁ ୧୪୪ ରନର ଆବଶ୍ୟକତା ରହିଛି।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ପଞ୍ଜାବ କିଙ୍ଗ ପକ୍ଷରୁ ସାମ କୁରାନ ଓ ଶିଖର ଧାୱାନଙ୍କୁ ଛାଡିଦେଲେ କୌଣିସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ସାମ କୁରାନ ୧୫ ବଲରେ ୨୨ ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାୱାନ ଶେଷ ପର୍ଯ୍ଯନ୍ତ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ। ଶିଖର ଧାୱାନ ୬୬ ବଲରେ ୯୯ ରନ କରି ଅପରାଜିତ ରହିଥିଲେ।
ସନରାଇଜର୍ସ ପକ୍ଷରୁ ମୟଙ୍କ ମାର୍କଣ୍ଡେ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଉମ୍ରାନ ମଲ୍ଲିକ ଓ ମାର୍କୋ ଜାନସେନ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ଭୁବନେଶ୍ବର କୁମାର ଗୋଟିଏ ୱିକେଟ ନେବାକୁ ସକ୍ଷମ ହୋଇଥିଲେ।






