ଆଇପିଏଲ ୨୦୨୩: ମୁମ୍ବାଇକୁ ହରାଇଲା ବାଙ୍ଗାଲୋର

The Sakala Picture
Published On

ବେଙ୍ଗାଲୁରୁ: ବିରାଟ କୋହଲି ଓ ଫାଫ୍‌‌ ଡୁ ପ୍ଲେସିସ୍‌‌ଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ଆଇପିଏଲ୍‌‌ର ୫ମ ଲିଗ୍‌‌ ମ୍ୟାଚ୍‌‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌‌ରେ ମୁମ୍ବାଇ ପ୍ରଦତ୍ତ ୧୭୨ ରନ୍‌‌ର ଲକ୍ଷ୍ୟକୁ ପିଛା କରି ବାଙ୍ଗାଲୋର ୧୬.୨ ଓଭରରେ ୨ ୱିକେଟ ହରାଇ ବିଜୟୀ ହୋଇଥିଲା। ବିଜୟୀ ଦଳ ପକ୍ଷରୁ କୋହଲି ୪୯ ବଲ୍‌‌ରେ ୬ ଚୌକା ଓ ୫ ଛକା ସହ […]

ବେଙ୍ଗାଲୁରୁ: ବିରାଟ କୋହଲି ଓ ଫାଫ୍‌‌ ଡୁ ପ୍ଲେସିସ୍‌‌ଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ଆଇପିଏଲ୍‌‌ର ୫ମ ଲିଗ୍‌‌ ମ୍ୟାଚ୍‌‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌‌ରେ ମୁମ୍ବାଇ ପ୍ରଦତ୍ତ ୧୭୨ ରନ୍‌‌ର ଲକ୍ଷ୍ୟକୁ ପିଛା କରି ବାଙ୍ଗାଲୋର ୧୬.୨ ଓଭରରେ ୨ ୱିକେଟ ହରାଇ ବିଜୟୀ ହୋଇଥିଲା। ବିଜୟୀ ଦଳ ପକ୍ଷରୁ କୋହଲି ୪୯ ବଲ୍‌‌ରେ ୬ ଚୌକା ଓ ୫ ଛକା ସହ ଅପରାଜିତ ୮୨ ଓ ଡୁ ପ୍ଲେସିସ୍‌‌ ୪୩ ବଲ୍‌‌ରେ ୫ ଚୌକା ଓ ୬ଛକା ସହ ୭୩ ରନ୍‌‌ କରିଥିଲେ। ଏମାନଙ୍କ ପ୍ରଥମ ୱିକେଟ ଭାଗିଦାରୀରୁ ୮୯ ବଲ୍‌‌ରେ ୧୪୮ ରନ ମିଳିଥିଲା। ଗ୍ଲେନ ମ୍ୟାକ୍ସୱେଲ ୧୨ ରନ୍‌ କରି ଅପରାଜିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ପୂର୍ବରୁ ଟସ୍‌‌ ହାରି ବ୍ୟାଟିଂ କରିଥିବା ୫ଥରର ଚାମ୍ପିଅନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ୱିକେଟ ହରାଇଥିଲା। ଅଧିନାୟକ ରୋହିତ ଶର୍ମା ୧, ସୂର୍ଯ୍ୟକୁମାର ଯାଦବ ୧୫, କାମେରନ ଗ୍ରୀନ୍‌‌ ୫, ଇଶାନ କିସାନ ୧୦ ରନ୍‌‌ କରି ଆଉଟ ହୋଇଥିଲେ। ୯ମ ଓଭର ସୁଦ୍ଧା ଦଳ ୪୮ ରନ୍‌‌ରେ ୪ ୱିକେଟ ହରାଇଥିଲା। ଏହି ସମୟରେ ଯୁବ ଖେଳାଳି ତିଳକ ବର୍ମା ଓ ନେହାଲ ୱାଧେରା ୫ମ ୱିକେଟରୁ ୩୦ ବଲ୍‌‌ରେ ୫୦ ରନ୍‌‌ ଉଠାଇ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ୱାଧେରା ୨୧ ରନ୍‌‌ରେ ଆଉଟ ହୋଇଥିଲେ ତିଳକ ବର୍ମା ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୩୨ ବଲ୍‌‌ରେ ଅର୍ଦ୍ଧଶତକ ଓ ୪୬ ବଲ୍‌‌ରେ ୯ ଚୌକା ଓ ୪ଛକା ସହ ୮୪ ରନ୍‌‌ରେ ଶେଷଯାଏ ଅପରାଜିତ ରହିଥିଲେ। ଫଳରେ ମୁମ୍ବାଇ ୭ ୱିକେଟରେ ୧୭୧ ରନ୍‌‌ର ସମ୍ମାନଜନକ ସ୍କୋର କରିପାରିଥିଲା। ବାଙ୍ଗାଲୋର ପକ୍ଷରୁ କର୍ଣ୍ଣ ଶର୍ମା ସର୍ବାଧିକ ୨ଟି ୱିକେଟ ପାଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp